ବଗଦାଦ୍ ଆକ୍ରମଣ ପରେ ନାଗରିକଙ୍କ ଲାଗି Advisory ଜାରି କଲା ଆମେରିକା,ଜାଣନ୍ତୁ କହିଛି କ’ଣ
3/01/2020 at 3:21 PM

ୱାସିଂଟନ ୩।୧ : ଇରାକ୍ରେ ଦୂତାବାସ ଆକ୍ରମଣର ଜବାବ ଦେଇଛି ଆମେରିକା। ତେବେ ବିମାନ ଆକ୍ରମଣ ପରେ ପରେ ଆମେରିକା ପକ୍ଷରୁ ନିଜ ନାଗରିକଙ୍କ ଲାଗି ଭ୍ରମଣ କଟକଣା ଜାରି କରାଯାଇଛି। ଏ ନେଇ ବିଦେଶମନ୍ତ୍ରାଳୟ ଜାରି କରିଥିବା ଆଡଭାଇଜରୀରେ ତୁରନ୍ତ ଆମେରିକୀୟ ନାଗରିକଙ୍କୁ ଇରାକ୍ ଖାଲି କରିବାକୁ ପରାମର୍ଶ ଦିଆଯାଇଛି। ଏଥିଲାଗି ସେମାନଙ୍କୁ ବିମାନ ବ୍ୟବହାର ପାଇଁ ପରାମର୍ଶରେ କୁହାଯାଇଥିବା ବେଳେ ଯଦି ସମ୍ଭନ ହୁଏ ତେବେ ତେବେ ସଡକ ରାସ୍ତାରେ ଅନ୍ୟ ଦେଶମାନଙ୍କୁ ଯାଇ ସେଠାରୁ ଆମେରିକା ପ୍ରସ୍ଥାନ ଲାଗି କୁହାଯାଇଛି।

ଆମେରିକା ଓ ଇରାନ ମଧ୍ୟରେ ଦୀର୍ଘ ଅସନ୍ତୋଷ ପରେ ପ୍ରଥମ ଥର ଆମେରିକା ନିଜ ଆଡୁଆକ୍ରମଣ କରିଛି। ଏଥିରେ ଇରାନର ଜଣେ ଜେନେରାଲ କାସିମ ସୁଲେମାନୀ ନିହତ ହୋଇଛି। ଘଟଣାରେ ଇରାନ୍ ପ୍ରତିକ୍ରିୟା ପ୍ରକାଶ କରିଛି। ରକ୍ତର ଜବାବ ରକ୍ତରେ ଦିଆଯିବ ବୋଲି ଇରାନ ଧମକ ଦେଇଛି। ଏଥିରେ ଆମେରିକା ଦୂତାବାସ ପକ୍ଷରୁ ନିଜ ନାଗରିକଙ୍କୁ ତୁରନ୍ତ ଇରାନ୍ ଛାଡିବା ଲାଗି କୁହାଯାଇଛି।

ଆମେରିକାର ଏହି ଆକ୍ରମଣରେ ଇରାନର ପପୁଲାର ମୋବିଲାଇଜେସନ ଫୋର୍ସେସ(ପିଏମଏଫ)ର ଡେପୁଟି କମାଣ୍ଡର ଅବୁ ମହେଦୀ ଅଲ-ମୁହାଁଦିଶ ମଧ୍ୟ ପ୍ରାଣ ହରାଇଥିବା ତେହେରାନ ପ୍ରେସ୍ ଟିଭି ସୂଚନାରୁ ଜଣାପଡିଛି। ବଗଦାଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ରୋଡରେ ତାଙ୍କ କାରକୁ ଆମେରିକା ଟାର୍ଗେଟ୍ କରିଥିଲା ବୋଲି ଟିଭି ସୂଚନା ଦେଇଛି।