କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ପୁଅ ହମଜା ବିନ୍ ଲାଡେନ ମୃତ !

Published By : Prameya-News7 Bureau | August 01, 2019 IST

ନୂଆଦିଲ୍ଲୀ ୧|୮: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ପୁଅ ହମଜା ବିନ୍ ଲାଡେନର ମୃତ୍ୟୁ ହୋଇସାରିଛି । ଏ ନେଇ ଆମେରିକାର ୩ ଜଣ ଅଧିକାରୀ ଦାବି କରିଛନ୍ତି। ଓସାମାର ପୁଅ ହମଜା ବିନ୍ ଲାଡେନ ଜୀବିତ ନ ଥିବା ଆମେରିକାକୁ ଗୋଇନ୍ଦା ସୂଚନା ମିଳିଛି ।

{"id":139514}

ଗତ ମାର୍ଚ୍ଚରେ ଆମେରିକା ହମଜା ବିନ୍ ଲାଡେନର ଠିକଣା ପାଇଁ ୧୦ ଲକ୍ଷ ଡଲାର ଅର୍ଥରାଶିର ପୁରସ୍କାର ଘୋଷଣା କରିଥିଲା। ହମ୍ ଜା ନିଜ ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲାଗି ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ନେଇ ଆମେରିକାକୁ ସୂଚନା ମିଳିଥିଲା। ତେଣୁ ହମଜାର ଠିକଣା ଜାଣିବା ପାଇଁ ଆମେରିକା ପୁରସ୍କାର ଘୋଷଣା କରିଥିଲା ।

{"id":139515}

ଅନ୍ୟପଟେ ଜାତିସଂଘ ହମଜାକୁ ନିଜର ପ୍ରତିବନ୍ଧ ତାଲିକାରେ ସାମିଲ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ଏବଂ ଆମେରିକା ତରଫରୁ ହମଜା ସମ୍ପର୍କରେ କଡ଼ା ନିଷ୍ପତ୍ତି ନିଆଯିବା ପରେ ସାଉଦିଆରବ ବି ହମଜାର ନାଗରିକତା ରଦ୍ଦ କରିଦେଇଥିଲା।

{"id":139516}

ତେବେ ଗତ କିଛିବର୍ଷ ହେଲା ହମଜାର ଠିକଣା ଜାଣିବା ଲାଗି ଆମେରିକା ଉଦ୍ୟମ ଚଳାଇଥିଲା। ହମଜା କେତେବେଳେ ପାକିସ୍ତାନ, ଆଫଗାନିସ୍ତାନ ତ ଆଉ କେତେବେଳେ ଇରାନରେ ଲୁଚି ରହୁଥିଲା। ୨୦୧୧ରେ ପାକିସ୍ତାନର ଆବୋଟାବାଦରେ ଆମେରିକା ଆକ୍ରମଣ କରି ଓସାମାକୁ ହତ୍ୟା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.