Covid-19 ମୁକାବିଲାରେ ସମଗ୍ର ବିଶ୍ୱ ଲାଗି ନିଜର ସାମର୍ଥ୍ୟ ଉପଯୋଗ କରିଛି ଭାରତ: ଆମେରିକା

Published By : Prameya-News7 Bureau | January 22, 2021 IST

ୱାସିଂଟନ ୨୨।୧: କରୋନା ଭାଇରସ ଭାକ୍ସିନରେ ଭାରତର ବୈଶ୍ୱିକ ସହଭାଗିତା ଓ ସହାୟତା ଲାଗି ଆମେରିକା ବୈଦେଶିକ ବିଭାଗଙ୍କ ଦକ୍ଷିଣ ଏସିଆ ମାମଲା ବ୍ୟୁରୋ ଉଚ୍ଚ ପ୍ରଶଂସା କରିଛନ୍ତି। ବୈଶ୍ୱିକ ସ୍ୱାସ୍ଥ୍ୟ ଓ ଦକ୍ଷିଣ ଏସିୟାରେ କୋଭିଡ-୧୯ର ଲକ୍ଷଲକ୍ଷ ଡୋଜ ଟିକା ବିତରଣ ଲାଗି ବ୍ୟୁରୋ ଭାରତର ପଦକ୍ଷେପ ବାସ୍ତବିକ ପ୍ରଶଂସା ଯୋଗ୍ୟ ବୋଲି କହିଛନ୍ତି।

{"id":396775,"sizeSlug":"large","linkDestination":"none"}

ଭାରତରୁ ଭୁଟ୍ଟାନ, ନେପାଲ, ବାଂଲାଦେଶ ଓ ମାଲଦ୍ୱୀପକୁ ମାଗଣା ଟିକା ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିବା ଓ ପର୍ଯ୍ୟାୟକ୍ରମେ ବିଶ୍ୱର ଅନ୍ୟ ଦେଶଙ୍କୁ ମଧ୍ୟ ଟିକା ଯୋଗାଇ ଦେବ ବୋଲି ବ୍ୟୁରୋ କହିଛନ୍ତି। ଏଥିରୁ ବିଶ୍ୱର ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କ୍ଷେତ୍ରରେ ଭାରତର ମନବୃତ୍ତି ପ୍ରମାଣିତ ହୋଇଥିବା ବେଳେ ନିଜର ଫାର୍ମା କ୍ଷମତାକୁ ଏକ ସଚ୍ଚୋଟ ବନ୍ଧୁ ଭଳି ସାରା ବିଶ୍ୱ  ନିମନ୍ତେ ଉନ୍ମୁକ୍ତ କରିଦେଇଛି ବୋଲି କହିଛନ୍ତି ବ୍ୟୁରୋ ।

{"id":396776,"sizeSlug":"large","linkDestination":"none"}

କରୋନା ମୁକାବିଲାରେ ଭାରତର ଟିକା ଉତ୍ପାଦନ ଓ ଯୋଗାଣ କ୍ଷମତାକୁ ସମଗ୍ର ମାନବତା ଲାଗି ଉପଯୋଗ  କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପୂର୍ବରୁ ଘୋଷଣା କରିଛନ୍ତି। ସେହିପରି ଭାରତ ‘ନେବର ଫାଷ୍ଟ’ ନୀତିକୁ ମଧ୍ୟ ପ୍ରାଧାନ୍ୟ ଦେଉଛି। ଏଥିରେ ଭାରତ ନିଜ ସହ ଆର୍ଥିକ ଦୁର୍ବଳ ପଡୋଶୀଙ୍କ ପ୍ରତି ମଧ୍ୟ ଯତ୍ନବାନ ବୋଲି ପ୍ରମାଣିତ ହୋଇଥିବା ବ୍ୟୁରୋ କହିଛନ୍ତି। ଏଣୁ ବୈଶ୍ୱିକ ସଂକଟରେ ଭାରତ ହିଁ ବିଶ୍ୱର ସଚ୍ଚା ବନ୍ଧୁ ବୋଲି କହିବାକୁ ଆମେରିକା ବୈଦେଶିକ ବ୍ୟୁରୋ ପଛେଇ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.