Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

କାଶ୍ମୀର ପ୍ରସଙ୍ଗରେ ଆସିଲା ଆମେରିକାର ବଡ ବୟାନ, ଜାଣନ୍ତୁ କ’ଣ

8/09/2019 at 5:57 PM

ନୂଆଦିଲ୍ଲୀ :  କାଶ୍ମୀର ପ୍ରସଙ୍ଗକୁ ନେଇ ପଡୋସୀ ପାକିସ୍ତାନ ବିଭିନ୍ନ ଉପାୟରେ ଭାରତକୁ ବଦନାମ କରିବାକୁ ଉଦ୍ୟମ କରୁଛି। ଏଥିରେ ରାଜ୍ୟରୁ ୩୭୦ ପ୍ରତ୍ୟାହାର ପରେ କିଛି ସ୍ଥାନରେ ଏବେବି କଟକଣା ଲାଗୁ ରହିଥିବା ବେଳେ ଲୋକେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଅପିଲ ମଧ୍ୟ କରିଛନ୍ତି। ଏହି ପ୍ରସଙ୍ଗରେ ଆମେରିକାର ନୂଆ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ଏହି ବୟାନରେ କାଶ୍ମୀରରେ ଲାଗୁ କଟକଣାରେ ସରକାର କିଛି ଢିଲା କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।

ଆମେରିକା ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମୋର୍ଗନ ଅର୍ଟୋଗସ କାଶ୍ମୀର ବାସୀଙ୍କୁ କିଛିଟା ରିହାତି ଦେବାକୁ ଭାରତ ସରକାରଙ୍କ ନିକଟରେ ନିଜର ଆଗ୍ରହ ବ୍ୟକ୍ତ କରିଛନ୍ତି। ଏଥିରେ ସେ ବନ୍ଦୀ କାଶ୍ମୀର ରାଜନେତାଙ୍କ ମୁକ୍ତି ସହ ଇଣ୍ଟରନେଟ୍ ଓ ମୋବାଇଲ ସେବା ଆଦି ପ୍ରଦାନରେ ଥିବା ପ୍ରତିବନ୍ଧକ ହଟାଇବାକୁ କହିଛନ୍ତି। କାଶ୍ମୀରରେ ମାନବାଧିକାରର ଉଲ୍ଲଂଘନ ହେବା ଉଚିତ ନୁହେଁ ବୋଲି ମୋର୍ଗାନ କହିଛନ୍ତି।

ଗତ ଅଗଷ୍ଟ ୫ ତାରିଖ ଦିନ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପ୍ରଭାବହୀନ କରିଥିଲେ। ଫଳରେ ଏହି ଅନୁଚ୍ଛେଦ ଯୋଗୁ ଦେଶରେ ସ୍ୱତନ୍ତ୍ର ମାନ୍ୟତା ଉପଲବ୍ଧ କରୁଥିବା ଏକମାତ୍ର ରାଜ୍ୟ କାଶ୍ମୀର ଅନ୍ୟ ରାଜ୍ୟଙ୍କ ସହ ସମାନ ହୋଇଯାଇଥିଲା। ତେବେ ଏଥି ଯୋଗୁ ରାଜ୍ୟରେ ବ୍ୟାପକ ହିଂସା ଆଶଙ୍କା କରି ସରକାର କଡା କଟକଣା ଲାଗୁ କରିବା ସହ ରାଜନେତାଙ୍କୁ ଗୃହବନ୍ଦୀ କରିଥିଲେ। ଏ ନେଇ କିଛି ରାଜନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଛନ୍ତି। ତେବେ କୋର୍ଟ ମାମଲାର ଶୁଣାଣି କରୁଥିବା ବେଳେ ଆମେରିକା ବିଦେଶମନ୍ତ୍ରାଳୟର ଏଭଳି ବୟାନ ନୂଆ ସମସ୍ୟା ସୃଷ୍ଟି କରିଛି।  

   Related Posts