Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅମିତ ଶାହଙ୍କୁ ବ୍ୟାନ ପାଇଁ ଆମେରିକୀୟ କମିଶନଙ୍କ ଦାବି, ଜାଣନ୍ତୁ କ’ଣ କହିଛନ୍ତି ଭାରତ ସରକାର

11/12/2019 at 11:00 AM

ନୂଆଦିଲ୍ଲୀ ୧୦।୧୨:  ଲୋକସଭାରେ ନାଗରିକତା ସଂଶୋଧନ ବିଧେକ ଗୃହୀତ ହୋଇଥିବା ବେଳେ ଏକ ଆମେରିକୀୟ ଆୟୋଗ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିଷିଦ୍ଧ ଘୋଷଣା କରିବାକୁ ଦାବି କରିଛି। ଅନ୍ତର୍ଜାତୀୟ ଧାର୍ମିକ ସ୍ୱତନ୍ତ୍ରତା ଆୟୋଗ (ୟୁଏସସିଆଇଆରଏଫ) ଏ ନେଇ ଏକ ବିବୃତ୍ତି ଜାରି କରିଥିବା ବେଳେ ଭାରତ ବିଦେଶ ମନ୍ତ୍ରାଳୟ ଏହାର ଜବାବ ରଖିଛନ୍ତି। ଏଭଳି ସଂସ୍ଥାମାନେ ପ୍ରାୟତଃ ଏପରି ବୟାନବାଜି କରିଥାନ୍ତି ବୋଲି ମନ୍ତ୍ରାଳୟ କହିଛନ୍ତି। ତଥାପିତ ଆମେ ସଂସ୍ଥାକୁ ଦୃଢ ନିନ୍ଦା କରିଛୁ ବୋଲି ସୂଚିତ କରିଛନ୍ତି।

ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ମଙ୍ଗଳବାର ଏ ନେଇ ଗଣମାଧ୍ୟମକୁ ସୂଚିତ କରିଥିବା ବେଳେ ଏବେ ଏଭଳି କୌଣସି ବୟାନର ଆବଶ୍ୟକତା ନଥିବା ସ୍ଥଳେ ସମ୍ପୃକ୍ତ ସମ୍ପୃକ୍ତ ସଂସ୍ଥା ବିବୃତ୍ତି ଜାରି କରିଛି। ତେବେ ୟୁଏସସିଆଇଆରଏଫଙ୍କ ବୟାନ ତ୍ରୁଟିପୂର୍ଣ୍ଣ ଓ ଏପରି ସଂସ୍ଥା ବାସ୍ତବ କଥା ନ ଜାଣି ପ୍ରାୟତଃ ଏପରି ଭ୍ରମାତ୍ମକ ମତାମତ ଦିଅନ୍ତି। ଭାରତ ସରକାରଙ୍କ ସଂଶୋଧିତ ନାଗରିକତା ବିଧେୟକ କୌଣସି କ୍ଷେତ୍ରରେ ମାନବାଧିକାରର ଉଲ୍ଲଂଘନ କରୁନଥିବା ରବିଶ କୁମାର କହିଛନ୍ତି।

ନୂଆ ସଂଶୋଧିତ ବିଧେୟକ ଭାରତରେ ରହୁଥିବା କୌଣସି ବ୍ୟକ୍ତିକୁ କୌଣସି ପ୍ରକାର ପ୍ରଭାବିତ କରୁନାହିଁ। ଏଣୁ ଆମେରିକୀୟ ଆୟୋଗଙ୍କ ପରାମର୍ଶ ମଧ୍ୟ ଏ କ୍ଷେତ୍ରରେ ପ୍ରଜୁଜ୍ୟ ନୁହେଁ। ସବୁ ଦେଶ ନିଜ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତି। ଏଥିରେ ଆମେରିକା ମଧ୍ୟ କରିଛି। ଏଣୁ ଭାରତ କରିବା ବେଳେ ଆମେରିକୀୟ ଆୟୋଗ ଚିନ୍ତାବ୍ୟକ୍ତ କରିବାର ନିଶ୍ଟିତ ରୂପେ  କୌଣସି କାରଣ ନାହିଁ। ଏହା ସତ୍ତ୍ୱେ ୟୁଏସସିଆଇଆରଏଫ ଙ୍କ କଟକଣା ନେଇ ଆମେ ଉଦବେଗ ଜଣାଇଥିବା କହିଛନ୍ତି ମୁଖପାତ୍ର।    

   Related Posts