Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ି ଚାଲିଛି ଉତ୍ତେଜନା : ଇରାନ ଉପରେ ସାଇବର ଆକ୍ରମଣ କରୁଛି ଆମେରିକା ,ଟ୍ରମ୍ପ କାଲିଠୁ ଲଗାଇବେ ପ୍ରତିବନ୍ଧକ

23/06/2019 at 10:52 AM

ଓ୍ବାଶିଙ୍ଗଟନ୍ ୨୩/୬: ଆମେରିକାର ମାନବ ବିହୀନ ଗୁଇନ୍ଦା ଡ୍ରୋନ୍ କୁ ଇରାନ୍ କ୍ଷେପଣାସ୍ତ୍ର ମାଡ଼ କରି ଖସାଇବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆମେରିକା ଏବଂ ଏହାର ମିତ୍ର ରାଷ୍ଟ୍ରମାନେ ଇରାନ୍ ବିରୋଧରେ କୌଣସି ସାମରିକ ଶକ୍ତି ପ୍ରୟୋଗ କଲେ ଏହାର ଭୟଙ୍କର ଜବାବ ଦିଆଯିବ ବୋଲି ଇରାନ୍ ଚେତାବନୀ ଦେଇଛି। ଇରାନ୍ ସେନାର ପ୍ରବକ୍ତା ଅବୁଲଫଜନ ସେକାର୍ଚି କହିଛନ୍ତି ଇରାନ୍ ଉପରେ ଆମେରିକା କିମ୍ବା ଏହାର କୌଣସି ସହଯୋଗୀ ରାଷ୍ଟ୍ରର ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ବି ପ୍ରଳୟ ସୃଷ୍ଟି କରିବ। ଇରାନ୍ ନିଜର ବାୟୁସୀମା ମଧ୍ୟରେ ଆମେରିକାର ଗୁଇନ୍ଦା ଡ୍ରୋନ୍ ଖସାଇଛି ଏବଂ ଏହା ଆମ ଅଧିକାର ପରିସରଭୁକ୍ତ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆମେରିକା କହିଛି ଯେ ଇରାନ୍ ଅନ୍ତର୍ଜାତୀୟ ବାୟୁସୀମାରେ ଡ୍ରୋନ୍କୁ ଖସାଇଥିବାରୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ। ଆମେରିକାର ୧୩ କୋଟି ଡଲାର ମୂଲ୍ୟର ମାନବବିହୀନ ଗୁଇନ୍ଦା ଡ୍ରୋନ୍କୁ ଇରାନ୍ ଧ୍ବଂସ କରିବା ଏବଂ ଭଗ୍ନାବଶେଷ ଗଣମାଧ୍ୟମକୁ ଦେଖାଇଥିବାରୁ ଯେ କୌଣସି ମୁହୂର୍ତ୍ତରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଆଶଙ୍କା ରହିଛି। ଇରାନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଂଜୁରି ଦେଇଥିଲେ। କିନ୍ତୁ କିଛି ମିନିଟ୍ ମଧ୍ୟରେ ସେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ।

   Related Posts