Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆମେରିକୀୟଙ୍କୁ ନିଜ ଘରେ ଡର, ଛାଡୁ ନାହାନ୍ତି ଭାରତ

13/04/2020 at 10:11 PM

ନୂଆଦିଲ୍ଲୀ ୧୩।୦୪: ଭାରତରେ ଲକ୍‌ଡାଉନ୍‌ କାରଣରୁ ଫସି ରହିଥିବା ୪୪୪ ଅଷ୍ଟ୍ରେଲିଆ ନାଗରିକ ସ୍ଵତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ମେଲବର୍ଣ୍ଣ ଅଭିମୁଖେ ଉଡାଣ ଭରି ସାରିଛନ୍ତି। ମାତ୍ର ଭାରତରେ ଥିବା ଅଧିକାଂଶ ଆମେରିକା ନାଗରିକ ଏଠାରେ ରହିବାକୁ ଚାହୁଁଛନ୍ତି। ପ୍ରାୟ ୮୦୦ ଆମେରିକୀ ନାଗରିକ ମଧ୍ୟରୁ ୭୯୦ ଜଣ ନିଜ ଦେଶ ଯିବାକୁ ଚାହୁଁ ନାହାନ୍ତି ଏବଂ ଏଠାରେ ରହିବାକୁ ଚାହୁଁଛନ୍ତି।

ଆମେରିକା ପ୍ରଶାସନ ବିଭିନ୍ନ ଦେଶରେ ଫସି ରହିଥିବା ନିଜର ନାଗରିକଙ୍କୁ ଫେରାଇ ଆଣିବା ପାଇଁ ସ୍ଵତନ୍ତ୍ର ବିମାନ ବ୍ୟବସ୍ଥା କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ଯେ, ପ୍ରାୟ ୫୦ ହଜାର ଲୋକଙ୍କୁ ଆମେରିକା ଅଣାଯାଇଛି। ମାତ୍ର ଅନେକ ଆମେରିକୀୟ ବାସିନ୍ଦ ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି।

ଏହାର ବଡ କାରଣର ଆମେରିକାରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭାଇରସ୍। କରୋନା ଭାଇରସ୍‌ରେ ବିଶ୍ଵରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ତେଣୁ ଆମେରିକା ନାଗରିକ ଭାରତରେ ନିଜକୁ ଅଧିକ ସୁରକ୍ଷିତ ମଣୁଛନ୍ତି। ଆମେରିକୀ ଅଧିକାରୀ କହିଛନ୍ତି, ଅନେକ ଆମେରିକା ବାସିନ୍ଦା ଭାରତରେ ରହିବାକୁ ପସନ୍ଦ କରୁଛନ୍ତି।

ଓ୍ଵାଶିଂଟନରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ଆମେରିକା ବିଦେଶ ବିଭାଗର ଅଧିକାରୀ ଇୟାନ ବ୍ରାଉଲିନ କହିଛନ୍ତି ଯେ, ଆମେ ଭାରତରେ ଥିବା ଆମେରିକୀୟଙ୍କୁ ସ୍ଵତନ୍ତ୍ର ବିମାନ ଯୋଗେ ଦେଶକୁ ଫେରାଇ ଆଣିବା ପାଇଁ ଫୋନ୍ କରିଥିଲୁ। ଭାରତରେ ଥିବା ଆମର ସଦସ୍ୟ ୮୦୦ ଆମେରିକୀୟଙ୍କୁ ଫୋନ୍ କରି ପଚାରି ଥିଲେ ଯେ, କଣ ସେମାନେ ଆଜି ବିମାନରେ ଯିବାକୁ ଚାହୁଁଛନ୍ତି। କେବଳ ୧୦ ପ୍ରତିଶତ ସକରାତ୍ମକ ଉତ୍ତର ଦେଇଥିବା ସଦସ୍ୟ କହିଛନ୍ତି। ଅର୍ଥାତ ୮୦୦ରୁ ମାତ୍ର ୧୦ ଜଣ ଆସିବାକୁ ଚାହିଁଛନ୍ତି। ଅଧିକାରୀ କହିଛନ୍ତି ଯେ, ଆମେ ଭାରତରେ ଥିବା ୨୪ ହଜାର ଆମେରିକୀୟଙ୍କୁ ଟ୍ରାକ କରୁଛୁ।

   Related Posts