ଆମେରିକା ଯଦି ଲାଦେନକୁ ମାରିପାରୁଛି, ତେବେ ବର୍ତ୍ତମାନ ପରିସ୍ଥିତିରେ କିଛି ବି ସମ୍ଭବ : ଅରୁଣ ଜେଟଲୀ

Published By : Prameya-News7 Bureau | February 27, 2019 IST

ନୂଆଦିଲ୍ଲୀ ୨୭|୨: ପାକିସ୍ତାନର ଆତଙ୍କୀ ସଂଗଠନର ଠିକଣାରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ଜାମ୍ମୁକାଶ୍ମୀର ନୌସେରା ସେକ୍ଟରରେ ଭାରତୀୟ ବାୟୁସୀମା ଉଲଂଘନ କରି ପଶିଆସିଥିଲା ପାକ୍ ବିମାନ । ଭାରତୀୟ ବାୟୁସେନା ପାକିସ୍ତାନର ଅନୁପ୍ରବେଶର ଜବାବୀ ହମଲା କରିଥିଲା । ପାକିସ୍ତାନୀ ସୀମାର ୩କିମି ଭିତରେ ପଶି ହମଲା କରିଥିଲା ଭାରତୀୟ ବାୟୁସେନା । ପାକିସ୍ତାନର ଲଢୁଆ ବିମାନକୁ ଭାରତୀୟ ବାୟୁସେନା ଖସାଇଦେଇଥିଲା  ।

wp:core-embed/twitter {"url":"https://twitter.com/ANI/status/1100672888011673601","type":"rich","providerNameSlug":"twitter","className":""}
https://twitter.com/ANI/status/1100672888011673601
/wp:core-embed/twitter

ଉଭୟ ଦେଶ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପରିସ୍ଥିତି ମଧ୍ୟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଡ ବୟାନ ଦେଇଛନ୍ତି । ଜେଟଲୀ କହିଛନ୍ତି ଯେ, ଆଜିର ପରିସ୍ଥିତିରେ ସବୁ କିଛି ସମ୍ଭବ । ଆମେରିକା ଯଦି ପାକିସ୍ତାନରେ ପଶି କରି ଅଲକାଏଦା ମୁଖ୍ୟ ଓସମା ବିନ ଲାଦେନକୁ ମାରିପାରୁଛି, ତେବେ ଆମେ କାହିଁକି କରିପାରିବୁନାହିଁ। ଜେଟଲୀଙ୍କ ଏହି ବୟାନରୁ ଅନେକ ଅର୍ଥ ସ୍ପଷ୍ଟ ବାରି ହୋଇପଡିଛି । ଭାରତ ପାକିସ୍ତାନ ଭିତରେ ପଶି ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଠିକଣା ଉପରେ ବଡ ଧରଣର ଆକ୍ରମଣ କରିବାର ସମ୍ଭାବନା ମଧ୍ୟ ରହିଥିବା ଜଣାପଡୁଛି ।

ଅନ୍ୟପଟେ ସୀମାରେ ସେନାବାହିନୀଙ୍କୁ ସଜାଗ ରଖାଯାଇଛି । ବାୟୁସେନାଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଆତଙ୍କୀ ଆକ୍ରମଣ  ଆଶଙ୍କାରେ ଦେଶର ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି । ପଂଜାବ-ପଠାନକୋଟ ଜାତୀୟ ରାଜପଥରେ ପୋଲିସକୁ ହଟାଯାଇ ସେନା ମୁତୟନ କରାଯାଇଛି ।  ବିଭିନ୍ନ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେତେକ ବିମାନବନ୍ଦରରୁ ଉଡାଣ ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.