ସାମ୍ବାଦିକ ଡାନିଏଲ୍‌ ପର୍ଲଙ୍କ ହତ୍ୟାକାରୀଙ୍କୁ ମୁକ୍ତ କଲା ପାକିସ୍ତାନ ; ଅସନ୍ତୁଷ୍ଟ ଆମେରିକା, ନେବ କାର୍ଯ୍ୟାନୁଷ୍ଠାନ !

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫।୧୨: ମୁକ୍ତ ହେବେ ଆମେରିକା ସାମ୍ବାଦିକ ଡାନିଏଲ ପର୍ଲଙ୍କ ହତ୍ୟାକାରୀ । ପାକିସ୍ତାନର ସିନ୍ଧ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ଆମେରିକାର ସାମ୍ବାଦିକ ଡାନିଏଲ୍‌ ପର୍ଲଙ୍କ ଅପହରଣ କରିଥିଲେ, ଏବଂ ଏହାପରେ ତାଙ୍କ ମୁଣ୍ଡ କାଟି ହତ୍ୟା କରିଦେଇଥିଲେ ।  ଗୁରୁବାର ଦିନ ପାକିସ୍ତାନର ଏକ କୋର୍ଟ ହତ୍ୟା ଘଟଣା ଅଭିଯୁକ୍ତ ଆତଙ୍କୀ ଅହମ୍ମଦ ଅମର, ସଇଦ ଶେକ, ଫହାଦ ନସୀମ, ଶେଖ୍‌ ଆଦିଲ ଓ ସଲମାନ୍‌ ସାକିବ୍‌ଙ୍କୁ ମୁକ୍ତ କରିବା ପାଇଁ ଆଦେଶ ଦେଇଛନ୍ତି । ସେପଟେ କୋର୍ଟଙ୍କ ଏହି ରାୟ ନେଇ ଆମେରିକା ନାଖୁସ୍‌ ରହିଛି । ଆମେରିକା ନିଜର ଚିନ୍ତା ଜାହିର ରହିଛି ।

ପାକିସ୍ତାନର ଏକ ଗଣାମାଧ୍ୟମ ଅନୁଯାୟୀ, ସିନ୍ଧ ହାଇକାର୍ଟ ଆମେରିକା ସାମ୍ବାଦିକ ଡାନିଏଲ୍ ପର୍ଲଙ୍କ ହତ୍ୟା ଘଟଣାର ସମସ୍ତଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି । ଏହାସହିତ ଅଭିଯୁକ୍ତ ଅହମ୍ମଦ ଅମର ଶେଖ ଓ ଅନ୍ୟମାନଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବିକ ହାଜର ହେବାକୁ ପଡିବ । ସମସ୍ତ ଅଭିଯୁକ୍ତ ଗତ ୧୮ ବର୍ଷ ହେଲା ଜେଲ୍‌ରେ ଥିଲେ । ଏବେ କୋର୍ଟ ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟର ସମନ ପରେ ସମସ୍ତଙ୍କୁ ହାଜର ହେବାକୁ ପଡିବ ବୋଲି ନିୟମ ରହିଛି ।

ସେପଟେ ଏହି ଘଟଣାକୁ ନେଇ ଆମେରିକା ନାଖୁସ ରହିଛି । ବିଦେଶ ମନ୍ତଣାଳୟର ସାଉଥ ଏବଂ ସେଣ୍ଟ୍ରାଲ ଏସିଆନ୍‌ ଅଫିସର ବ୍ୟୁରୋ ଟ୍ୱିଟ୍‌ କରି , ପାକିସ୍ତାନଙ୍କ କୋର୍ଟରେ ଏହି ରାୟକୁ ନେଇ ଅସନ୍ତୋଷ ଜାହିର କରିଛି । ଟ୍ୱିଟ୍‌ରେ ଆହୁରୀ ମଧ୍ୟ ଲେଖାଯାଇଛି ଯେ, ସିନ୍ଧ ହାଇକୋର୍ଟ ୨୪ଡିସେମ୍ବରରେ ସାମ୍ବାଦିକ ଡାନିଏଲ ପର୍ଲ ହତ୍ୟା ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକ ଅତ୍ୟନ୍ତ ଚିନ୍ତାଜନକ । ଆମକୁ ପୂର୍ବରୁ ଆଶ୍ୱସନା ଦିଆଯାଇଥିଲେ, କି କେବେହେଲେ ବି ଘଟଣା ଅଭିଯୁକ୍ତମାନଙ୍କୁ ମୁକ୍ତ କରାଯିବ ନାହିଁ । ଆମକୁ ଦିଆଯାଇଥିବା ଆଶ୍ୱାସନାକୁ ରଖିନାହିଁ ପାକିସ୍ତାନ । ଘଟଣାର ସଠିକ୍‌ ଭାବେ ଯାଞ୍ଚ ହୋଇନାହିଁ । ତେଣୁ ଏଭଳି କଠିନ ସମୟରେ ଆମ ଦେଶ ପର୍ଲଙ୍କ ପରିବାର ସହିତ ଛିଡା ହୋଇଛୁ । ଆମେ ଜମେ ସାହାସୀ ସାମ୍ବାଦିକଙ୍କୁ ରୂପରେ ଡାନିଏଲ୍‌ ପର୍ଲଙ୍କୁ ସଦାସର୍ବଦା ମନେ ରଖୁବୁ ।

ସୂଚନାଯୋଗ୍ୟ ଯେ, ୨୦୦୨ ବର୍ଷରେ ଷ୍ଟ୍ରିଟ୍‌ ଜର୍ନାଲର ଦକ୍ଷିଣ ଏସିଆର ବ୍ୟୁରୋରେ କାମ କରୁଥିବା ୩୮ବର୍ଷୀୟ ଡାନିଏଲ୍‌ ପର୍ଲଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ । ପର୍ଲ ଅଲ୍‌-କାଏଦା ଆତଙ୍କାବାଦୀ ସଂଗଠନ ସହିତ ଜଡିତ ଥିବା ଏକ ସଂଗଠନର ଗୁପ୍ତ ସମ୍ବାଦ କାର୍ଯ୍ୟରେ ଲାଗିରହିଥିଲେ । ଯାହାର ଖବର ଆତଙ୍କବାଦୀ ପାଇଯାଇଥିଲେ, ଏବଂ ତାଙ୍କୁ ଅପହରଣ କରିଥିଲେ । ଏହାପରେ ତାଙ୍କ ବେକ କାଟି ହତ୍ୟା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.