ଏବେ ଘରେ ହିଁ କରି ପାରିବେ କରୋନା ଟେଷ୍ଟ, ଆମେରିକା ନୂତନ କିଟ୍‌କୁ ଦେଲା ମଞ୍ଜୁରୀ

Published By : Prameya-News7 Bureau | May 09, 2020 IST

ଓ୍ଵାଶିଂଟନ ୦୯।୦୫: ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍‌ର ପ୍ରକୋପ ଚୀନ ଏବଂ କିଛି ଦେଶରେ ହ୍ରାସ ପାଇଥିଲେ ମଧ୍ୟ କିଛି ଦେଶରେ ଏହି ବିଶ୍ଵ ମହାମାରୀ ବିକଟାଳ ରୂପ ଧାରଣ କରିବାରେ ଲାଗିଛି। ଏହି ସବୁ ଦେଶ ମଧ୍ୟରୁ ଆମେରିକାରେ ସ୍ଥିତି ସବୁଠୁ ସଙ୍ଗୀନ ରହିଛି। ଏ ପର୍ଯ୍ୟନ୍ତ ଆମେରିକାରେ ୧୨ ଲକ୍ଷ ୨୨ ହଜାର ୧୫୪ ସଂକ୍ରମିତ  ହୋଇ ସାରିଛନ୍ତି। ସେଥିରୁ ୭୮ ହଜାର ୬୧୬ ଜଣଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ପ୍ରତି ଦିନ ବଢୁଥିବା ନୂତନ ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ନେଉ ନାହିଁ। ଅନ୍ୟପଟେ ସମଗ୍ର ବିଶ୍ଵରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୬ ହଜାର ୨୩୭ ରହିଛି। ସମଗ୍ର ଦୁନିଆର ବୈଜ୍ଞାନିକ କରୋନାର ଚିକିତ୍ସା ଏବଂ ଭ୍ୟାକସିନ୍ ପାଇଁ ଉଦ୍ୟମ ଚଳାଇଛନ୍ତି।

{"id":267373,"sizeSlug":"large"}

ଏହି କ୍ରମରେ ଆମେରିକାରର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ(FDA) ଘରେ ହିଁ ଲାଳ ଜରିଆରେ କରୋନା ଟେଷ୍ଟ କରିବା ଲାଗି ପ୍ରସ୍ତୁତ ନତନ ଟେଷ୍ଟ କିଟ୍‌ ବ୍ୟବହାରକୁ ମଞ୍ଜୁରୀ ଦେଇଛି। ଲାଳ ଜରିଆରେ କରୋନା ଯାଞ୍ଚ ଲାଗି  ଏହି ଟେଷ୍ଟ କିଟ୍‌କୁ ରୁଟଗର୍ସ ୟୁନିଭର୍ସିଟିର ଲ୍ୟାବ୍ RUCDR ଇନଫାଇନାଇଡ୍ ବାୟୋଲୋଜିକ୍ସ ଓ ସ୍ପେକ୍ଟ୍ରମ ସଲ୍ୟୁଲସନ ଓ ଏକ୍ୟୁରେଟ୍‌ ଡାୟଗ୍ନୋଷ୍ଟିକ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଏହି କିଟ୍‌ରେ ପରୀକ୍ଷଣ କରିବାର ମୂଲ୍ୟ ୧୦୦ ଡଲାର  ବା ୭୫୪୯ ଟଙ୍କା ନିର୍ଦ୍ଧାରିତ କରାଯାଇଛି। ଏହାକୁ ବ୍ୟବହାର କରିବା ଲାଗି ଡାକ୍ତରଙ୍କ ଅନୁମତି ନେବା ଜରୁରୀ। ଗତ ମାସରେ ଏଫଡିଏ ପକ୍ଷରୁ ରୁଟ୍‌ଗର୍ସକୁ ପରୀକ୍ଷଣ ସ୍ଥଳରୁ କରୋନା ସଂକ୍ରମିତଙ୍କ ଲାଳ ନମୂନା ଜମା କରିବାକୁ ଅନୁମତି ଦେଇଥିଲା। ଏବେ ରୁଟ୍‌ଗର୍ସ ଏହି କିଟ୍‌କୁ ଘରେ ଉପଯୋଗ ହେଉଥିବା କଲେକ୍ସନ କିଟ୍‌ ଭାବେ ବିକ୍ରି କରିବାକୁ ଅନୁମତି ଦେଇଛି।

{"id":267374,"sizeSlug":"large"}

ରୁଟ୍‌ଗର୍ସ କହିଛନ୍ତି, ଏହି କିଟ୍‌ର ଯାଞ୍ଚ ପାଇଁ ରୋଗୀଙ୍କଠୁ ୧୦୦ ଡଲାର ନିଆଯିବ। ଆରୟୁସିଡିଆରର ସିଇଓ ଡ. ଏଣ୍ଡ୍ରୋ ବୁକ୍ସ କହିଛନ୍ତି କହିଛନ୍ତି, ଏହାର ବ୍ୟବହାର ବହୁତ ସହଜ। ଯେ କେହି ବି କରୋନା ସନ୍ଦିଗ୍ଧ ବ୍ୟକ୍ତି ଘରେ ଟେଷ୍ଟ କିଟ୍ ଖୋଲି ଟ୍ୟୁବ୍‌ରେ ନିଜର ଲାଳ ଜମା କରି କ୍ୟାପ୍ ବନ୍ଦ କରି ଦେବେ। ଏହା ପରେ ସନ୍ଦିଗ୍ଧଙ୍କୁ ଏହି କିଟ୍‌କୁ ଟେଷ୍ଟ ଲ୍ୟାବ୍‌କୁ ପଠାଇବାକୁ ହେବ। ଡ. ବ୍ରୁକ୍ସ ଉପଦେଶ ଦେଇଛନ୍ତି, ଏହାର ବ୍ୟବହାର କେବଳ ସେହି ଲୋକଙ୍କୁ କରିବା ଉଚିତ୍ ଯାହାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି। ରୁଟଗର୍ସ କହିଛନ୍ତି, ଏହି ଟେଷ୍ଟ କିଟ୍‌ ଜରିଆରେ ଆମେ ପ୍ରତିଦିନ ୨୦ ହଜାର ନମୂନା ଯାଞ୍ଚ କରି ପାରିବା। ଏହାକୁ  ବଢାଇ ଆମେ ୩୦ ହଜାର ପର୍ଯ୍ୟନ୍ତ ନେଇ ପାରିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.