୨୬/୧୧ ମୁମ୍ବାଇ ଆକ୍ରମଣକାରୀଙ୍କ ସୂଚନା ପାଇଁ ୫ମିଲିୟନ ଡଲାର ପୁରସ୍କାର ଘୋଷଣା କଲା ଯୁକ୍ତରାଷ୍ଟ୍ର ଆମେରିକା

Published By : Prameya-News7 Bureau | November 26, 2018 IST

ଓ୍ବାସିଂଟନ୍ ୨୬|୧୧:  ୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୦ ବର୍ଷ ପୁରିଥିବା ବେଳେ ଏହି ଘଟଣାରେ ସବୁ ଦୋଷୀ ଏ ପର୍ଯ୍ୟନ୍ତ ଧରାପଡ଼ିନଥିବାରୁ ଭାରତକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଯୁକ୍ତରାଷ୍ଟ୍ର ଆମେରିକା। ୨୦୦୮ ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଦୋଷୀ ବିରୋଧରେ ସୂଚନା ଦେଲେ ୫ ମିଲିୟନ ଡଲାର ପୁରସ୍କାର ଦେବାକୁ ଘୋଷଣା କରିଛି ଯୁକ୍ତରାଷ୍ଟ୍ର ଆମେରିକା। ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ସିଙ୍ଗାପୁର ଗସ୍ତ ବେଳେ ମୁମ୍ବାଇ ଆକ୍ରମଣ ସଂପର୍କରେ ଆମେରିକା ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କ ସହିତ ଏ ସଂପର୍କରେ ଆଲୋଚନା ହୋଇଥିଲା। ମୁମ୍ବାଇ ଆକ୍ରମଣର ସବୁ ଅଭିଯୁକ୍ତଙ୍କୁ ଏ ପର୍ଯ୍ୟନ୍ତ ଧରା ପଡ଼ିନଥିବାରୁ ଏ ନେଇ ଆମେରିକା ଉପରାଷ୍ଟ୍ରପତି ଉଦବେଗ ପ୍ରକାଶ କରିଥିଲେ। ଏହାପରେ ଆମେରିକାର ଷ୍ଟେଟ୍  ଡିପାର୍ଟମେଣ୍ଟ ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀଙ୍କ ସଂପର୍କରେ ସୂଚନା ଦେଲେ ୫ ମିଲିୟନ ଡଲାର ପୁରସ୍କାର ଦିଆଯିବ ବୋଲି କହିଛନ୍ତି। ମୁମ୍ବାଇ ଆକ୍ରମଣ ମାଷ୍ଟର ମାଇଣ୍ଡ ହାଫିଜ ସୟିଦ ଏବେ ପାକିସ୍ତାନରେ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.