Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ସଂକଟରେ ଚ୍ୟାରିଟି ଏୟାରଲାଇନ୍ସର ମାଲିକ, ମଝି ଆକାଶରେ ବିମାନକୁ ଅଟୋ ପାଇଲଟରେ ରଖି ନାବାଳିକା ସହ କରିଥିଲେ ଦୁଷ୍କର୍ମ

22/05/2019 at 3:52 PM

ନ୍ୟୁଜର୍ସି ୨୨।୫:  କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ନ୍ୟୁଜର୍ସି ବେଡମିନିଷ୍ଟରର ବ୍ୟବସାୟୀ ଷ୍ଟିଫନ ବ୍ରେଡଲେ। ୫୩ ବର୍ଷ ବୟସ୍କ ଏହି ବ୍ୟବସାୟୀଙ୍କୁ କୋର୍ଟ ଆସନ୍ତା ଜୁଲାଇ ମାସରେ ଦଣ୍ଡାଦେଶ କରିବେ। ତେବେ ତାଙ୍କୁ ଦଣ୍ଡାଦେଶକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ  । ଷ୍ଟିଫେନଙ୍କ ଅପରାଧକୁ କୋର୍ଟ ଗୁରତର ଓ ଅକ୍ଷମଣିୟ କହିଛନ୍ତି । ଏଣୁ ତାଙ୍କୁ ସର୍ବାଧିକ ୫ ବର୍ଷ ଜେଲଦଣ୍ଡାଦେଶ ହୋଇପାରେ ବୋଲି  ନ୍ୟୁଜର୍ସିରେ ଚର୍ଚ୍ଚା ହେଉଛି।

ଗତ ଡିସେମ୍ବର ୨୦୧୮ରେ ଷ୍ଟିଫନ ତାଙ୍କ ଘରୋଇ ବିମାନରେ ଜନୈକା ୧୫ ବର୍ଷ ବୟସ୍କା କିଶୋରୀ ସହ ଶାରୀରିକ  ସମ୍ପର୍କ ସ୍ଥାପନା କରିଥିଲେ। ଏଥି ପାଇଁ ସେ ବିମାନକୁ ମଝି ଆକାଶରେ ଦୀର୍ଘ ସମୟ ଧରି ଅଟୋ ପାଇଲଟିଂ ମୋଡରେ ରଖିଥିଲେ। ଘଟଣା ପ୍ରଘଟ ହେବା ପରେ ଷ୍ଟିଫନଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିଲା।  ମାମଲାରେ କୋର୍ଟ ତାଙ୍କୁ ଅବୈଦ୍ଧ ଯୌନ ଆଚରଣ ତଥା ଚାଇଲ୍ଡ ପନୋଗ୍ରାଫି ପାଇଁ ଅନ୍ତରରାଜ୍ୟ  ଯାତ୍ରାରେ ସାମିଲ ହେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଷ୍ଟିଫେନ ଏକ ବ୍ରୋକରେଜ ଫାର୍ମର ମାଲିକ ସାଙ୍ଗକୁ ନିକଟରେ ଏକ ଚାରିଟି ଏୟାର ଲାଇନ ମଧ୍ୟ ଆରମ୍ଭ କରିଛନ୍ତି। ତାଙ୍କର ଏହି ଏୟାରଲାଇନ ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ଶିଶୁଙ୍କୁ ଆମେରିକାର ଯେକୌଣସି ସ୍ଥାନରେ ଏୟାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛି। ଏହା ଛଡା ସେ ଜଣେ ଭଦ୍ର ଓ ବିନୟୀ ବ୍ୟକ୍ତି ବୋଲି ତାଙ୍କ ଓକିଲମାନେ କହିଛନ୍ତି  ।ଏଣୁ କୋର୍ଟ ତାଙ୍କ ଦଣ୍ଡ କୋହଳ କରିବେ ବୋଲି ଓକିଲମାନେ ଆଶାବ୍ୟକ୍ତ କରିଛନ୍ତି।

   Related Posts