କାଶ୍ମୀର ପଣ୍ଡିତଙ୍କୁ ପ୍ରଶଂସାରେ ପୋତିଲେ ଆମେରିକା ସାଂସଦ, କହିଲେ…

Published By : Prameya-News7 Bureau | December 07, 2021 IST

ୱାଶିଂଟନ ୦୭/୧୨ : କାଶ୍ମୀର ପଣ୍ଡିତମାନେ ସଫଳ ଭାରତୀୟ ଆମେରିକୀୟମାନଙ୍କ ମଧ୍ୟରେ ଅନ୍ୟତମ। ଏହା କହିଛନ୍ତି ଜଣେ ଆମେରିକା ସାଂସଦ। ସେ କାଶ୍ମୀର ପଣ୍ଡିତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଭାରତୀୟ ଆମେରିକା କଂଗ୍ରେସ ସଦସ୍ୟ ରାଜା କୃଷ୍ଣମୂର୍ତ୍ତି କହିଛନ୍ତି ଆମେରିକା ତଥା ସାରା ବିଶ୍ୱରେ ସେମାନଙ୍କ ତ୍ୟାଗକୁ ଅଣଦେଖା କରି ହେବ ନାହିଁ। ଗ୍ଲୋବାଲ କାଶ୍ମୀର ପଣ୍ଡିତ ଡାୟସ୍ପୋରା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ସେମାନେ ଯେଉଁ ବିପଦ ଓ କଠିନ ପରିସ୍ଥିତିର ସାମ୍ନା କରିଛନ୍ତି ବର୍ତ୍ତମାନର ସମସ୍ୟା ଆଗରେ ତାହା ସବୁ ଫିକା।

ସେ ଆହୁରି କହିଛନ୍ତି ପଣ୍ଡିତମାନେ ପୂର୍ବରୁ ଜୀବନ ବଞ୍ଚାଇବା ପାଇଁ ନିଜର ସମ୍ପତ୍ତିକୁ ତ୍ୟାଗ କରିବାକୁ ପଡ଼ିଛି। ତେଣୁ ସେମାନେ ଜୀବନର ପ୍ରକୃତ ଅର୍ଥ କଣ ଜାଣିଛନ୍ତି। ଆପଣ ମାନେ ଯେଉଁ ଜାଗାରେ ରହିଲେ ସେହି ଜାଗାର ମହତ୍ୱ ଓ ସେଠାରେ କିପରି ନିଜକୁ ଖାପ ଖୁଆଇ ଚଳିବାକୁ ପଡ଼େ ତାହା ବେଶ ଭଲ ଭାବେ ଜାଣିଛନ୍ତି । ଏହାଦ୍ୱାର ଆପଣ ପ୍ରମାଣିତ କରିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ ମୂଳ ସଂଘର୍ଷମୟ ଐତିହ୍ୟକୁ କେବେବି ଭୁଲି ପାରିବେ ନାହିଁ ବୋଲି କୃଷ୍ଣମୁର୍ତ୍ତି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.