Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅମାନିଆ ଚୀନ୍ : ଫାଇଟର ଜେଟ୍ ଉଡାଇ ଯୁଦ୍ଧ ପାଇଁ ଇସାରା, ଦୃଢ ନିନ୍ଦା କଲା ଆମେରିକା ମିଲିଟାରୀ ଫୋର୍ସ

30/01/2021 at 4:42 PM

ନୂଆଦିଲ୍ଲୀ ୩୦/୦୧ : ଦକ୍ଷିଣ ଚାଇନା ସାଗରରେ ଚୀନ୍ ସାମରିକ ବିମାନ ପକ୍ଷରୁ ହୋଇଥିବା ଆକ୍ରମଣାତ୍ମକ ଏବଂ ଅସ୍ଥିର ମନୋଭାବକୁ ଦୃଢ ନିନ୍ଦା କରିଛି ଆମେରିକା ମିଲିଟାରୀ ଫୋର୍ସ । ଏହାକୁ ଉତ୍ତେଜନାପୂର୍ଣ୍ଣ ବୋଲି ଦର୍ଶାଇଛି ଆମେରିକା । ଆମେରିକାର ମିଲିଟାରୀ ପେସିଫିକ୍‌ କମାଣ୍ଡ କହିଛନ୍ତି,  “ଥିଓଡୋର ରୁଜଭେଲ୍ଟ କ୍ୟାରିଅର୍ ଷ୍ଟ୍ରାଇକ୍ ଗ୍ରୁପ୍, ପିପୁଲ୍ସ ଲିବରେସନ୍ ଆର୍ମି ନାଭି (ପ୍ଲାନ୍) ଏବଂ ବାୟୁସେନା (PLAAF) କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଥିଲା ।

ତାଇଓ୍ବାନ୍‌ ମଧ୍ୟ ସମାନ ଅଭିଯୋଗ କରିଛି । ତାଇୱାନ କହିଛି ଯେ ଚୀନ୍‌ର ଅନେକ ବାୟୁସେନା ବିମାନ ଗତ ସପ୍ତାହରେ ତାଇୱାନ ନିୟନ୍ତ୍ରିତ ପ୍ରାଟା ଦ୍ୱୀପପୁଞ୍ଜ ନିକଟରେ ଯୁଦ୍ଧ ବିମାନ ଏବଂ ଆଣବିକ ସକ୍ଷମ ଏଚ୍-୬  ବିସ୍ଫୋରକ ଜେଟ୍‌ ଉଡାଇଥିଲା । ଯାହାକି ଆଣବିକ ଚୁକ୍ତିର ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରୁଛି ।

ଆଞ୍ଚଳିକ ସୁରକ୍ଷା ଏବଂ କୂଟନୈତିକ ସୂତ୍ରରୁ ଜଣାଯାଇଛି ଯେ, ଜାନୁଆରୀ ୨୩ରେ ଆମେରିକା ସୀମାକୁ ଯୁଦ୍ଧବିମାନ ପଠାଇଥିଲା ଚୀନ । ସେହି ସମୟରେ ଆମେରିକାର ଅସ୍ତ୍ରଶସ୍ତ୍ର ନେଇଯାଉଥିବା ଏକ ଜେଟ୍‌ ଚୀନର ଫାଇଟର ଜେଟ୍‌ଗୁଡିକୁ ଠାବ କରିଥିଲା ।

ଆମେରିକା ବିରୋଧରେ ନିଜର ସାମରିକ ଶକ୍ତି ବୃଦ୍ଧିକରିବା ଦିଗରେ ଦୀର୍ଘ ଦିନ ଧରିୁ ପ୍ରୟାସ କରିଆସୁଛି ଚୀନ । ତେବେ ଆମେରିକା ସୀମାରେ ଚୀନର ଏପରି ଯୁଦ୍ଧବିମାନ ଉଡାଇ ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛି ଚାଇନା ।  

ଦକ୍ଷିଣ ତାଇୱାନ ଏବଂ ଉତ୍ତର ଫିଲିପାଇନ୍ସ ମଧ୍ୟରେ ଥିବା ଜଳପଥ ବିଷୟରେ ଏକ ସୂତ୍ରରୁ ପ୍ରକାଶ ଯେ, ଯେତେବେଳେ ଆମେରିକାର ଫାଇଟର ଜେଟ୍‌ ବାସୀ‌ ଚ୍ୟାନେଲ ଦେଇ ଯାଉଥିଲା ସେତେବେଳେ ଚୀନ ଉଦ୍ଦେଶ୍ୟମୂଳକ ଭାବେ ସମରାଭ୍ୟାସ କରିଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନ୍, ଦକ୍ଷିଣ ଚୀନ୍ ସାଗରର ସମସ୍ୟାର ମୁକାବିଲା କରିବାକୁ ଚେଷ୍ଟା କରୁଛି । ଏହା ଆମେରିକାର ମିଲଇଟାରୀକୁ ଦକ୍ଷିଣ ଚୀନ୍ ସାଗରରେ ପ୍ରବେଶକୁ ରୋକିବାକୁ ଚାହୁଁଛି । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଆମେରିକାର ଓଜନ ହ୍ରାସ କରିବାକୁ ଚାହୁଁଛି ଚୀନ୍ ।

   Related Posts