ଚୀନ୍ ସହ ସୀମା ବିବାଦରେ ଭାରତ ସହ ଆମେରିକାର ବଡ ଡିଲ

Published By : Prameya-News7 Bureau | October 02, 2020 IST

ନୂଆଦିଲ୍ଲୀ ୨।୧୦: ଭାରତ ଓ ଚୀନ୍‌ ମଧ୍ୟରେ ସୀମା ବିବାଦ ତୁଟୁନଥିବା ବେଳେ ଆମେରିକା ଚୀନ୍‌ର ଶ୍ୱାସରୁଦ୍ଧ କରିଦେଇଛି। ଭାରତର ସି-୧୩୦ ସୁପର ହରକ୍ୟୁଲସ ବିମାନ ସ୍କ୍ୱାଡ୍ରନ ନିମନ୍ତେ ପେଣ୍ଟାଗନ ୯ କୋଟି ଡଲାରର ଯନ୍ତ୍ରପାତି, ଉପକରଣ, ଯନ୍ତ୍ରାଂଶ ଓ ଲଜିଷ୍ଟିକ ସହଯୋଗ କ୍ରୟ ରାଜିନାମାକୁ ମଞ୍ଜୁର କରିଛି। ଭାରତୀୟ ସେନା ଲାଗି ଏହି ରାଜିନାମାକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

{"id":337843,"sizeSlug":"large"}

ଲକହିଡ ମାର୍ଟିନ କମ୍ପାନୀର ମୁଖପାତ୍ରଙ୍କ ଅନୁସାରେ ଯେଉଁଠାରେ କୌଣସି ବିମାନ ଅବତରଣର ପରିକଳ୍ପନା ମଧ୍ୟ କରାଯାଏନା ସେଠାକୁ ସି-୧୩୦ଜେ ବିମାନ ଭାରି ସାଜସରଞ୍ଜାମ ନେଇ ଅବତରଣ କରିପାରେ। ବିମାନର ଏହି ସଂସ୍କରଣକୁ ଆଫଗାନିସ୍ତାନରୁ ଆରମ୍ଭ କରି ଲିବ୍ୟା ସମେତ ସାରା ବିଶ୍ୱର ଯୁଦ୍ଧକ୍ଷେତ୍ରରେ ଦେଖାଯାଇଛି। ସି-୧୩୦ ଜେ ସୁପର ହରକ୍ୟୁଲସ ବିମାନ ସୈନିକ ଓ ଉପକରଣ ମୁତୟନ ଲାଗି ଭାରତୀୟ ବାୟୁସେନା ନିମନ୍ତେ ଉପଯୋଗୀ ସାବ୍ୟସ୍ତ ହୋଇଛି।

{"id":337844,"sizeSlug":"large"}

ଆମେରିକା ବିଶ୍ୱର ୧୭ଟି ଦେଶଙ୍କୁ ଏହି ବିମାନ ବିକ୍ରୟ କରିଛି। ଏମାନଙ୍କ ମଧ୍ୟରେ ଭାରତ ମଧ୍ୟ ଅନ୍ୟତମ। ଭାରତୀୟ ବାୟୁସେନାରେ ଏବେ ୫ଟି ସି-୧୩୦ ଜେ-୩୦ ବିମାନର ସ୍କ୍ୱାଡ୍ରନ ଅଛି। ଏହା ବାଦେ ଭାରତ ଆଉ ୬ଟି ଏହି ବିମାନ ଅର୍ଡର ଦେଇଛି। ରାଜିନାମା ଅନୁସାରେ ଭାରତର ଏହି ବିମାନଗୁଡିକୁ ଆମେରିକା ମରାମତି ମଧ୍ୟ କରିବ। ଏହା ସହିତ ସ୍ପେୟାର ପାର୍ଟସ ଯୋଗାଣ ସାଙ୍ଗକୁ ଗ୍ରାଉଣ୍ଡ  ସପୋର୍ଟ କାମ ମଧ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.