ଋଷିଆ ଓ ଚୀନ୍ ଜବାବରେ ଆମେରିକା ନିର୍ମାଣ କରିଛି Hypersonic କ୍ଷେପଣାସ୍ତ୍ର

Published By : Prameya-News7 Bureau | October 15, 2020 IST

ଆର୍ଲିଂଟନ : ଋଷିଆ ଓ ଚୀନ୍‌ ଘାତକ କ୍ଷେପଣାସ୍ତ୍ର  ଜବାବ ଦେବାକୁ ଆମେରିକା ଅତ୍ୟନ୍ତ ଘାତକ ହାଇପରସୋନିକ କ୍ଷେପଣାସ୍ତ୍ର ଅଧିକାର କରିଥିବା ଜଣାପଡିଛି। ୟୁଏସ୍ ଏୟାରଫୋର୍ସ ପ୍ରଥମ ଥର ଏହି ସୂଚନା ଦେଇଛି। ଆକାଶରୁ ନିକ୍ଷେପ ହୋଇପାରୁଥିବା ଏଜିଏମ-୧୮୩ଏ ମିଜାଇଲ ପ୍ରତି ଘଣ୍ଟା ୮ରୁ ୧୦ ହଜାର କିଲୋମିଟର ବେଗରେ ଶତ୍ରୁର ଟାର୍ଗେଟ୍ ଧ୍ୱଂସ କରିପାରିବ ବୋଲି ଏୟାରଫୋର୍ସ ଗ୍ଲୋବାଲ ଷ୍ଟ୍ରାଇକ୍‌ କମାଣ୍ଡ ରଣନୈତିକ ମାମଲା ନିର୍ଦ୍ଦେଶକ କହିଛନ୍ତି।

{"id":344972,"sizeSlug":"large"}

ଏହା ଛଡା ଆମେରିକା ଏକ କ୍ଷୁଦ୍ର ହାଇପରସୋନିକ କ୍ଷେପଣାସ୍ତ୍ର ‘ମାହିମ୍‌’ର ନିର୍ମାଣ ମଧ୍ୟ କରୁଥିବାର ନିର୍ଦ୍ଦେଶ ସୂଚନା ଦେଇଛନ୍ତି। ଏୟାରଫୋର୍ସ ମ୍ୟାଗଜିନକୁ ଦେଇଥିବା ସାକ୍ଷାତକାରରେ ନିର୍ଦ୍ଦେଶକ କ୍ଷେପଣାସ୍ତ୍ର ସମ୍ପର୍କରେ ସାର୍ବଜନିକ କରିଛନ୍ତି। ସେ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ରର ବେଗ ୬.୫ରୁ ୭.୫ ମ୍ୟାକ୍‌ ମଧ୍ୟରେ ହେବ। ମାତ୍ର ୧୦ରୁ ୧୨ ମିନିଟ୍‌ରେ ୧୬ଶହ କିଲୋମିଟର ଦୂରରେ ଲକ୍ଷ ଅନୁସନ୍ଧାନ କରିବାରେ ଏହା ସକ୍ଷମ ହେବ। ୫ ମ୍ୟାକ୍‌ରୁ ଅଧିକ ବେଗରେ ଆକ୍ରମଣ କରୁଥିଲେ ଏପରି ଅସ୍ତ୍ରକୁ ହାଇପରସୋନିକ୍ କୁହାଯାଏ।

{"id":344973,"width":578,"height":486,"sizeSlug":"large"}

ଗତ ଜୁନ ୨୦୧୯ରୁ  ଏହି କ୍ଷେପଣାସ୍ତ୍ରର ନିୟମିତ ପରୀକ୍ଷା ଚାଲିଥିଲା। ଆସନ୍ତା ଅକ୍ଟୋବର ୨୦୨୧ରେ କ୍ଷେପଣାସ୍ତ୍ରର ଲାଇଭ ପରୀକ୍ଷଣ ହେବ। ଆମେରିକାର ଏହା ପ୍ରଥମ ହାଇପରସୋନିକ କ୍ଷେପଣାସ୍ତ୍ର ହେବ। ଯାହାକୁ ବି-୫୨ ରଣନୈତିକ ବମ୍ବର୍ସରେ ଲଗାଯିବ। ଏଣୁ ଏୟାରଫୋର୍ସର ଏହି ଯୁଦ୍ଧବିମାନରେ ଏବେ ପରିବର୍ତ୍ତନ କରାଯାଉଛି। ଆମେରିକା ହାଇପରସୋନିକ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିସାରିଥିଲେବି ମାମଲାରେ ଋଷିଆଠାରୁ ଏବେବି ପଛୁଆ।

{"id":344975,"sizeSlug":"large"}

ତେବେ ଆମେରିକାର ଅନେକ ପୂର୍ବରୁ ଋଷିଆ  ୧୦ ଓ ୨୦ ମ୍ୟାକ୍‌ ସ୍ପିଡର କିଂଝୋଲ ଓ ଏଭନ ଗାର୍ଡ ନାମରେ ୨ଟି ଘାତକ କ୍ଷେପଣାସ୍ତ୍ର ନିର୍ମାଣ ଓ ପରୀକ୍ଷଣ ଶେଷ କରି ସେନାରେ ସାମିଲ କରିସାରିଲାଣି। ଗତ ସପ୍ତାହରେ ଋଷିଆ ନିଜର ତୃତୀୟ ହାଇପରସୋନିକ୍ ଆଣ୍ଟି ସିପ୍‌ ମିଜାଇଲ ଜରିକନର ସଫଳ ପରୀକ୍ଷଣ କରିଛି। ଆମେରିକା ନିର୍ମାଣ କରିଥିବା ହାଇପରସୋନିକ କ୍ଷେପଣାସ୍ତ୍ରକୁ ଋଷିଆର ଏସ୍-୫୦୦ ମିଜାଇଲ ଡିଫେନ୍ସ ସିଷ୍ଟମ କେବଳ ଅଟକାଇପାରିବ। ତେବେ ଏଥିପାଇଁ ଋଷି ନିକଟରେ ମାତ୍ର ୪ ମିନିଟ୍‌ ସମୟ ଥିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.