ଟିକା ନୁହେଁ,କରୋନାକୁ ନିପାତ କରିବା ପାଇଁ ଆମେରିକା ପ୍ରସ୍ତୁତ କରୁଛି ଆଉ ଏକ ଭୟଙ୍କର ଭାଇରସ୍

Published By : Prameya-News7 Bureau | August 15, 2020 IST

wp:group

ଆମେରିକାର କରୋନା ଭାଇରସ୍ ଭ୍ୟାକସିନ୍ ପ୍ରଭାବୀ କି ନାହିଁ,ଏଥିପାଇଁ କେତେ ଭ୍ୟାକସିନର ଟ୍ରାୟଲ ଚାଲୁଛି। କିନ୍ତୁ ଏବେ ଆମେରିକା ଏକ ନୂଆ କରୋନା ଭାଇରସ୍ ଷ୍ଟେନ୍ ପ୍ରସ୍ତୁତ କରୁଛି ଯାହା ଦ୍ବାରା ଜାଣିଶୁଣି ଭ୍ୟାକସିନ ଲଗାଉଥିବା ସୁସ୍ଥ ଭଲ୍ୟୁଣ୍ଟିଅର୍ସଙ୍କୁ ସଂକ୍ରମିତ କରାଯାଇପାରେ। ଆମେରିକା ସରକାରଙ୍କ ସ୍ବାସ୍ଥ୍ୟ ଏଜେନ୍ସିର କହିବା ଅନୁସାରେ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାୟଲ୍ ପାଇଁ କାମ ଆରମ୍ଭ କରାଯାଇଛି।

/wp:group

ସାଧାରଣତଃ ଭ୍ୟାକସିନ ଟ୍ରାୟଲ୍ ସମୟରେ ଭଲ୍ୟୁଣ୍ଟିଅର୍ସଙ୍କୁ ଖୁରାକ ଦିଆଯାଇଥାଏ ଏବଂ ତା’ପରେ ଅପେକ୍ଷା କରାଯାଇଥାଏ ଯେ ସେଥିରୁ କିଛି ଲୋକ ନିଜେ ଭାଇରସର ସମ୍ପର୍କରେ ଆସି ଯାଉଛନ୍ତି କି ନାହିଁ। ଯେଉଁମାନେ ଭାଇରସର ସମ୍ପର୍କରେ ଆସି ଯାଆନ୍ତି ସେମାନଙ୍କ ଶରୀର ଉପରେ ପଡ଼ୁଥିବା ପ୍ରଭାବକୁ ବିଶ୍ଲେଷଣ କରାଯାଇଥାଏ। ଯଦି ସେମାନେ ଅସୁସ୍ଥ ନ ହୁଅନ୍ତି ତେବେ ଭ୍ୟାକସିନ ସଫଳ ହୋଇଥାଏ।

ଭଲ୍ୟୁଣ୍ଟିଅର୍ସ ଭାଇରସ୍ ସଂସ୍ପର୍ଶରେ ଆସିବାକୁ ସମୟ ଲାଗିପାରେ ଏବଂ ଟ୍ରାୟଲରେ ବିଳମ୍ବ ହୋଇପାରେ। ଏଥିପାଇଁ ଆମେରିକା ଏକ ନୂଆ କରୋନା ଭାଇରସ୍ ଷ୍ଟେନ୍ ପ୍ରସ୍ତୁତ କରି ଭଲ୍ୟୁଣ୍ଟିଅର୍ସଙ୍କୁ ସଂକ୍ରମିତ କରିବାର ଯୋଜନା ଉପରେ କାମ ଆରମ୍ଭ କରି ଦେଇଛି। ଏହାକୁ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାୟଲ୍ କୁହାଯାଉଛି ଏବଂ ଏହାକୁ ନେଇ ବିବାଦ ମଧ୍ୟ ହେଉଛି। ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାୟଲରେ ସାମିଲ ହେଉଥିବା ଲୋକଙ୍କ ଜୀବନକୁ ବିପଦ ମଧ୍ୟ ଥାଇପାରେ କାରଣ ଭ୍ୟାକସିନ ସୁରକ୍ଷା ପ୍ରଦାନ କରିବ,ଏହାକୁ ​ନେଇ ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ।

 ​‌ଆମେରିକାରେ ନୂଆ କରୋନା ଭାଇରସ୍ ଷ୍ଟେନ ପ୍ରସ୍ତୁତ କରିବାର କାମ ଏବେ ପ୍ରାଥମିକ ସ୍ତରରେ ରହିଛି। ଯଦି ହ୍ୟୁମାନ ଟ୍ରାୟଲ ଚ୍ୟାଲେଞ୍ଜକୁ ମଞ୍ଜୁରୀ ମିଳିଯାଏ ତେବେ ଏହା ପ୍ରଥମରୁ ଜାରି ଫେଜ-୩ ଟ୍ରାୟଲରୁ ଭିନ୍ନ ହେବ। ଭ୍ୟାକସିନ ପ୍ରସ୍ତୁତ କରୁଥିବା କମ୍ପାନୀ ଏଷ୍ଟ୍ରାଜେନକା ଏବଂ ଜନସନ ଆଣ୍ଡ ଜନସନ ମଧ୍ୟ କହିଛି ଯେ ଆବଶ୍ୟକ ପଡ଼ିଲେ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାୟଲ୍ ଉପରେ ବିଚାର କରାଯିବ।

 କରୋନା ଭାଇରସ୍ ରୋଗର ଏବେ ସୁଦ୍ଧା କୌଣସି ଚିକତ୍ସା ଆସିନାହିଁ। ଏଥିପାଇଁ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାୟଲକୁ ବିପଦପୂର୍ଣ୍ଣ ବୁଝାଯାଉଛି। କିନ୍ତୁ ଯଦି ବୈଜ୍ଞାନିକ ଏକ ଏପରି କରୋନା ଭାଇରସ୍ ଷ୍ଟେନ୍ ପ୍ରସ୍ତୁତ କରୁଛନ୍ତି ଯାହା ମୂଳ ଭାଇରସ ମୁକାବିଲାରେ କମ୍ ବିପଦପୂର୍ଣ୍ଣ ତେବେ ଟ୍ରାୟଲ ସହଜ ହୋଇପାରେ।

 ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାୟଲ୍ ଆରମ୍ଭ କରିବାକୁ ମଧ୍ୟ ୯ରୁ ୧୨ମାସ ସମୟ ଲାଗିପାରେ ଏବଂ ଫଳ ଜମା କରିବାରେ ମଧ୍ୟ ୬ମାସ ସମୟ ଲାଗିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.