ସାଧାରଣତନ୍ତ୍ର ଦିବସରେ ଆମେରିକାର ବାର୍ତ୍ତା- ଭାରତ ସହ ସମ୍ପର୍କ ଏବେବି ମଜଭୁତ

Published By : Prameya-News7 Bureau | January 26, 2021 IST

ନୂଆଦିଲ୍ଲୀ ୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଆମେରିକା ଷ୍ଟେଟ୍‌ ଡିପାର୍ଟମେଣ୍ଟ ଟ୍ୱିଟ୍‌ ହ୍ୟାଣ୍ଡଲରେ ଭାରତକୁ ହ୍ୟାପି ରିପବ୍ଲିକ୍‌ ଡେ ମ୍ୟାସେଜ୍‌ କରିଛି। ଭାରତକୁ ୭୨ତମ ସାଧାରଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଛି ଆମେରିକା। ୟୁଏସ୍ ଷ୍ଟେଟ୍‌ ଡିପାର୍ଟମେଣ୍ଟଙ୍କ ଦକ୍ଷିଣ ଓ କେନ୍ଦ୍ରଏସିଆ ବ୍ୟୁରୋ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏ ନେଇ ଏକ ପୋଷ୍ଟ କରିଛନ୍ତି।

wp:embed {"url":"https://twitter.com/State_SCA/status/1354041152903786497","type":"rich","providerNameSlug":"twitter","responsive":true,"className":""}
https://twitter.com/State_SCA/status/1354041152903786497
/wp:embed

ଏଥିରେ ଆମେରିକା ସହ ଭାରତର ଦ୍ୱିପାକ୍ଷୀକ ସମ୍ପର୍କ ଡେମୋକ୍ରାଟିକ୍‌ ଆଦର୍ଶରେ ଏବେବି ସୁ ସଂହତ ବୋଲି ସୂଚିତ ବିଭାଗ କରିଛନ୍ତି।  ବାର୍ତ୍ତାରେ ଭାରତର ସମ୍ବିଧାନ ଗ୍ରହଣ ଦିବସକୁ ଆମେରିକା ସମ୍ମାନୀତ କରୁଥିବା ଉଲ୍ଲେଖ କରିଛି।

{"id":399016,"sizeSlug":"large","linkDestination":"none"}

୨୬ ଜାନୁୟାରୀ ୧୯୫୦ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା। ଏଥିରେ ନିଜକୁ ସାର୍ବ ଭୌମ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଭାରତ ନିଜକୁ ଘୋଷଣା କରିଥିଲା। ଯାହା ଭାରତକୁ ବିଶ୍ୱର ସର୍ବ ବୃହତ୍ତ ଗଣତନ୍ତ୍ରରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହାକୁ ଆମେରିକା ଟ୍ୱିଟ୍‌ ବାର୍ତ୍ତାରେ ସାମିଲ କରିଛି। ଯେଉଁ ଗଣତାନ୍ତ୍ରିକ ନୀତି  ଆଦର୍ଶରେ ଆମେ ପରସ୍ପର ସହଯୋଗୀ ହୋଇଛେ ଆମେରିକା-ଭାରତର ସେହି ସମ୍ପର୍କ ଅକ୍ଷୁର୍ଣ୍ଣ ରହିଛି ବୋଲି ବିଭାଗ ଉଲ୍ଲେଖ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.