ସାମ୍ବାଦିକ ବବ୍ ଉଡୱାର୍ଡଙ୍କ ନୂଆ ପୁସ୍ତକ 'Rage'କୁ ନେଇ ଚର୍ଚ୍ଚା, ଟ୍ରମ୍ପଙ୍କ ସହ ଆଳାପରେ ପିୟୁସାଙ୍କ ମୃତ୍ୟୁ ରହସ୍ୟ ଖୋଲିଛନ୍ତି କିମଜୋଙ୍ଗ !

Published By : Prameya-News7 Bureau | September 11, 2020 IST

ୱାସିଂଟନ : ଆମେରିକୀୟ ସାମ୍ବାଦିକ ତଥା ଲେଖକ ବବ୍ ଉଡୱାର୍ଡଙ୍କ ପୁସ୍ତକ ‘ରେଜ୍‌’ ଏବେ ଚର୍ଚ୍ଚାରେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କ ଅନ୍ତରଙ୍ଗ ଆଳାପର କିୟଦାଂଶ ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଯେଉଁଥିରେ ଉତ୍ତରକୋରିଆ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଓ  ଟ୍ରମ୍ପଙ୍କୁ ଆଳାପରେ ଶୁଣାଇ ଥିବା ତାଙ୍କ କାହାଣୀ ବି ରହିଛି। ଏଥିରେ ଉତ୍ତର କୋରିଆର ପ୍ରଭାବଶାଳୀ ନେତା ତଥା  ଜୋଙ୍ଗ ସୋଙ୍ଗ ଥାଏକଙ୍କ  ହତ୍ୟା  କାହାଣୀ ମଧ୍ୟ ରହିଛି।

{"id":328292,"sizeSlug":"large"}

ଉନ୍‌ଙ୍କ ପିୟୁସା ଜୋଙ୍ଗ ସୋଙ୍ଗ ଥାଏକଙ୍କ ମୃତ୍ୟୁ ଏବେ ବି ଦେଶବାସୀଙ୍କ ନିକଟରେ ରହସ୍ୟ ହୋଇ ରହିଛି। କେତେକ ତାଙ୍କୁ ଆଣ୍ଟି ଏୟାର କ୍ରାଫ୍ଟ ଗନ୍‌ରେ ବାନ୍ଧି ହତ୍ୟା କରାଯାଇଥିବାର ଅନୁମାନ କରୁଛନ୍ତି। ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଳାପରେ କିମ୍‌ ଜୋଙ୍ଗ ଦେଶଦ୍ରୋହୀଙ୍କ ସହ କିପରି ବ୍ୟବହାର କରନ୍ତି ତାର ରହସ୍ୟ ଖୋଲିଦେଇଥିଲେ। ଯାହା ବବ୍‌ଙ୍କ ପୁସ୍ତକ ଏବେ ସାର୍ବଜନିକ କରିଦେଇଛି।

{"id":328293,"sizeSlug":"large"}

ଡୋନାଲ୍ଡ ଟ୍ରମ୍ପ ଓ କିମ୍‌ ଜୋଙ୍ଗଙ୍କ ସମ୍ପର୍କ ବେଶ୍ ଉଠାପକା ଥିଲା। କେତେବେଳେ ଦୁଇ ନେତା ପରସ୍ପରକୁ ଯୁଦ୍ଧ ଧମକ ଦେଉଥିଲେ ତ କେତେବେଳେ ବେଶ୍‌ ଉତ୍ସାହରେ ପରସ୍ପରକୁ ଭେଟୁଥିଲେ। ଏଥିରେ କିମ୍‌ ଜୋଙ୍ଗ ରାଜଦ୍ରୋହ ଓ ଦୁର୍ନୀତି ଅଭିଯୋଗରେ କିପରି ତାଙ୍କ ପିୟୁସାଙ୍କୁ ହତ୍ୟା କରିଥିଲେ ତାହା ଡୋନାଲ୍ଡ ଟ୍ରମ୍ପଙ୍କୁ କହିଥିବାର ଏହି ପୁସ୍ତକରେ ଦାବି କରାଯାଇଛି।

{"id":328294,"sizeSlug":"large"}

ଉତ୍ତରକୋରିଆ ଆଜି ପର୍ଯ୍ୟନ୍ତ ଜୋଙ୍ଗ ସୋଙ୍ଗ ଥାଏକଙ୍କ ମୃତ୍ୟୁ ନେଇ ଅଧିକାରୀକ ପୁଷ୍ଟି କରିନାହିଁ। ତେବେ ଟ୍ରମ୍ପଙ୍କ ଅନୁସାରେ ନିଜେ କିମ୍‌ ତାଙ୍କୁ ହତ୍ୟା କରିବା ସହ ଦରବାରରେ ତାଙ୍କ ମସ୍ତକ ଉପସ୍ଥାପନ କରିଥିଲେ। ଏଥିରେ ସେ ପିୟୁସାଙ୍କ ଛାତିରେ ବସି ସେ ପିୟୁସାଙ୍କ ମୁଣ୍ଡ କାଟିଥିଲେ ଓ କିପରି  ତାଙ୍କକ୍ଷତବିକ୍ଷତ ଶରୀର ସେନାକୁ ହସ୍ତାନ୍ତର କରିଥିଲେ ବିସ୍ତୃତ ଭାବେ ଟ୍ରମ୍ପଙ୍କୁ କହିଥିଲେ ଉନ୍‌।

{"id":328295,"sizeSlug":"large"}

୨୦୧୩ ମସିହାରେ ଜୋଙ୍ଗ ସୋଙ୍ଗ ଥାଏକଙ୍କୁ ଉନ୍‌ ହତ୍ୟା ହୋଇଥିଲା। ତେବେ ତା ପୂର୍ବରୁ ଉନ୍‌ଙ୍କ ପଛକୁ ଜୋଙ୍ଗସୋଙ୍ଗ ଥିଲେ ଦେଶର ସର୍ବମୟ କର୍ତ୍ତା। ସେ ଦେଶରେ କିଛି ଶାସନ ସଂସ୍କାର କରିବାକୁ ଚାହୁଁଥିଲେ। ତେବେ ତାଙ୍କ ମୃତ୍ୟୁ ଯୋଗୁ ଉତ୍ତରକୋରିଆ ବିଶ୍ୱ ନିମନ୍ତେ ଯେତିକି ଉନ୍ମୁକ୍ତ ହେବା କଥା ତାହା ଆଉ ସମ୍ଭବ ହୋଇ ନଥିଲା ବୋଲି ୨୦୧୬ରେ ନ୍ୟୁୟର୍କ ଟାଇମସ୍‌ରେ ପ୍ରକାଶିତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.