Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ଫେସବୁକ ଓ ଇଣ୍ଟେଲ୍ ପରେ ଜିଓ ପ୍ଲାଟଫର୍ମରେ ନିବେଶ କରିବ ଆମେରିକାର ୫ଜି ଜିଆଣ୍ଟ Qualcomm କମ୍ପାନୀ, ୧୨ ସପ୍ତାହରେ ୧୩ମ ନିବେଶ

13/07/2020 at 5:47 PM

ମୁମ୍ବାଇ ୧୩।୦୭: ଫେସବୁକ ଓ ଇଣ୍ଟେଲ୍ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(RIL)ର ଡିଜିଟାଲ ୟୁନିଟ୍‌ ଜିଓ ଫ୍ଲାଟଫର୍ମରେ ଏବେ ଆମେରିକାର ୫ଜି ଜିଆଣ୍ଟ Qualcomm Inc ୦.୧୫ ପ୍ରତିଶତ ଅଂଶ ପାଇଁ ୭୩୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ। ଜିଓ ପ୍ଲାଟଫର୍ମର ଏହା ହେଉଛି ୧୩ ତମ ବୁଝାମଣା। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଓ ସେମିକଣ୍ଡକ୍ଟର କମ୍ପାନୀ ଇନଟେଲ୍‌ ପରେ କ୍ଵାଲକମ ଜିଓ ପ୍ଲାଟଫର୍ମରେ ପୁଞ୍ଜି ନିବେଶ କରିବ।

୧୨ ସପ୍ତାହରେ ଜିଓ ୨୫.୨୪ ପ୍ରତିଶତ ଅଂଶଧନ ଜରିଆରେ ବର୍ତ୍ତମାନ ସୁଦ୍ଧା ୧,୧୮,୩୧୮.୪୫ କୋଟି ଟଙ୍କା ସଂଗ୍ରହକରିଛି। ଏଥିରେ ଦୁନିଆର କିଛି ପ୍ରମୁଖ ଟେକ୍ ଇନଭେଷ୍ଟର୍ସ ସାମିଲ। ସର୍ବପ୍ରଥମେ ଏପ୍ରିଲ ୨୨ରେ ଫେସବୁକ ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶ ଧନ ପାଇଁ ୪୩, ୫୭୪ କୋଟି ଟଙ୍କା ପୁଞ୍ଜି ନିବେଶ କରିଥିଲା। ଏହା ପରେ ଜେନେରାଲ ଆଟଲାଣ୍ଟିକ, କେକେଆର, ସାଉଦି ସଭରେନ ଓ୍ଵେଲ୍‌ଥ ଫଣ୍ଡ, ଅବୁ ଧାବି ଷ୍ଟାଟ ଫଣ୍ଡ, ସାଉଦି ଆରବର ପିଆଇଏଫ ଓ ଇନଟେଲ୍‌ ପରି ଗ୍ଲୋବାଲ ଇନଭେଷ୍ଟର୍ସ ମଧ୍ୟ ଜିଓ ପ୍ଲାଟଫର୍ମରେ ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛନ୍ତି।

କ୍ଵାଲକମର ମୁଖ୍ୟାଳୟ ଆମେରିକାର କାଲିଫର୍ଣ୍ଣିଆରେ ଅବସ୍ଥିତ ଏବଂ ଏହା ଓୟାଲେସ୍‌ ଟେକ୍ନୋଲୋଜିର କମ୍ପାନୀ। ଏହି କମ୍ପାନୀ ପାଖରେ ୩ଜି, ୪ଜି ଓ ୫ଜି ପରି ଓୟାରଲେସ୍‌ ଜ୍ଞାନକୌଶଳରେ କାମ କରିବାର ଅଭିଜ୍ଞତା ରହିଛି। କ୍ଵାଲକମର ଟେକ୍ନୋଲୋଜି ଓ ଉତ୍ପାଦର ବ୍ୟବହାର ସମଗ୍ର ଦୁନିଆର ମୋବାଇଲ୍ ଡିଭାଇସ୍ ଓ ଓୟାରଲେସ୍‌ ପ୍ରଡକ୍ଟରେ ହୋଇଥାଏ।

ସ୍ମାର୍ଟଫୋନ୍ ନିର୍ମାତାକାରୀ କିଛି ପ୍ରମୁଖ କମ୍ପାନୀ କ୍ଵାଲକମର ସ୍ନାପଡ୍ରାଗନ ସିଷ୍ଟମ ବ୍ୟବହାର କରିଥାନ୍ତି। ଏହି କମ୍ପାନୀର ଟେକ୍ନୋଲୋଜି ଓ ପ୍ରଡକ୍ଟ ଅଟୋମେଟିକ, କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଅଫ ଥିଙ୍କ୍ସରେ ମଧ୍ୟ ଉପଯୋଗ ହୋଇଥାଏ। ବୈଶ୍ଵିକ ସ୍ତରରେ ଏହି କମ୍ପାନୀ ସହିତ ବଡ ସଂଖ୍ୟାରେ ପେଣ୍ଟେଟ୍ ରହିଛି। ଭାରତରେ ମଧ୍ୟ ଏହି କମ୍ପାନୀର ସବୁଠୁ ଅଧିକ ପେଣ୍ଟେଟ୍ ଫାଇଲ ରହିଛି।

ଜିଓ ପ୍ଲାଟଫର୍ମ ସଂପ୍ରତି ଦୁନିଆର ଏକ ମାତ୍ର ଏମିତି କମ୍ପାନୀ, ଯିଏ ଲଗାତାର ଏତେ ବଡ ସ୍ତରରେ ପାଣ୍ଠି ସଂଗ୍ରହ କରିବାରେ ସଫଳ  ହୋଇଛି।

   Related Posts