ଆମେରିକା ଅଧିକାରୀ କହିଲେ, ୫ଜି ଉପରେ ଭାରତ-ଆମେରିକା-ଇସ୍ରାଏଲ ମିଶି କାମ କରୁଛନ୍ତି
8/09/2020 at 4:04 PM

ଓ୍ବାଶିଂଟନ୍ ୦୮/୦୯: ଭାରତ, ଇସ୍ରାଏଲ ଓ ଆମେରିକା ୫ଜି ନେଟଓ୍ଵର୍କ ଉପରେ ମିଳିତ ଭାବେ କାମ କରୁଛନ୍ତି। ଏଇ ତିନିଟି ଦେଶ ବିକାଶଶୀଳ କ୍ଷେତ୍ର ତଥା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପାରସ୍ପରିକ ସହଯୋଗରେ କାମ ଆରମ୍ଭ କରିଛନ୍ତି। ଏ କଥା ଆାମେରିକାର ମୁଖ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ତିନି ଦେଶ ବିଶ୍ଵସନୀୟ ଓ ସୁରକ୍ଷିତ ୫ଜି ନେଟଓ୍ବର୍କ ଉପରେ କାମ ଜାରି ରଖିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ବର୍ଷ ତଳେ ଅର୍ଥାତ ୨୦୧୭ ଜୁଲାଇରେ ଇସ୍ରାଏଲ ଯାତ୍ରା ସମୟରେ ଲୋକଙ୍କ ସହ ସମ୍ପର୍କ କରିବା ପରେ ଏହି ସହମତି ହୋଇଥିଲା। ଅନ୍ତରାର୍ଷୀୟ ବିକାଶ ପାଇଁ ଆମେରିକା ଏଜେନ୍ସି (ୟୁଲସଆଇଡି)ର ଉପ ପ୍ରଶାସକ ବୋନି ଗ୍ଲିକ କହିଛନ୍ତି ୫ ଜିରେ ପରସ୍ପର ବୁଝାମଣାରେ ଦିଗରେ ଏହା ପ୍ରଥମ ତଥା ବଡ଼ ସୋପାନ। ବିଜ୍ଞାନ ଓ ଗବେଷଣା ବିକାଶ ତଥା ଆଗାମୀ ପିଢ଼ିର ପ୍ରଯୁକ୍ତିବିଦ୍ୟା ମିଶି ଏହି କାମ କରୁଛନ୍ତି।
ଏହା ପୂର୍ବରୁ ଗ୍ଲିକ୍ ଆମେରିକା-ଭାରତ-ଇସ୍ରାଏଲ ମଧ୍ୟରେ ଭର୍ଚୁଆାଲ ଶିଖର ବୈଠକକୁ ସମ୍ବୋଧନ କରି କହିଥିଲେ ବିଶ୍ଵର ବିକାଶ ସହ ଜଡ଼ିତ ଏହି ଚାଲେଞ୍ଜକୁ ସମାଧାନ କରୁଥିବାରୁ ଆାମେ ଉତ୍ସାହିତ। ଏହି ବୈଠକରେ ଭାରତ ତଥା ଇସ୍ରାଏଲ ରାଜଦୂତ ରନ୍ ମଲକା ଓ ସଞ୍ଜିବ ସିଙ୍ଗଲା ମଧ୍ୟ ସମ୍ବୋଧନ କରିଥିଲେ। ଡିଜିଟାଲ ନେତୃତ୍ବରେ ସହଯୋଗ କରୁଥିବା ଗ୍ଳିକ୍ କହିଛନ୍ତି।