Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରମ୍ପ ପୁଣି ରାଷ୍ଟ୍ରପତି ହୁଅନ୍ତୁ ଚାହେଁନି ଚୀନ, ଋଷ ଚାହେଁନା ବିଡେନଙ୍କୁ !

8/08/2020 at 5:21 PM

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖଉଛି ସେତିକି ଉଷ୍ମ ହେଉଛି ରାଜନୀତି। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ସୂଚନା ଦେଇଛନ୍ତି ଆମେରିକୀୟ ଗୁଇନ୍ଦା ଏନସିଏସସି ମୁଖ୍ୟ ୱିଲିୟନ ଇଭାନିନା।  କୋଭିଡ-୧୯ ମହାମାରୀରେ ହେବାକୁ ଯାଉଥିବା ଏହି ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର। ଏଣୁ ହେବାକୁ ଥିବା ନିର୍ବାଚନର ମତଦାନ ପ୍ରଭାବିତ ହେବା ଆଶଙ୍କାରେ ଆମେରିକୀୟ ଇଣ୍ଟେଲିଜେନ୍ସୀ ଏବେ ପୁରା ସତର୍କ ବୋଲି କହିଛନ୍ତି ଇଭାନିନା। 

ଇଭାନିନା କହିଛନ୍ତି ଯେ କ୍ରେମଲିନ୍‌ ସହ ସମ୍ପୃକ୍ତ ଲୋକେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପୁଣି ନିର୍ବାଚିତ ହୁଅନ୍ତୁ ଚାହୁଁଛନ୍ତି। ତେବେ ଟ୍ରମ୍ପ ଦ୍ୱିତୀୟବାର ରାଷ୍ଟ୍ରପତି ହୁଅନ୍ତୁ ତାହା ଚୀନ୍‌ ଚାହେଁନା। ଏଣୁ ବେଜିଂ ଆମେରିକାରେ ଜନହୀତକର ଯୋଜନା କାର୍ଯ୍ୟକାରୀ କରିବା ଓ ଚୀନ ସ୍ୱାର୍ଥ ବିରୋଧୀ ରାଜନେତା ଓ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ନିଜର ଉଦ୍ୟମ ଜୋରଦାର କରିଛି।

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଗୁଇନ୍ଦା ସଂସ୍ଥାର ଏହା ଏପର୍ଯ୍ୟନ୍ତ ସବୁଠୁ ସ୍ପଷ୍ଟ ଘୋଷଣା। ଏଥିରେ ଟ୍ରମ୍ପ ଚୀନ୍‌ ସମ୍ପର୍କିତ ସୂଚନାକୁ ସ୍ୱୀକାର କରୁଥିବା ବେଳେ ଋଷିଆ ସମ୍ପର୍କିତ ଗୁଇନ୍ଦା ତଥ୍ୟକୁ ଅଗ୍ରାହ୍ୟ କରିଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାରେ ଏପର୍ଯ୍ୟନ୍ତ ଥିବା ସରକାରଙ୍କ ମଧ୍ୟରେ ଋଷିଆ ବିରୋଧରେ ଯଦି କେଉଁ ସରକାର ସବୁଠୁ ଅଧିକ କଡା ମନବୃତ୍ତି ରଖିଥାଏ ତାହା ହେଉଛି ଟ୍ରମ୍ପ ସରକାର। ତଥାପି ଋଷିଆ ଶେଷରେ ଯେଉଁ ସରକାର ଲାଗି ଆଶା କରେ ତାହାବି ଟ୍ରମ୍ପ ସରକାର ବୋଲି କହିଛନ୍ତି।

ତେବେ ବାସ୍ତବିକତା ହେଉଛି ଋଷିଆକୁ ନେଇ ରୈଜନୈତିକ ଦଳଙ୍କ ମନବୃତ୍ତି ବୋଲି ଗୁଇନ୍ଦା ସୂଚନାରୁ ସ୍ପଷ୍ଟ ହୋଇଛି। ଓବାମା ସରକାରରେ ଜୋ ବିଡେନ ଉପରାଷ୍ଟ୍ରପତି ଥିଲେ। ତେବେ ୟୁକ୍ରେନ ସମର୍ଥିତ ରାଜନୀତିକୁ କ୍ରେମଲିନ ପସନ୍ଦ କରେନି। ଖାସ ଏଥିଯୋଗୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଋଷୀୟ ହ୍ୟାକରମାନେ ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କ ଇ-ମେଲ ହ୍ୟାକ୍‌ କରି ସୂଚନା ଲିକ୍‌ କରିଦେଇଥିଲେ। ଠିକ ସେହିପରି ଏଥର ନିର୍ବାଚନରେ ମଧ୍ୟ ବିଡେନକୁ ବଦନାମ କରିବା ଲାଗି ଋଷ ଉଦ୍ୟମ ଆରମ୍ଭ କରିଦେଇଥିବାର ଗୁଇନ୍ଦା ସୂଚନା ମିଳିଛି।

ତେବେ ଗତ ରାଷ୍ଟ୍ରପତି ନିର୍ବାଚନରେ ଯଦି ବିଡେନ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥାନ୍ତେ ଓ ଜିତିଥାନ୍ତେ ତେବେ ଦେଶରେ ଏବେ ଚୀନ୍‌ର ଶାସନ ଚାଲୁଥାନ୍ତା ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି।  ହେଲେ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଋଷ ସହାୟତା ସମ୍ପର୍କିତ ସୂଚନାକୁ  ଟ୍ରମ୍ପ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଛନ୍ତି। ତେବେ ଆମେରିକୀୟ ଗୁଇନ୍ଦା ଋଷ ଓ ଚୀନ ସାଙ୍ଗକୁ  ଇରାନ ଉପରେ ନଜର ରଖି ରହିଛନ୍ତି। ତେବେ ଏହି ସବୁ ଦେଶମାନଙ୍କର ଗତିବିଧି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ  ପ୍ରଭାବିତ କରିବ ତାହା କିନ୍ତୁ ବିଶ୍ୱାସ କରୁନାହାନ୍ତି ଗୁଇନ୍ଦା ଅଧିକାରୀମାନେ ।

   Related Posts