କରୋନା ଚିକିତ୍ସକ ଓ ନର୍ସଙ୍କ ମାଗଣା ରହଣୀ ଲାଗି ଦ୍ୱାର ଖୋଲିଦେଲା OYO, ଇଣ୍ଡିଆନ ଷ୍ଟାର୍ଟଅପକୁ ଆମେରିକାର ଉଚ୍ଚ ପ୍ରଶଂସା

Published By : Prameya-News7 Bureau | March 25, 2020 IST

ନ୍ୟୁୟର୍କ: କରୋନା ବିରୋଧରେ ଆମେରିକାର ଲଢେଇରେ ଭାରତୀୟ ଷ୍ଟାର୍ଟଅପ  ଓୟୋ ହୋଟେଲସ୍‌ର ପଦକ୍ଷେପକୁ ସମଗ୍ର ଆମେରିକା ଏବେ ଉଚ୍ଚ ପ୍ରଶଂସା କରୁଛି। ଏପରିକି ହ୍ୱାଇଟ୍ ହାଉସ୍ କର୍ମଚାରୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କନ୍ୟା ଇଭାଙ୍କା ଟ୍ରମ୍ପ ମଧ୍ୟ ଓୟୋର ଏହି ପଦକ୍ଷେପକୁ ପ୍ରଶଂସା କରି ରିଟ୍ୱିଟ୍ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":243804,"width":574,"height":307,"sizeSlug":"large"}

ଆମେରିକାରେ ଏବେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଏକତ୍ରିତ ହୋଇଥିବା ଚିକିତ୍ସକ ଓ ନର୍ସଙ୍କ ରହିବା ଓ ନିତ୍ୟକର୍ମ ଲାଗି ଓୟୋ ତାର ହୋଟେଲ ରୁମର ଦ୍ୱାର ଖୋଲିଦେଇଛି। ଏଥିଲାଗି ସେମାନଙ୍କଠାରୁ ଓୟୋ ଟଙ୍କାଟେ ବି ଶୁଳ୍କ ନେବ ନାହିଁ ବୋଲି ଏହାରସଂସ୍ଥାପକ ରିତେଶ ଅଗ୍ରୱାଲ ଏକ ଟ୍ୱିଟ୍‌ କରିବା ପରେ ତାହା  ଭାଇରାଲ ହେବାରେ ଲାଗିଛି।

{"id":243805,"sizeSlug":"large"}

ରିତେଶ ତାଙ୍କ ଟ୍ୱିଟ୍‌ରେ ‘ଓୟୋ ହୋଟେଲସ୍ ଭୂତାଣୁ ବିରୋଧରେ ସଂଗ୍ରାମ ନିମନ୍ତେ ଚିକିତ୍ସା କର୍ମଚାରୀ ଓ ପେଷାଦାର ଡାକ୍ତରଙ୍କ  ମାଗଣା ରହଣୀ ବ୍ୟବସ୍ଥା କରିଛି ’ ବୋଲି ଉଲ୍ଲେଖ କରିଛନ୍ତି। ଆମେରିକାରେ ଓୟୋର ଏହି ସୁବିଧା ମାର୍ଚ୍ଚ ୨୪ ତାରିଖରୁ କାର୍ଯ୍ୟକାରୀ ହୋଇଛି।  ପରୋପକାରର ଏହାଠାରୁ ବଡ ଯୋଗଦାନ ଆଉ କଣ ହୋଇପାରେ ବୋଲି ରିତେଶଙ୍କ ଟ୍ୱିଟ୍‌ ର ରିଟ୍ୱିଟ୍‌ କରିଛନ୍ତି ଇଭାଙ୍କା ଟ୍ରମ୍ପ।

{"id":243806,"sizeSlug":"large"}

ଏଠାରେ ସୂଚନା ଯୋଗ୍ୟଯେ ହୁରୁନ ରିଚେଷ୍ଟ ସୂଚୀରେ ଭାରତୀୟ ଷ୍ଟାର୍ଟଅପ ମାଲିକ ରିତେଶ ଅଗ୍ରୱାଲଙ୍କୁ ମଧ୍ୟ ସ୍ଥାନ ମିଳିଛି। ଧନୀ ଭାରତୀୟଙ୍କ ମଧ୍ୟରେ ଅଗ୍ରୱାଲ ଅନ୍ୟତମ ହୋଇଥିବା ବେଳେ ତାଙ୍କ ନେଟୱର୍ଥ ଏବେ ୮୦୦୦ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ଓୟୋ ରୁମସ୍ ଇଣ୍ଟରନେଟ୍ କମ୍ପାନୀଙ୍କ ସୂଚୀରେ ଫ୍ଲିପକାର୍ଟ ଓ ପେଟିଏମ ପରେ ତୃତୀୟ କମ୍ପାନୀରେ ପରିଣତ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.