ଆମେରିକାରେ ଆରମ୍ଭ ହେଲା ମତଦାନ, ନ୍ୟୁ ହାମ୍ପସାୟରରେ ପଡିଲା ପ୍ରଥମ ଭୋଟ୍

Published By : Prameya-News7 Bureau | November 03, 2020 IST

ଓ୍ୱାଶିଂଟନ, ୦୩୧୧ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ୟୁଏସର ୪୫ତମ ରାଷ୍ଟ୍ରପତି କିଏ ହେବ ସେନେଇ ଚାଲିଛି ମତଦାନ ପ୍ରକ୍ରିୟା । ଦେଶର ଉତ୍ତର-ପୂର୍ବ ରାଜ୍ୟ ନ୍ୟୁ-ହେମ୍ପସାୟରରେ ପ୍ରଥମ ଭୋଟ ପଡିଛି ।

ବିଭିନ୍ନ ଖବର ସରବରାହ ସଂସ୍ଥା ଅନୁସାରେ, ନ୍ୟୁ ହେମ୍ପସାୟରର ଡିକ୍ସାଭିଲେ ନଞ୍ଚ୍ ଓ ମିଲସାଫିଲ୍ଡରେ ଜଣେ ଭୋଟର ପ୍ରଥମ ଭୋଟ୍ ଦାନ କରିଛନ୍ତି । ଡିକ୍ସାଭିଲେ ନଞ୍ଚରେ ମାତ୍ର ୫ଜଣ ଭୋଟର ରହିଛନ୍ତି । ଏହାମଧ୍ୟରୁ ଜଣେ ଭୋଟର ସର୍ବପ୍ରଥମେ ନିଜର ଭୋଟଦାନ ଅଧିକାର ପ୍ରୟୋଗ କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ କିଛି ବ୍ୟକ୍ତି କମଲା ହାରିସ ବିଜୟ ହେବା ନେଇ ପୂଜା କରିଛନ୍ତି । ଏହି ଗ୍ରାମର ସ୍ଥାନୀୟ ମନ୍ଦିରର ପାଚେରୀରେ କମଲା ହାରିସଙ୍କ ନାଁ ଲେଖାଯାଇଛି । ଏହା ହେଉଛି କମଲାଙ୍କ ପାରିବାରିକ ମନ୍ଦିର । ମନ୍ଦିରର ପାଚେରୀରେ କମଲାଙ୍କ ଜେଜେ ବାପାଙ୍କ ନାଁ ମଧ୍ୟ ଲେଖାଯାଇଛି ।

ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋଏ ବିଡେନ୍ ଭୋଟ୍ ପୂର୍ବରୁ କହିଛନ୍ତି ଯେ, ତାଙ୍କ ଦଳ ବିପୁଳ ଭୋଟରେ ବିଜୟ ହେବ । ତାଙ୍କର ଏହି ବୟାନକୁ ସମର୍ଥକମାନେ କାର୍ ହର୍ଣ୍ଣ ବଜାଇ ସମର୍ଥନ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ନଭେମ୍ବରର ପ୍ରଥମ ମଙ୍ଗଳବାର ଧାର୍ଯ୍ୟ ହୋଇଥାଏ । ତେଣୁ ନଭେମ୍ବର ୩ରେ ହିଁ ଭୋଟଦାନ ହେଉଛି । ଆମେରିକାରେ ନିର୍ବାଚନ ପୂର୍ବରୁ ହିଁ ୧୦ କୋଟିରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିସାରିଛନ୍ତି । ଯାହା ଆମେରିକାର ନିର୍ବାଚନୀ ଇତିହାସରେ ଏକ ବଡ ରେକର୍ଡ । ଆଜି ୬ କୋଟି ଭୋଟର ମତଦାନ ସାବ୍ୟସ୍ତ କରିବେ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.