Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନିଜ ପିଲାଙ୍କୁ ଲୁହା କଡାରେ ବାନ୍ଧି ରଖୁଥିଲେ ଏହି ଦମ୍ପତ୍ତି, ମାସ ମାସ ଧରି ଖାଇବାକୁ ମଧ୍ୟ ଦେଉନଥିଲେ

23/02/2019 at 7:07 PM

ଲସ ଏଞ୍ଜେଲସ ୨୩/୨ : ଏକ ଆମେରିକୀୟ ଦମ୍ପତ୍ତି ନିଜ ପିଲାଙ୍କୁ ନିର୍ଯ୍ୟାତନା ଦେଉଥିବା ଘଟଣା ସାମ୍ନାକୁ ଆସିଛି | ଏହି ଦମ୍ପତ୍ତି ନିଜର ୧୩ ସନ୍ତାନ ସନ୍ତତିଙ୍କୁ ଲୁହା କଡାରେ ବାନ୍ଧି ରଖିଥିଲେ | ଏପରିକି ଏହି ଦମ୍ପତ୍ତି ନିଜ ପିଲାଙ୍କୁ ଖାଇବାକୁ ମଧ୍ୟ ଦେଉନଥିଲେ | ଆମେରିକାରେ ଏହି ଘରକୁ ଭୟାବହତାର ଘର ବୋଲି ନାଁ ଦିଆଯାଇଛି | ଦମ୍ପତ୍ତି ଲୁଇସ ଏବଂ ଡେଭିଡ ଆମେରିକାର ରିଭର ସାଇଡ କାଉଣ୍ଟି ସୁପ୍ରିମକୋର୍ଟରେ ନିଜର ଦୋଷ ସ୍ୱୀକାର କରିଛନ୍ତି |


ଡେଭିଡ ଏବଂ ଲୁଇସଙ୍କୁ ୨୦୧୮ ମସିହାରେ ଗିରଫ କରାଯାଇଥିଲା | ଦକ୍ଷିଣ ଲସ ଏଞ୍ଜେଲସର ପ୍ୟାରିସ ଅଂଚଳରେ ଏହି ଦମ୍ପତ୍ତି ରହୁଥିଲେ | ସେହି ଘରୁ ତାଙ୍କର ୧୭ ବର୍ଷର ଝିଅ କୌଣସି ପ୍ରକାରେ ଘରୁ ଫେରାର ହେବାରେ ସକ୍ଷମ ହୋଇ ପୋଲିସକୁ ଫୋନ କରି ନିଜର ଦୁଃଖ କାହାଣୀ କହିଥିଲେ | ଏନେଇ ପୋଲିସ ଘରେ ଚଢ଼ାଉ କରିଥିଲା |

ଦମ୍ପତ୍ତିଙ୍କୁ ପୋଲିସ ଗିରଫ କରିଥିଲା | ସେତେବେଳେ ତାଙ୍କ ପିଲାଙ୍କ ବୟସ ୨ ବର୍ଷରୁ ଆରମ୍ଭ କରି ୨୯ ବର୍ଷ ପର୍ଯ୍ୟନ୍ତ ଥିଲା | ଏ ପିଲାଙ୍କ ଓଜନ ବହୁତ କମ ଥିଲା | କାରଣ ଏମାନଙ୍କୁ ମାସ ମାସ ଧରି ଖାଇବାକୁ ଦେଉନଥିଲେ ଡେଭିଡ ଏବଂ ଲୁଇସ | କେବଳ ସେତିକି ନୁହେଁ ପୋଲିସ ଯେତେବେଳେ ଘରେ ଚଢ଼ାଉ କରିଥିଲା ତାଙ୍କ ଘର ମଣିଷ ମଳରେ ଭର୍ତ୍ତି ହୋଇ ରହିଥିଲା | ଯାଞ୍ଚ ଅଧିକାରୀ କହିଛନ୍ତି ଯେ, ଏହି ପିଲାମାନଙ୍କୁ ମାଡ ମରାଯାଉଥିଲା ଏବଂ ତାଙ୍କୁ ପଞ୍ଜୁରୀରେ ବନ୍ଦ କରି ରଖାଯାଉଥିଲା |

ଡେଭିଡର ବୟସ ୫୭ ବର୍ଷ ହୋଇଥିବାବେଳେ ଲୁଇସର ବୟସ ୫୦ ବର୍ଷ | କୋର୍ଟରେ ଏମାନେ ନିଜ ନିଜ ଦୋଷ ସ୍ୱୀକାର କରିଛନ୍ତି | ତେବେ ଏମାନେ ନିଜ ପିଲାଙ୍କୁ କାହିଁକି ଏମିତି ନିର୍ଯ୍ୟାତନା ଦେଉଥିଲେ ତାହା ଜଣାପଡିନାହିଁ |

   Related Posts