Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

Corona: ଆମେରିକା ଫେଡେରାଲ ରିଜର୍ଭ ଅନୁସାରେ ଶେୟାରବଜାର ଲାଗି ପ୍ରସ୍ତୁତ ହେବ ନୀତି

26/04/2020 at 7:51 PM

ମୁମ୍ବାଇ : ଆଗାମୀ ସପ୍ତାହରେ ଶେୟାର ବଜାର ଲାଗି ଆମେରିକା ଫେଡେରାଲ ଅନୁସାରେ ନୀତି ପ୍ରସ୍ତୁତ ହେବ। ଏଥିରେ କମ୍ପାନୀମାନଙ୍କ ତ୍ରୈମାସିକ ଫଳାଫଳ ଓ ଦେଶରେ କରୋନା ଭାଇରସ ସମ୍ପର୍କିତ ଘଟଣାକ୍ରମକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଦୁଇ ଦିନ ପରେ ଏପ୍ରିଲ ୨୮ ତାରିଖ ଦିନ ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଫେଡାରଲ ରିଜର୍ଭଙ୍କ ବୈଠକ ଅନୁଷ୍ଠିତ ହେବ। ଦୁଇ ଦିନିଆ ବୈଠକର ନିଷ୍ପତ୍ତି ଉପରେ କେବଳ ଭାରତ କାହିଁକି ସାରା ବିଶ୍ୱର ଆର୍ଥିକ ଭବିଷ୍ୟତ ଏବେ ନିର୍ଭର କରୁଛି।

ଆମେରିକା ଫେଡେରାଲଙ୍କ ନୂଆ ସୁଧହାର ଏପ୍ରିଲ ୨୯ ତାରିଖରେ ଜଣାପଡିବ। ଯାହାର ପ୍ରଭାବ ହୁଏତ ବିଭିନ୍ନ ଅର୍ଥବ୍ୟବସ୍ଥା ଲାଗି ଚାପ ସୃଷ୍ଟି କରିପାରେ ବୋଲି ବଜାର ବିଶ୍ଲେଷକମାନେ ଆଶଙ୍କା ପ୍ରକଟ କରିଛନ୍ତି। କରୋନା ସଂକ୍ରମଣ ଯୋଗୁ ଆମେରିକା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି।  ପରିସ୍ଥିତିର ମୁକାବିଲା ଲାଗି ସରକାର ବିଶାଳ ପ୍ୟାକେଜ୍ ମଧ୍ୟ ଘୋଷଣା କରିଥିଲେ। ଯାହାର ପ୍ରଭାବ ଫେଡେରାଲ ରିଜର୍ଭଙ୍କ ନୂଆ ଶୁଳ୍କ ହାରରେ ନିଶ୍ଚିତ ପ୍ରଦର୍ଶିତ ହେବ ବୋଲି ଆଶଙ୍କା କରାଯାଉଛି। ଏଣୁ ଭାରତର ଆର୍ଥିକ କ୍ଷେତ୍ର ଲାଗି ମଧ୍ୟ  ଫେଡେରାଲ ରିଜର୍ଭଙ୍କ ନୀତି  ଚାପ ସୃଷ୍ଟି କରିବ ବୋଲି ବିଶ୍ଲେଷକ ଅନୁମାନ କରିଛନ୍ତି।

ଏପ୍ରିଲ ମାସ ସରିବା ସହ ଫେଡେରାଲ ରିଜର୍ଭଙ୍କ ନୀତିକୁ ନେଇ ଭାରତୀୟ ଶେୟାର ବଜାର ନିଜର ନୀତିନିର୍ଦ୍ଧାରଣ କରିବେ। କରୋନା ଲକଡାଉନ୍‌ରେ ଦେଶର ଅର୍ଥବ୍ୟବସ୍ଥା ଏବେ ଶୋଇ ଯାଇଛି। ତେବେ ସରକାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି କିଛି ପଦକ୍ଷେପ ନେଇଥିବା ବେଳେ ମେ ମାସ ଆରମ୍ଭରେ ଏହା ବାଜରରେ ଦେଖିବାକୁ ମିଳିବ। ଅର୍ଥ ବ୍ୟବସ୍ଥାକୁ ଏଥିରୁ କୌଣସି ଆଶ୍ୱସ୍ତି ମିଳୁକି ନ ମିଳୁ ସେୟାର ବଜାରକୁ କିନ୍ତୁ ବେଶ ବଳ ମିଳିବ ବୋଲି ସମୀକ୍ଷକ ଆଶାବ୍ୟକ୍ତ କରିଛନ୍ତି।

   Related Posts