Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଡିଏସ୍ ଶୁଳ୍କ ବୃଦ୍ଧିରେ ବାଇଡେନ୍‌ଙ୍କ ଜବାବ, ୨୬ ଭାରତୀୟ ସାମଗ୍ରୀ ଉପରେ ୨୫% ଶୁଳ୍କ ବୃଦ୍ଧି କଲା ଆମେରିକା

6/06/2021 at 4:56 PM

ୱାସିଂଟନ : ଭାରତ ବିରୋଧରେ ଟାରିଫ ୱାରଏବେବି ଜାରି ରଖିଛି ଆମେରିକା।  ଏଥିପ୍ରତି ବାଇଡେନ ସରକାରଙ୍କ ସମ୍ମତି ଥିବା ଭଳି ଜଣାପଡୁଛି। ପ୍ରଶାସନ ଭାରତରୁ ଆମଦାନୀ ହେଉଥିବା ବାସୁମତି ଚାଉଳରୁ ଆରମ୍ଭ କରିଫର୍ଣ୍ଣିଚର ପର୍ଯ୍ୟନ୍ତ ୨୬ଟି ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି କରିଛନ୍ତି। ଆମେରିକା ବ୍ୟାପାର ପ୍ରତିନିଧି କ୍ୟାଥେରିନ ତାଇ ଜୁନ ୨ ତାରିଖ ଦିନ ଏହି ଶୁଳ୍କ ବୃଦ୍ଧି ଘୋଷଣା କରିଥିବା ବଳେ ଏହା ଆଗାମୀ ଡିସେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କହିଛନ୍ତି। 

ଗତ ବର୍ଷ ଏପ୍ରିଲ ମାସରେ ଭାରତ ସରକାର ଆମାଜନ, ଫେସବୁକ୍‌ ଓ ଗୁଗଲ ଭଳି ବିଦେଶୀ ଇ-କମର୍ସ କମ୍ପାନୀ ଦେଶରେ କରୁଥିବା ଆୟ ଉପରେ ୨ ପ୍ରତିଶତ ଡିଜିଟାଲ ସର୍ଭିସ ଶୁଳ୍କ (ଡିଏସଟି) ଲାଗୁ କରିଥିଲେ। ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ବିରୋଧ କରିଥିଲେ। ହେଲେ ଏ ବାବଦେ ଭାରତ ବିପକ୍ଷରେ ସେପରି କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇନଥିଲେ। ତେବେ ଟ୍ରମ୍ପଙ୍କ ପରେ ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ହୋଇଥିବା ବେଳେ ଭାରତୀୟ ଶୁଳ୍କ ବ୍ୟବସ୍ଥାର ଜବାବ ଦେଇଛନ୍ତି।

ଗତ ଏପ୍ରିଲରେ ଭାରତ ସରକାର ଡିଏସଟି ଲାଗୁ କରିବା ବେଳେ ଆମେରିକା ବ୍ୟାପାର ପ୍ରତିନିଧିଙ୍କ କାର୍ଯ୍ୟାଳୟ ଏହାକୁ ଅନୁଚିତ ଓ ପକ୍ଷପାତ ନୀତି ବୋଲି କହିଥିଲେ। ତେବେ ୨ ତାରିଖରେ ଆମେରିକା ସରକାର ଭାରତୀୟ ସାମଗ୍ରୀ ଉପରେ ଲାଗୁ କରିଥିବା ଶୁଲ୍କ ଭାରତ ଦ୍ୱାରା ଲାଗୁ ଡିଏସଟି ସହ ସମାନ ବୋଲି ଏବେ କୁହାଯାଉଛି। ଏକ ଅନୁମାନରୁ ଡିଏସଟି ବାବଦେ ଆମେରିକୀୟ କମ୍ପାନୀଙ୍କ ଠାରୁ ଭାରତ ବାର୍ଷିକ ୫.୫କୋଟି ଡଲାର ରାଜସ୍ୱ ଆୟ କରୁଛି। ଭାରତୀୟ ସାମଗ୍ରୀର ଆମେରିକା ଶୁଳ୍କ ବୃଦ୍ଧି ମଧ୍ୟ ଏହି ପରିମାଣର ହୋଇପାରେ ବୋଲି ଏକ ହିସାବରୁ ଜଣାପଡିଛି।

ଆମେରିକା ଭାରତରୁ ଆମଦାନୀ ହେଉଥିବା ବାଉଁଶ ଉପକରଣ, ୱିଣ୍ଡୋ ସଟର, ସିଗାରେଟ ପେପର, ମୋତି , ବେଡରୁମ ଫର୍ଣ୍ଣିଚର ସମେତ ତମ୍ବା ଉତ୍ପାଦ ଉପରେ ଲାଗୁ କରିଛି। ତେବେ ଏହା କେବଳ ଭାରତ ଲାଗି ନୁହେଁ ବ୍ରିଟେନ, ଅଷ୍ଟ୍ରିଆ, ଇଟାଲୀ, ସ୍ପେନ ଓ ତୁର୍କି ଆମଦାନୀ ଉପରେ ମଧ୍ୟ ଶୁଳ୍କ ଲାଗୁ କରିବ ବୋଲି ଧମକ ଦେଇଛି।     

   Related Posts