Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବାଗଦାଦରେ ଥିବା ଆମେରିକା ଦୂତାବାସ ଉପରେ ରକେଟ୍ ହମଲା

8/07/2021 at 8:54 AM

ବାଗଦାଦ ୮/୭ : ବାଗଦାଦରେ ଥିବା ଆମେରିକୀୟ ଦୂତାବାସରେ ରକେଟ୍ ମାଡ । ଗୁରୁବାର ବିଳମ୍ୱିତ ରାତିରେ ତିନୋଟି ରକେଟ୍ ମାଡ ହୋଇଥିବା ଖବର ସରବରାହ ସଂସ୍ଥା ଏନଆଇ ସଂସ୍ଥା ପକ୍ଷରୁ ଏହି ସୂଚନା ଦେଇଛି । ଏହି ଆକ୍ରମଣ ସମ୍ପର୍କରେ ଇରାକର ସେନା ସୂଚନା ଦେଇଛି । ସୂଚନା ଥାଉକି, ଦୁଇ ଦିନ ପୂର୍ବେ ଆମେରିକା ସେନା ଦୂତାବାସ ନିକଟରେ ବୁଲୁଥିବା ଏକ ଡ୍ରୋନକୁ ନଷ୍ଟ କରିଦେଇଥିଲା । ଖବର ଅନୁଯାୟୀ ବାଗଦାଦର ଗ୍ରୀନ୍ ଜୋନ୍ ଅଞ୍ଚଳରେ ରକେଟ୍ ମାଡ ହୋଇଛି । ଯେଉଁଠିକି ଅନେକ ବିଦେଶୀ ଦୂତାବାସ ଏବଂ ସରକାରୀ କୋଠା ଅଛି । ଏପର୍ଯ୍ୟନ୍ତ କେହି ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି ।

କିନ୍ତୁ ବିଶେଷଜ୍ଞ କୁହନ୍ତି ଯେ ଏହି ଆକ୍ରମଣ ଇରାନ ସମର୍ଥିତ ମିଲିସିଆ ଦ୍ୱାରା କରାଯାଇଛି । ଗତ ସପ୍ତାହରେ ଆମେରିକା ମଧ୍ୟ ଅନେକ ମିଲିସିଆ ବେସରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏହି ଆକ୍ରମଣରେ ତାଙ୍କର ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା । ଏବା ପୂର୍ବରୁ ଇରାକୀ ଦୂତାବାସରେ ନିୟୋଜିତ ଥିବା ଆମେରିକାର ସେନା କର୍ମଚାରୀଙ୍କ ଉପରେ ୧୪ ଟି ରକେଟ୍ ମାଡ ହୋଇଥିଲା । ଏଥିରେ ଦୁଇ ଜଣ ଆହତ ମଧ୍ୟ ହୋଇଥିଲେ ।

   Related Posts