Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଫାଇଜର ଟିକା ନେବାର ୧୬ଦିନ ପରେ ଡାକ୍ତରଙ୍କ ମୃତ୍ୟୁ, ଟିକାକରଣ ପୂର୍ବରୁ ଥିଲେ ସମ୍ପୂର୍ଣ୍ଣ ସୁସ୍ଥ

11/01/2021 at 11:37 AM

ନୂଆଦିଲ୍ଲୀ ୧୧।୧: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଅନେକ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ଏହି ସମୟରେ ଆମେରିକାରେ କରୋନା ଟିକା ନେବା ପରେ ଜଣେ ଡାକ୍ତରଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆମେରିକାର ନିୟାମି ସହରରେ ୫୬ ବର୍ଷ ବୟସ୍କ ଗ୍ରେଗରୀ ମାଇକଲ ଫାଇଜର ଟିକା ଲଗାଇବାର ୧୬ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଡାକ୍ତରଙ୍କ ପତ୍ନୀ ହେଇଦୀ ନେକେଲମାନ କହିଛନ୍ତି ଡିସେମ୍ବର ୧୮ ତାରିଖରେ ତାଙ୍କ ସ୍ବାମୀ କରୋନା ଟିକା ନେବା ପରେ ପ୍ରଥମେ ସେ ସୁସ୍ଥ ଥିଲେ ।

ଡାକ୍ତର ଗ୍ରେଗରୀ ରବିବାର ସକାଳେ ହଠାତ୍ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଙ୍କ ପତ୍ନୀଙ୍କ ଅନୁସାରେ ଫାଇଜର ଟିକା ନେବା ପରେ ତାଙ୍କଠାରେ ଏଭଳି ରୋଗ ଦେଖାଦେଇଥିଲା । ତାଙ୍କ ସ୍ବାମୀଙ୍କ ମୃତ୍ୟୁର କାରଣ ଫାଇଜର ଟିକା ବୋଲି ସେ କହିଛନ୍ତି ।

ତାଙ୍କ ପତ୍ନୀ କହିଥିଲେ ଗ୍ରେଗରୀ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ସେ ସିଗାରେଟ୍ ମଧ୍ୟ ପିଉନଥିଲେ । କେତେବେଳେ କେମିତି ସେ ମଦ୍ୟପାନ କରୁଥିଲେ । ସେ ବ୍ୟାୟାମ କରୁଥିଲେ । ସ୍ବାମୀଙ୍କର ସମସ୍ତ ପ୍ରକାରର ଯାଞ୍ଚ କରାଯାଇଥିଲା । କ୍ୟାନସରର ମଧ୍ୟ ଯାଞ୍ଚ କରାଯାଇଥିଲା । ତାଙ୍କଠାରେ କୌଣସି ପ୍ରକାରର ସମସ୍ୟା ଦେଖାଯାଇନଥିଲା ।

ଟିକା ନେବା ପରେ ପରେ ଡାକ୍ତରଙ୍କଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଯାଇନଥିଲା । ମାତ୍ର ତିନି ଦିନ ପରେ ତାଙ୍କଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥିଲା । ଡାକ୍ତର ଜଣଙ୍କ ଯେତେବେଳେ ନିଜର ପରୀକ୍ଷା କରାଇବା ପାଇଁ ମେଡିକାଲ ଯାଇଥିଲେ ଡାକ୍ତରମାନେ ମେଡିକାଲ ଯାଇଥିଲେ । ଡାକ୍ତରମାନେ ଯାଣିବାକୁ ପାଇଥିଲେ ଯେ, ତାଙ୍କ ପ୍ଲେଟଲେଟସ କମ୍ ହୋଇଯାଇଥିଲା । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଆଡମିଟ୍ ହେବାକୁ କହିଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଡାକ୍ତରଙ୍କ ମୃତ୍ୟୁ ପରେ ଫାଇଜର କମ୍ପାନୀ କହିଛି ଯେ, ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଛି । ଅଧିକ ଯାଞ୍ଚ କରାଯାଉଛି । କମ୍ପାନୀ ପ୍ରବକ୍ତା କହିଛନ୍ତି ଡାକ୍ତରଙ୍କ ମୃତ୍ୟୁ ସହ ଟିକା ସମ୍ବନ୍ଧ ଥିବା କୌଣସି ସ୍ପଷ୍ଟ ହୋଇନାହିଁ ।

   Related Posts