Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଚୀନ୍ ସହ ସାମ୍ଭବ୍ୟ ଯୁଦ୍ଧ ଆଶଙ୍କାରେ ପ୍ରସ୍ତୁତି କରୁଛି ଆମେରିକା, ଜାପାନରେ ଚାଲିଛି ମେରିନ୍ସଙ୍କ ନୋବେଲ ଫ୍ୟୁରୀ-୨୧ ମିସନ

24/10/2020 at 7:31 PM

ଲେଜିମା (ଜାପାନ): ଆମେରିକୀୟ ସେନା ୨୦୩୦ ସୁଦ୍ଧା ନିଜକୁ ଭାରତ-ପ୍ରଶାନ୍ତ କ୍ଷେତ୍ର ଲାଗି ପ୍ରସ୍ତୁତ କରୁଛି। ଏହି କ୍ରମରେ ଚୀନ୍‌ ସହ ସାମ୍ଭବ୍ୟ ଯୁଦ୍ଧ ଆଶଙ୍କାରେ ଆମେରିକୀୟ ମେରିନ୍ସ ‘ନୋବେଲ ଫ୍ୟୁରି-୨୧’ ମିସନରେ ଯୁଦ୍ଧାଭ୍ୟାସ ଚଳାଇଛନ୍ତି। ଏଥିରେ ଆମେରିକୀୟ ମେରିନ୍ସ ନିଜକୁ ଦ୍ୱୀପାଞ୍ଚଳରେ ଅଭ୍ୟସ୍ତ କରାଇବା ସହ ଚୀନ୍‌ର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଓ ତାର ଘାଟି ନଷ୍ଟ ଅଭ୍ୟାସ କରୁଛନ୍ତି।

ଜାପାନ ଲେଜିମା ଦ୍ୱୀପ ପୁଞ୍ଜରେ ଆମେରିକୀୟ ମେରିନ୍‌ସର ଏହି ଅଭ୍ୟାସ ଚଳାଇଛି। ଯେଉଁଥିରେ ଫାଷ୍ଟ ବଟାଲିୟନ ଓ ସେକେଣ୍ଡ ମେରିନ୍‌ସ ଅଂଶଗ୍ରହଣ କରୁଛନ୍ତି। ଯେହେତୁ ମେରିନ୍ସ ମାନେ ସୁଶିକ୍ଷିତ, ଅନୁଶାସିତ ଓ ଘାତକ ତେହେତୁ ଏଠାରେ ଆବଣ୍ଟିତ କାର୍ଯ୍ୟକ୍ରମରେ ଆମେ ଅଂଶଗ୍ରହଣ କରିଛୁ ବୋଲି କହିଛନ୍ତି ଫାଷ୍ଟ ବଟାଲିୟନ ସେକେଣ୍ଡ ମେରିନ୍ସର ଲେଫ୍ଟନାଣ୍ଟ କର୍ଣ୍ଣେଲ ଗ୍ରାବ୍ରିଏଲ ଡାୟେନା ।  ଏଥିରେ ସେମାନେ ଏକ ବିମାନ ବନ୍ଦରକୁ କ୍ଷେପଣାସ୍ତ୍ର ଆକ୍ରମଣରୁ ସୁରକ୍ଷା ଦେବା ଲାଗି ଅଭ୍ୟାସ କରୁଥିବା ସେ କହିଛନ୍ତି।

ମିସନ କାର୍ଯ୍ୟକ୍ରମ ଅନୁସାରେ ଚଳିତମାସ ଆରମ୍ଭରେ ପ୍ରାୟ ୧୦୦ରୁ ଅଧିକ ମେରିନ୍ସଙ୍କୁ ଲେଜିମା ଦ୍ୱୀପରେ ଓହ୍ଲାଇ ଦିଆ ଯାଇଥିଲା। ଦ୍ୱୀପକୁ ଆୟତ୍ତକୁ ନେବା ନିମନ୍ତେ ଏହି ମେରିନ୍ସମାନେ ଏମଭି-୨୨ବି ଆସ୍ପ୍ରେ, ଏଏଚ୍-୧ଜେଡ୍ ଭାଇପର, ଟିଲ୍ଟ୍ରୋଲର ଯୁଦ୍ଧବିମାନ ଓ ହେଲିକପ୍ଟର ଯୋଗେ  ପହଞ୍ଚିବା ସହ ଏହାକୁ ଆୟତ୍ତକୁ ନେଇଛନ୍ତି। ଏଭଳି ସୈନ୍ୟ ଅଭ୍ୟାସ କେବଳ ସାମ୍ଭବ୍ୟ ଚୀନ୍‌ ଆକ୍ରମଣକୁ ଦୃଷ୍ଟିରେ ରଖି ଚଳାଯାଇଥିବା ବେଳେ ଯେକୌଣସି ସମୟରେ ଯେ କୌଣସି ଠାରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଆମେରିକୀୟ ମେରିନ୍ସକୁ ପ୍ରସ୍ତୁତ କରାଯାଉଥିବା ମେରିନ୍ ଏକ୍ସପେଡିସନାରୀ ଫୋର୍ସ (ଏମଇଏଫ)ର କର୍ଣ୍ଣେଲ ରବର୍ଟ ବ୍ରୋଡି କହିଛନ୍ତି।

ଗତ କିଛିବର୍ଷ ହେଲା ଆମେରିକା ଓ ଚୀନ୍‌ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଏଥିରେ ବାଣିଜ୍ୟିକ ଯୁଦ୍ଧ ସାଙ୍ଗକୁ ହଙ୍ଗକଙ୍ଗ ଓ ତାଇୱାନ୍ ପ୍ରସଙ୍ଗରେ ଆମେରିକାର ଆଗ୍ରହ ଏପରି ପରିସ୍ଥିତି ସୃଷ୍ଟି କରିଛି। ଏହା ଛଡା କରୋନା ଭାଇରସ ମହାମାରୀରେ ମଧ୍ୟ ଚୀନ୍‌ ପ୍ୟୁପିସ୍ ଲିବରେସନ ଆର୍ମି (ପିଏଲଏ) ବଜେଟ୍ ୬.୬ ପ୍ରତିଶତ ବୃଦ୍ଧି କରିବା ଆମେରିକା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଣୁ ଭାରତ-ପ୍ରଶାନ୍ତ କ୍ଷେତ୍ର ଲାଗି ଆମେରିକା ନିଜକୁ ପ୍ରସ୍ତୁତ କରିବା କ୍ରମରେ ନୋବେଲ ଫ୍ୟୁରି ଭଳି ଯୁଦ୍ଧାଭ୍ୟାସ କରୁଥିବା ଜଣାପଡିଛି।

   Related Posts