ଆମେରିକାର ପ୍ରଥମ ହିନ୍ଦୁ ସାଂସଦ ତୁଲସି ଗବାର୍ଡ କହିଲେ- ଏମିତି ମୁସ୍କିଲ ସମୟରେ ଭଗବତଗୀତାରୁ ଶକ୍ତି ଓ ଶାନ୍ତି ମିଳେ, ଏହା ଆମକୁ ଭଗବାନ ଶ୍ରୀକୃଷ୍ଣ ଶିଖାଇଛନ୍ତି

Published By : Prameya-News7 Bureau | June 13, 2020 IST

ଓ୍ଵାଶିଂଟନ ୧୩।୦୬: ଆମେରିକାରେ ପ୍ରଥମ ହିନ୍ଦୁ ସାଂସଦ ତୁଲସି ଗବାର୍ଡ ଶନିବାର କହିଛନ୍ତି ଏହି ମୁସ୍କିଲ ସମୟରେ ଭଗବତଗୀତାରୁ ଶକ୍ତି ଓ ଶାନ୍ତି ମିଳିଥାଏ। ସାଂସଦ ଗବାର୍ଡ ହିନ୍ଦୁ ଷ୍ଟୁଡେଣ୍ଟ କାଉନସିଲ ପକ୍ଷରୁ ଆୟୋଜିତ ଭର୍ଚୁଆଲ କନଫରେନ୍ସିଂକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏମିତି ମାହୋଲରେ କେହି ବି ବିଶ୍ଵାସର ସହିତ ଏହା କହି ପାରିବେ ନାହିଁ ଯେ, କାଲି କଣ ହେବ ? ଏହି ଅବସ୍ଥାରେ ଆମେ ଭକ୍ତି, ଯୋଗ ଓ କର୍ମ ଯୋଗର ଅଭ୍ୟାସରୁ ଶକ୍ତି ଓ ଶାନ୍ତି ପ୍ରାପ୍ତ କରି ପାରିବା। ଏହା ଆମକୁ ଭଗବାନ ଶ୍ରୀକୃଷ୍ଣ ଭଗବତଗୀତାରେ ଶିଖାଇଛନ୍ତି ବୋଲି ସେ କହିଛନ୍ତି।

ହିନ୍ଦୁ ଷ୍ଟୁଡେଣ୍ଟ କାଉନସିଲ ପକ୍ଷରୁ ଜୁନ ୭ରେ ପ୍ରଥମ ଥର ଭର୍ଚୁଆଲ କନଫରେନ୍ସର ଆୟୋଜନ କରାଯାଇଥିଲା। ଏଥିରେ ଦୁନିଆର ଅନେକ ବିଶ୍ଵ ବିଦ୍ୟାଳୟର ଛାତ୍ର ସାମିଲ ହୋଇଥିଲେ।

ଫେସବୁକ୍ ଓ ୟୁଟ୍ୟୁବ୍‌ ଜରିଆରେ ସାମିଲ ହେଲେ ହଜାର ସଂଖ୍ୟକ ଲୋକ

ତୁଳସି ଗବାର୍ଡଙ୍କ ଏହି କାର୍ଯ୍ୟକ୍ରମରେ ଫେସବୁକ୍‌ ଓ ୟୁଟ୍ୟୁବ୍‌ ଜରିଆରେ ଲୋକ ସାମିଲ ହୋଇଥିଲେ। ଆମେରିକା, କାନାଡା, ବ୍ରିଟେନ୍, ଭାରତ ଓ ଅଷ୍ଟ୍ରେଲିଆର ଶତାଧିକ ଗ୍ରାଜୁଏଟ ଷ୍ଟୁଡେଣ୍ଟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସାଂସଦ ଗବାର୍ଡ କହିଛନ୍ତି, ଆପଣ ଯେବେ ନିଜ ଜୀବନ ବିଷୟରେ ଚିନ୍ତା କରନ୍ତି ତେବେ ନିଜକୁ ପ୍ରଶ୍ନ କରନ୍ତୁ ଯେ, ମୋ  ଜୀବନର ଉଦ୍ଦେଶ୍ୟ କଣ ? ଏହା ଏକ ବହୁତ ମହତ୍ଵପୂର୍ଣ୍ଣ ପ୍ରଶ୍ନ। ଯଦି ଆପଣ ଜାଣି ପାରୁଛନ୍ତି ଯେ, ଆପଣଙ୍କ ଉଦ୍ଦେଶ୍ୟ ଭଗବାନ ଏବଂ ଜନତାଙ୍କ ସେବା କରିବା ରହିଛି ତେବେ କର୍ମ ଯୋଗର ଅଭ୍ୟାସ କରନ୍ତୁ। ତେବେ ଯାଇ ଆପଣ ଏକ ସଫଳ ଜୀବନ ଜିଇଁ ପାରିବେ।

ସାଂସଦ ଗବାର୍ଡଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେବେ ଆମେରିକାରେ ଅଶ୍ଵେତ ଜର୍ଜ ଫ୍ଲଏଡଙ୍କ ହତ୍ୟା ପରଠୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ମେ ୨୫ରେ ଆମେରିକା ମିନେସୋଟା ରାଜ୍ୟର ମିନେପୋଲିସ ସହରରେ ପୋଲିସ ଜର୍ଜ ଫ୍ଲଏଡଙ୍କୁ ଜାଲିଆତି ଅଭିଯୋଗରେ ଗିରଫ କରିଥିଲା। ଏହା ପରେ ଜଣେ ପୋଲିସ ଫ୍ଲଏଡଙ୍କ ବେକରେ ଆଣ୍ଠୁ ରଖି ୯ ମିନିଟ୍ ଧରି ଦବାଇ ରଖିଥିଲା। ଏହା ପରେ ଫ୍ଲଏଡଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରଠୁ ଆମେରିକାରେ ବଡ ଧରଣରେ ହିଂସକ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.