Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ନାଗରିକଙ୍କ ଲାଗି ଆମେରିକାର ନୂଆ ଟ୍ରାଭେଲ ଆଡଭାଇଜରି, ପାକିସ୍ତାନ ନଯିବା ଲାଗି ପରାମର୍ଶ

13/08/2020 at 4:06 PM

ୱସିଂଟନ ୧୩।୮: ଆମେରିକା ସରକାର ନାଗରିକଙ୍କ ଲାଗି ନୂଆ ଟ୍ରାଭେଲ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ଆମେରିକୀୟଙ୍କୁ ପାକିସ୍ତାନ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁ କାରଣ ଲାଗି ଏହି ପରାମର୍ଶ ଦିଆଯାଇଛି ସେଥିରେ ଆତଙ୍କବାଦ ପ୍ରମୁଖ ହୋଇଥିବା ବେଳେ କୋଭିଡ-୧୯ ଦ୍ୱିତୀୟ କାରଣ ବୋଲି ଜଣାପଡିଛି। ଆମେରିକା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ୍‌( ସିଡିସି) କୋଭିଡ-୧୯ଦୃଷ୍ଟିରୁ ପାକିସ୍ତାନ ଯାତ୍ରା ଲାଗି ଲେବୁଲ-୩ ସ୍ତରୀୟ ଯାତ୍ରା ସ୍ୱାସ୍ଥ୍ୟ ନୋଟିସ୍ ଜାରି କରିଛନ୍ତି।

ସିଡିସିଙ୍କ ପରାମର୍ଶ ଅନୁସାରେ ଏହି ସମୟରେ ପାକିସ୍ତାନ ଯାତ୍ରା କଲେ ସେଠାରେ ସୀମା ବନ୍ଦ, ବିମାନବନ୍ଦର ବନ୍ଦ, ଯାତାୟାତ କଟକଣା ଓ ଘରେ ରହିବାର ଆଦେଶ ସମେତ ଅନ୍ୟ ଜୁରିକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ। ସେହିପରି ପାକିସ୍ତାନ ଯାତ୍ରାରେ ବଲୁଚୀସ୍ତାନ, ଖୈବର ପୁଖ୍ତନଖ୍ୱା ସମେତ ସଂଘ ଦ୍ୱାରା ପୂର୍ବରୁ ଶାସିତ ଆଦିବାସୀ ଅଞ୍ଚଳକୁ ନ ଯିବା ଲାଗି ସାଧାରଣ ଆଡଭାଇଜରିରେ କୁହଯାଇଛି।

ଏହି ସବୁ ଅଞ୍ଚଳକୁ ଯାତ୍ରାରେ ଆତଙ୍କବାଦ ଓ ଅପହରଣ ଭଳି ପରିସ୍ଥିତିର ସମ୍ମୁଖୀନ ହେବାର ଆଶଙ୍କା ଥିବା ନେଇ ନାଗରିକଙ୍କୁ ସତର୍କ କରାଯାଇଛି। ସେହିପରି ଆତଙ୍କବାଦକୁ ନେଇ ସଶସ୍ତ୍ର ସଂଘର୍ଷକୁ ଦୃଷ୍ଟିରେ ରଖି ପାକ୍‌ ସୀମାବର୍ତ୍ତି କୌଣସି ଅଞ୍ଚଳକୁ ନାଗରିକଙ୍କ ଯିବା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ଆମେରିକା ସରକାର। ତେବେ ପାକିସ୍ତାନରେ ଏବେ ୨୦୧୪ ଭଳି ପରିସ୍ଥିତି ନଥିବା ଏଥିରେ ସରକାର ସୂଚିତ କରିଛନ୍ତି। ଦେଶେ ଆତଙ୍କବାଦ ନିୟନ୍ତ୍ରଣ ନେଇ ସରକାର ଆଇନ ସଂଶୋଧନ କରିଥିବାରୁ ବିପଦ ହ୍ରାସ ହୋଇଥିଲେ ହେଁ ଟଳି ନଥିବା ସରକାର ସତର୍କ କରାଇଛନ୍ତି।   

   Related Posts