Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଏପ୍ରିଲ ୨୦୨୧ ସୁଦ୍ଧା ବିଶ୍ୱକୁ ମିଳିବ ସୁରକ୍ଷିତ ଓ ପ୍ରଭାବୀ କରୋନା ଭେକ୍ସିନ୍ !

15/10/2020 at 10:48 PM

କରୋନା ଭାଇରସ ମହାମାରୀ ମୁକାବିଲା ଲାଗି ଭେକ୍ସିନକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ତେବେ ଏଥିରେ ଆମେରିକା ମହାମାରୀ ବିଶେଷଜ୍ଞ ଡା. ଆନ୍ଥୋନୀ ଫାଉସୀଙ୍କ ବକ୍ତବ୍ୟ ଆଶ୍ୱସ୍ତ କରିଛି। ସେ କହିଛନ୍ତି ଯେ ଉପୁଜିଥିବା ପରିସ୍ଥିତିରେ ସାରା ବିଶ୍ୱ ଲାଗି ସୁରକ୍ଷିତ ଓ ପ୍ରଭାବୀ ଭେକ୍ସିନର ଆବଶ୍ୟକତା ରହିଛି। ତେବେ ଏହା ଏପ୍ରିଲ ୨୦୨୧ ସୁଦ୍ଧା ଲୋକଙ୍କୁ ମିଳିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଏକ ନ୍ୟୁଜ ଚାନେଲ ସହ ସାକ୍ଷାତକାର ଅବସରରେ ଡା.ଫଉାସୀ କହିଛନ୍ତି ଯେ ଭେକ୍ସିନ ଲାଗି ଚାଲିଥିବା ଗବେଷଣାରେ ଗବେଷକମାନେ ଚଳିତବର୍ଷ ଶେଷ ଅର୍ଥାତ ନଭେମ୍ବର ଓ ଡିସେମ୍ବର ମାସ ବେଳକୁ କେଉଁ ଭେକ୍ସିନ କ୍ୟାଣ୍ଡେଟ୍ ସୁରକ୍ଷିତ ତାହା ନିଶ୍ଚିତ କରିପାରିବେ। ଏହା ଜଣାପଡିବା ପରେ ଆରମ୍ଭରେ ମାତ୍ର କିଛି ଲକ୍ଷ ଡୋଜ୍ ଉତ୍ପାଦିତ ହୋଇପାରିବ। ତେବେ ଡା. ଫାଉସୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣାର ବିପରୀତ କହିଛନ୍ତି । ଟ୍ରମ୍ଫ ବର୍ଷ ଶେଷ ବେଳକୁ ଭେକ୍ସିନର ୧୦ କୋଟି ଡୋଜ୍ ପ୍ରସ୍ତୁତ ହୋଇସାରିଥିବ ବୋଲି କହିଥିଲେ।

ତେବେ ଏତେମାତ୍ରାରେ ଭେକ୍ସିନ ପ୍ରସ୍ତୁତି ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ଏହାର ଟ୍ରାୟଲ  ସୁରକ୍ଷିତ ଓ ପ୍ରଭାବି ବୋଲି ଜଣା ପଡିବ ବୋଲି ଡା. ଫାଉସୀ କହିଛନ୍ତି। ଯଦି ଭ୍ୟାକ୍ସିନ ସୁରକ୍ଷିତ ପ୍ରମାଣିତ ହୁଏ ତେବେ ବ୍ୟାପକ ଡୋଜ ଏପ୍ରିଲ ୨୦୨୧ ବେଳକୁ ମିଳିପାରିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜନସନ୍ ଏଣ୍ଡ ଜନସନ୍‌ ଭେକ୍ସିନ ଟ୍ରାଏଲ ଉପରେ ରୋକ ଲଗାଇବା ଏକ ଭଲ ସଂକେତ। ଏହାର ଅର୍ଥ ଟ୍ରାୟଲ ଠିକ୍ ଦିଶାରେ ହେଉଛି ଓ ଲୋକଙ୍କ ସୁରକ୍ଷା ଲାଗି ସଂସ୍ଥା ପ୍ରତିଶୃତିବଦ୍ଧ। ଏହା ପୂର୍ବରୁ ଅକ୍ସଫୋର୍ଡ ମଧ୍ୟ ଟ୍ରାୟଲର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବା ପରେ ଭେକ୍ସିନ ରୋକି ଦେଇଥିଲେ।

ତେବେ ବିଶ୍ୱରେ କରୋନାର ବଢୁଥିବା ପ୍ରକୋପକୁ ଦେଖି ଲୋକଙ୍କୁ ଅଧିକ ସାବଧାନ ହେବା ଲାଗି ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ଘରର ସବୁ ଝରକା କବାଟ ଖୋଲା ରଖିବାକୁ କହିଥିବା ବେଳେ ଯଦି ଘରର କେହି ସଦସ୍ୟ ସଂକ୍ରମିତ ହୁଅନ୍ତି ତେବେ ଭୟଭୀତ ନ ହୋଇ ଘରେ ମଧ୍ୟ ମାସ୍କ ବ୍ୟବହାର କରନ୍ତୁ ବୋଲି କହିଛନ୍ତି।

   Related Posts