Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ରାଷ୍ଟ୍ରପତି କରୋନା ସଂକ୍ରମିତ ହେବା ପରେ ଆମେରିକା ସତର୍କ, ଲଞ୍ଚ ହେଲା Doomsday plan

2/10/2020 at 7:55 PM

ୱାସିଂଟନ ୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲେନିଆ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ମିଳିବା ପରେ ଦେଶର ପ୍ରତିରକ୍ଷାମନ୍ତ୍ରାଳୟ ସତର୍କ ହୋଇଉଠିଥିବା ବେଳେ ଦେଶର ଡୁମସଡେ ପ୍ଲାନ୍‌ ହାତକୁ ନେଇଛି। ଏଥିରେ ଦୁଇଟି ନୌସେନା ଯୁଦ୍ଧ ବିମାନ ଦେଶର ଦୁଇ ସୀମାରୁ ପାଟ୍ରୋଲିଂ ଆରମ୍ଭ କରିଦେଇଛନ୍ତି।

ଆମେରିକାରେ ସେତେବେଳେ ଡୁମସଡେ ପାଟ୍ରୋଲିଂ ହୁଏ ଯେତେବେଳେ ଦେଶର ସର୍ବୋଚ୍ଚ ଶାସନ ମୁଖ୍ୟ ସାର୍ବଜନିକ ସମ୍ପର୍କରେ ଆସିପାରିନଥାନ୍ତି। ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଦେଶର ସୁରକ୍ଷା ପ୍ରତି ପ୍ରତ୍ୟେକ ଆହ୍ୱାନର ଜବାବ ଦେବାକୁ ଆମେ ସକ୍ଷମ ଜଣାଇ ଦେବାକୁ ଆମେରିକା ପ୍ରତିରକ୍ଷାମନ୍ତ୍ରାଳୟ ଏହି ସତର୍କତା ଅବଲମ୍ବନ କରନ୍ତି।  ଏହି କାର୍ଯ୍ୟକ୍ରମରେ ଆମେରିକା ବାୟୁସେନାର ୨ଟି ଇ-୬ବି ମର୍କରୀ ବିମାନ ଅହର୍ନିଶି ପାଟ୍ରୋଲିଂ କରୁଛନ୍ତି।

ଏହି ବିମାନରେ ବୋଇଂ ୭୦୭ର ୪ଟି ଇଞ୍ଜିନ ଥିବା ବେଳେ  ଆମେରିକା ନୌସେନାର ପରମାଣୁ ବାଲିଷ୍ଟିକ୍ ମିଜାଇଲର ସିଧାନିୟନ୍ତ୍ରଣ ମଧ୍ୟ ଏଥିରେ ଅଛି। ଆମେରିକୀୟ ନୌସେନାରେ ଏହିପରି ୧୬ଟି ବିମାନ ରଖିଛି। ଏଥିରୁ ଗୋଟିଏ ଅହର୍ନିଶି ଆମେରିକା ସୀମାରେ ପଇଁତରା ମାରିଥାଏ। ତେବେ ପ୍ରଥମ ଥର ଦୁଇଟି ବିମାନ ଉଭୟ ପାର୍ଶ୍ୱରୁ ପାଟ୍ରୋଲିଂ କରିବା ଲୋକଙ୍କୁ ଚକିତ କରିଛି।  ଆମେରିକା ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଯଦି ଦେଶ ଉପରେ କୌଣସି ପ୍ରକାର ଆକ୍ରମଣ ହୁଏ ତେବେ ଏହି ପାଟ୍ରୋଲିଂ ବିମାନ ପରମାଣୁ ଆକ୍ରମଣ ଲାଗି ଆଣବିକ ବୁଡାଜାହାଜଙ୍କୁ ନିର୍ଦ୍ଦେଶ ଦେଇ ପାରିବେ।  ଏପରି କୌଣସି ପରିସ୍ଥିତି ଉପୁଜିଲେ ବୁଡାଜାହାଜମାନେ  ଶତ୍ରୁର ଠିକଣାକୁ ଆଣବିକ ବୋମା ମାଡ କରିପାରିବେ।

   Related Posts