ଆମେରିକାର ଆଇଟି କମ୍ପାନୀ ଆଇଆଇଟି ଛାତ୍ରଙ୍କୁ ଅଫର୍ କରିଛି ଦେଢ କୋଟି ପ୍ୟାକେଜ୍ ଚାକିରୀ

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ ୦୩/୧୨ : କରୋନା କାଳରେସାରା ବିଶ୍ୱ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହିଭଳି ସମୟରେ ପ୍ରମୁଖ ଆଇଟି କମ୍ପାନୀ ଆକର୍ଷଣୀୟ ପ୍ଲେସମେଣ୍ଟ ପ୍ରଦାନ କରୁଛି। କିଛି ଘରୋଇ ଓ ବିଦେଶୀ ଆଇଟି କମ୍ପାନୀ ଛାତ୍ରଛାତ୍ରୀଙ୍କୁ ଭଲ ପ୍ୟାକେଜ ସହ ଚାକିରୀ ଅଫର କରୁଛି।  ଆମେରିକାର କୋହେସିଟି ଆଇଟି କମ୍ପାନୀ ଜଣେ ଆଇଟି ଛାତ୍ରଙ୍କୁ ସର୍ବାଧିକ ୨୦ ହଜାର ଆମେରିକୀୟ ଡଲାର, ପାଖାପାଖି ଦେଢ଼ କୋଟି ଟଙ୍କାର ଚାକିରୀ ଅଫର କରିଛି। ନେଦରଲ୍ୟାଣ୍ଡର ଟ୍ରେଡିଂ କମ୍ପାନୀ ଆପ୍ଟିୱର ମଧ୍ୟ ପ୍ରାର୍ଥୀଙ୍କୁ ଆମଷ୍ଟରଡ୍ୟାମ ଓ ସିଡନୀରେ ଚାକିରୀ ପାଇଁ ୧୫୭୦୦୦ ୟୁରୋ, ପାଖାପାଖି ୧.୪ କୋଟି ଟଙ୍କା ଦରମା ଚାକିରୀ ଦେଇଛି। ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁସାରେ ଆପ୍ଟିୱର ଆଇଆଇଟି ବମ୍ବେର ୭ ଛାତ୍ରଙ୍କୁ ଆମଷ୍ଟରଡ୍ୟାମ ଓ ସିଡନୀରେ ଟ୍ରେଡିଂ, ସଫ୍ଟବେୟାର ଓ କ୍ୱାଣ୍ଟ ରିସର୍ଚ୍ଚ ସହ ଜଡିତ କାମ ପାଇଁ ଚାକିରୀ ଦେଇଛି। ଜଣେ ଛାତ୍ର କହିଛନ୍ତି ଯେ, ଆଇଆଇଟି ବମ୍ବେ କ୍ୟାମ୍ପସ ପ୍ଲେସମେଣ୍ଟର ସେକେଣ୍ଡ ସ୍ଲଟରେ ଆପ୍ଟିୱର ଆହୁରି ପିଲାଙ୍କ ଇଣ୍ଟରଭ୍ୟୁ ନେବାର ଅଛି। କୋହେସିଟି ସର୍ବାଧିକ ପ୍ୟାକେଜ ସହ ସେକେଣ୍ଡ ସ୍ଲଟରେ ଜଣେ ଛାତ୍ରଙ୍କୁ ଆମେରିକାରେ ଚାକିରୀ ଦେବା ପାଇଁ ସର୍ଟଲିଷ୍ଟ କରିଛି। ତେବେ ଫାଇନାଲ ଅଫର ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଘରୋଇ ନିଯୁକ୍ତ କ୍ୱାଲକମ ଆଇଆଇଟି ବମ୍ବେରୁ ୧୧ ଓ ଆଇଆଇଟି ମାଡ୍ରାସରୁ ୮ ଛାତ୍ରଙ୍କୁ କ୍ୟାମ୍ପସ ପ୍ଲେସମେଣ୍ଟରେ ଚୟନ କରିଛି। ଟେଲିକମ କମ୍ପାନୀର ସର୍ବାଧିକ ପ୍ୟାକେଜ ୪୬.୪ ଲକ୍ଷ ଟଙ୍କା। ୱାର୍ଲଡକ୍ୱାଣ୍ଟ 39.୭ ଲକ୍ଷ ଟଙ୍କା, ମାର୍ଗନ ସ୍ଟେନଲି 37.୨ ଲକ୍ଷ ଟଙ୍କା, ଉବର ୩୫.୩ ଲକ୍ଷ ଟଙ୍କାର ପ୍ୟାକେଜ ଦେଇଛି। ଆଇଆଇଟି ବମ୍ବେର ପ୍ରଥମ ସେସନରେ ପାଖାପାଖି ୧୮ କମ୍ପାନୀ ପହଞ୍ଚିଥିଲେ ଯେଉଁଥିରେ ମାଇକ୍ରୋସଫ୍ଟ, ଗୁଗଲ, ଟେକ୍ସାସ, କ୍ଵାଲକମ, ଏପଲ, ବେନ ଆଣ୍ଡ କମ୍ପାନୀ ସର୍ବାଧିକ ଅଫର ଦେଇଛି।

ଯଦି ଆଇଆଇଟି କାନପୁର କଥା କୁହାଯାଏ ତାହେଲେ ଏଠାରେ କୋହେସିଟି, ଗୁଗୁଲ୍, ମାଇକ୍ରୋସଫ୍ଟ, କ୍ୱାଣ୍ଟବକ୍ସ, ଗ୍ରାଭିଟନ୍ ଟ୍ରେଡିଂ ଭାରୀ ପ୍ୟାକେଜରେ ଛାତ୍ରମାନଙ୍କୁ ଚାକିରି ପ୍ରଦାନ କରିଛି। ଆଇଆଇଟି କାନପୁରର ୩ ଛାତ୍ରଙ୍କୁ ଗ୍ରାଭିଟନ୍ ଟ୍ରେଡିଂ କମ୍ପାନୀ ୮୨-୮୨ ଲକ୍ଷ ଟଙ୍କା ପ୍ୟାକେଜ ଦେଇଛି। ଏପଲ୍ ଓ କୋହେସିଟି ଭାରତରେ ଚାକିରୀ ପାଇଁ ୬୦ ଲକ୍ଷ ଟଙ୍କା ପ୍ୟାକେଜ ଦେଇଛି। ତାଛଡା ଗୁଗଲ୍ ଓ ମାଇକ୍ରୋସଫ୍ଟ ମଧ୍ୟ ଭାରତରେ ଚାକିରୀ ପାଇଁ ଛାତ୍ରଙ୍କୁ ଆକର୍ଷଣୀୟ ପ୍ୟାକେଜ ଦେଇଛି। ଆଇଆଇଟି ମାଡ୍ରାସ ପ୍ଲେସମେଣ୍ଟ ୧.୧ର ପ୍ରଥମ ଦିନରେ ୨୨ କମ୍ପାନୀ ୧୨୩ ଜଣଙ୍କୁ ଚାକିରୀ ଅଫର କରିଛି। ଆଇଆଇଟି ଖଡଗପୁରରେ ୪୨୫ ଇନଟର୍ନସିପଙ୍କ ମଧ୍ୟରୁ ୨୭୬ ଜଣଙ୍କର ପ୍ରି ପ୍ଲେସମେଣ୍ଟ ହୋଇଛି। ଆଇଆଇଟି ରୁର୍କିର ପ୍ରଥମ ସ୍ଲଟରେ ୩ଟି ଇଣ୍ଟରନ୍ୟାସନାଲ ଅଫର ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.