କଲବଲ ହେଉଛି ପାକିସ୍ତାନ : NATOର ସହଯୋଗୀ ସଦସ୍ୟ ପଦରୁ ପାକିସ୍ତାନକୁ ବହିଷ୍କାର କରିବାକୁ ସ୍ବତନ୍ତ୍ର ବିଲ୍ ଆଣିଲା ଆମେରିକା

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୦୪/୦୧ : ଆମେରିକାର ୧୧୭ ତମ କଂଗ୍ରେସରେ ଏକ ସ୍ବତନ୍ତ୍ର ବିଲ ପାସ ହୋଇଛି । ଯେଉଁଥିରେ NATOର ସହଯୋଗୀ ସଦସ୍ୟ ପଦରୁ ପାକିସ୍ତାନକୁ ବହିଷ୍କାର କରିବା ପାଇଁ ଏକ ବିଲ ଆଗତ ହୋଇଛି । ଏହି ବିଲ ଆମେରିକାର ରିପବ୍ଲିକାନ ପାର୍ଟି ସଦସ୍ୟ ଆଣ୍ଡି ବିଗସ୍‌ଙ୍କ ଦ୍ବାରା ଆଗତ ହୋଇଛି ।

୧୧୭ ତମ ଆମେରିକାନ୍ କଂଗ୍ରେସର ପ୍ରଥମ ଦିନରେ ଏହି ବିଲକୁ ଆଗତ କରିବା ସହ ଆଣ୍ଡି ବିଗସ୍‌ ଟ୍ବିଟ୍ କରି କହିଛନ୍ତି ଯେ, ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବା ସହ ସରକାରଙ୍କ ଦ୍ବାରା ଜନସାଧାରଣଙ୍କୁ ଦିଆଯାଉଥିବା ଉପାଦାନଗୁଡିକୁ ପ୍ରତିପାଦିତ କରାଯାଇଛି ।

ଆଗତ ହୋଇଥିବା ବିଲକୁ ନେଇ ବିଗସ୍ କହଛନ୍ତି ଯେ, ପାକିସ୍ତାନ ଦିନକୁ ଦିନ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରୁଛି । ଏହାର ଦୃଢ ଜବାବ ଦେବାପାଇଁ ଏହି ସ୍ବତନ୍ତ୍ର ବିଲ ଆଗତ କରାଯିବା ସହ NATOର ସହଯୋଗୀ ସଦସ୍ୟ ପଦରୁ ପାକିସ୍ତାନକୁ ବହିଷ୍କାର କରିବା ପାଇଁ ଆବେଦନ କରାଯାଇଛି । ତେବେ ଆମେରିକାରେ ବର୍ତ୍ତମାନ ନୂଆ ରାଷ୍ଟ୍ରପତି କାର୍ଯ୍ୟଭାର ନେଇନଥିବାରୁ ଏହି ବିଲ ପାଇଁ ସ୍ବତନ୍ତ୍ର ବିଧେୟକ ପାସ କରାଯାଇପାରୁ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସରକାର ବାରମ୍ବାର ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ ଦେବା ସହ ହାକାନୀ ନେଟଓ୍ବର୍କକୁ ସୁରକ୍ଷା ଦେଉଛି । NATOର ସହଯୋଗୀ ସଦସ୍ୟ ପଦରୁ ପାକିସ୍ତାନକୁ ବହିଷ୍କାର କରିବା ପରେ ଉଚିତ ଜବାବ ମିଳିବ ବୋଲି ବିଗସ୍‌ କହିଛନ୍ତି ।

ତେବେ ଆମେରିକା ଆଉ ଏକ ଅଭିଯୋଗ କରିଛି ଯେ, ଇମ୍ରାନ ଖାନ ସରକାର ଲଗାତାର ଭାବେ ଆଫଗାନିସ୍ତାନ ସହ ସମ୍ପର୍କରେ ରହୁଛି । ଦୁଇ ଦେଶର ସୀମାରେ ଆତଙ୍କବାଦୀମାନଙ୍କ କାର୍ଯ୍ୟକଳାପ ଏବଂ ଉପସ୍ଥିତି ବୃଦ୍ଧି କରିବା ପାଇଁ ସାଲିସ ହେଉଥିବା ଅଭିଯୋଗ କରିଛି ଆମେରିକା । ଆଗାମୀ ଦିନରେ ଏଥିପାଇଁ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଆଣ୍ଡି ବିଗସ୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.