ଭାରତରେ ପହଞ୍ଚିଲେ ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କନ୍‌, ଭାରତୀୟ ନେତାଙ୍କ ସହ କରିବେ ଆଲୋଚନା

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭/୭: ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କନ୍‌ ଭାରତରେ ପହଞ୍ଚିଛନ୍ତି । ସେ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ସମୟରେ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ କରିବା ତଥା ଆଫଗାନିସ୍ତାନରେ ବିଗିଡ଼ିଥିବା ସ୍ଥିତି ଉପରେ ଆଲୋଚନା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗକୁ ବିସ୍ତାର କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ।

ବୁଧବାର ବ୍ଲିଙ୍କନ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ଚର୍ଚ୍ଚା କରବେ ଏବଂ ଏନଏସଏ ଅଜିତ ଡୋଭାଲଙ୍କୁ ସାକ୍ଷାତ କରିବେ। ଫେରିବା ପୂର୍ବରୁ  ତାଙ୍କର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।  ବ୍ଳିଙ୍କନ ଭାରତ ଆସିବା ପୂର୍ବରୁ ଭାରତ-ପ୍ରଶାନ୍ତ ଏବଂ ପଶ୍ଚିମ ଏସିଆରେ ନିଜର ହିତ ପାଇଁ ସହଯୋଗ ସହିତ ପ୍ରଭାବ ବିସ୍ତାରି କରିବା ପାଇଁ ଭାରତୀୟ ନେତାଙ୍କ ସହ ଆଲୋଚନା କରିବାକୁ ଇଚ୍ଛୁକ ବୋଲି କହିଥିଲେ। ସେ ଟ୍ବିଟ୍‌ କରିଥିଲେ, ‘ ନୂଆଦିଲ୍ଲୀ ଏବଂ କୁଏତ ସିଟି ପାଇଁ ଯାତ୍ରା ଆରମ୍ଭ କରୁଛି।’

ଆମେରିକା ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବ୍ଲିଙ୍କନଙ୍କ ଏହା ପ୍ରଥମ ଭାରତ ଯାତ୍ରା। ଏହା ସହ ଜାନୁଆରୀରେ ବାଇଡେନ୍‌ ସରକାର ଶାସନକୁ ଆସିବା ପରେ ତୃତୀୟ ଥର ପାଇଁ କୌଣସି ଉଚ୍ଚ ଅଧିକାରୀ ଭାରତ ଆସିଛନ୍ତି । ଏହା ପୂର୍ବରୁ ମାର୍ଚ୍ଚରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍‌ ଅଷ୍ଟିନ୍‌ ଏବଂ ଏପ୍ରିଲ୍‌ରେ ଜଳବାୟୁ ପରିବର୍ତ୍ତନ ଉପ​‌ରେ ଆଲୋଚନା କରିବାକୁ ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଜନ କେରି ଭାରତ ଯାତ୍ରା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.