୨୪୪ତମ ସ୍ୱାଧୀନତା ଦିବସରେ ଆମେରିକା ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, ଜାଣନ୍ତୁ ଜବାବରେ କ’ଣ କହିଲେ ଟ୍ରମ୍ପ
5/07/2020 at 2:15 PM

ୱାସିଂଟନ : ବିଶ୍ୱର ସର୍ବ ବୃହତ୍ତ ଗଣତନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକା ତାର ୨୪୪ତମ ସ୍ୱାଧୀନତା ଦିବସ ପାଳନ କରିଛି। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ୱିଟ୍ କରି ସ୍ୱାଧୀନତା ଦିବସର ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଟ୍ରମ୍ପ ଏହାର ଜବାବ ଦେଇଛନ୍ତି କହିଛନ୍ତି ‘ଭାରତକୁ ଭଲ ପାଏ ଆମେରିକା’।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ’୨୪୪ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକୀୟଙ୍କୁ ଅଭିନନ୍ଦନ, ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ଭାବେ ସ୍ୱାଧୀନତା ଓ ମାନବୀୟ ମୂଲ୍ୟବୋଧ ଲାଗି ଆମେ ସମ୍ମାନ କରୁଛୁ ’ ବୋଲି ଉଲ୍ଲେଖ କରିଛନ୍ତି। ଏହାର ଜବାବରେ ଆମେରିକା ରାଷ୍ଟ୍ରପତି ଧନ୍ୟବାଦ ବନ୍ଧୁ ଆମେରିକା ମଧ୍ୟ ଭାରତକୁ ବହୁତ ଭଲପାଏ ବୋଲି ଟ୍ରମ୍ପ କହିଛନ୍ତି।
I congratulate @POTUS @realDonaldTrump and the people of the USA on the 244th Independence Day of the USA. As the world's largest democracies, we cherish freedom and human enterprise that this day celebrates. @WhiteHouse
— Narendra Modi (@narendramodi) July 4, 2020
ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଶନିବାର ସ୍ୱତନ୍ତ୍ରତା ଦିବସ ଲାଗି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏଥିରେ ଦେଶରେ ବ୍ୟାପୁଥିବା କରୋନା ଲାଗି ପୁଣି ଥରେ ଚୀନ୍କୁ ଦାୟି କରିଥିଲେ । ଟ୍ରମ୍ପ କହିଥିଲେ ଯେ ଚୀନ୍ ଭାଇରସ୍ ବ୍ୟାପିବା ପୂର୍ବରୁ ଦେଶର ପରିସ୍ଥିତି ସମ୍ପୂର୍ଣ୍ଣ ଭଲ ଥିଲା। ଦୀର୍ଘ ଦଶନ୍ଧୀ ଧରି ଆମେରିକାରୁ ଫାଇଦା ଉଠାଉଥିବା ଦେଶଙ୍କ ଉପରେ ଆମେ ଟାରିଫ ଲାଗୁ କରିଥିଲେ। ଫଳରେ କିଛି ଦେଶଙ୍କ ସହ ଆମେରିକା ବାଣିଜ୍ୟିକ ସନ୍ଧି ହୋଇଥିବା ବେଳେ ଏଥିରୁ ଦେଶକୁ ବେଶ୍ ରାଜସ୍ୱ ମିଳିବା ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଚୀନ୍ ଭାଇରସ୍ ଆମେରିକାକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି ବୋଲି ଟ୍ରମ୍ଫ କହିଛନ୍ତି।
On this wonderful day, we celebrate our history, our heroes, our heritage, our flag, and our FREEDOM. Happy Fourth of July to Everyone! #SaluteToAmerica pic.twitter.com/hdPIu30KK1
— Donald J. Trump (@realDonaldTrump) July 5, 2020
ସାଉଥ ଡାକୋଟାରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଆମେ ଆମ ଉପାୟରେ ମହାମାରୀର ମୁକାବିଲା କରୁଛେ । ଆମ ସଂଗ୍ରାମ ନିଶ୍ଚିତ ଆମକୁ ବିଜୟ ଦେବ। ଦେଶରେ ମହାମାରୀ ପୂର୍ବରୁ ଆବଶ୍ୟକ ଡାକ୍ତରୀ ସାମଗ୍ରୀ ମାସ୍କ, ଗାଉନ୍, ଗ୍ଲୋବ୍ସ ଓ ପିପିଇ କିଟ୍ ଚୀନ୍ରୁ ଆମଦାନୀ କରୁଥିଲେ। ଯେଉଁ ଦେଶ ଏବେ ଆମକୁ ଏବେ ଏହି ମାହାମାରୀ ଦେଇଛି। ହେଲେ ଏହା ଜଣାପଡିବା ପରେ ଏବେ ସେ ସବୁ ସାମଗ୍ରୀ ଏବେ ଆମ ଦେଶରେ ପ୍ରସ୍ତୁତ ହେଉଛି ଓ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ତାହା ଉପଯୋଗ କରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।
"Theodore Roosevelt exemplified the unbridled confidence of our national culture and identity."
— The White House (@WhiteHouse) July 4, 2020
Our youngest President and the only person ever awarded both the Nobel Peace Prize and the Congressional Medal of Honor—remembered as "American freedom personified in full:" pic.twitter.com/HS3TVER8Nu
ନାଜୀମାନଙ୍କୁ ହରାଇବାରେ ଆମେରିକା ହିରୋ ଥିଲା। ଆମେ ହିଁ ଫାସିଷ୍ଟଙ୍କୁ ଗାଦିଚ୍ୟୁତ କରିବା ସହ କମ୍ୟୁନିଷ୍ଟକୁ ବେଦଖଲ କରିଥିଲେ । ଆଧୁନିକ ସମୟରେ ସାରା ବିଶ୍ୱରୁ ଆମେ ଆତଙ୍କବାଦର ବିଲୋପ କରିଛେ, ଏବେ ଆମେ ମୌଳବାଦୀ ବାମପନ୍ଥୀ ଓ ଉପଦ୍ରବୀଙ୍କୁ ହଟାଇବା କାମ ହାତକୁ ନେଇଛେ। ଆମେରିକାରେ ଅଶ୍ୱେତ ପ୍ରଦର୍ଶନକାଳରେ ଯେଉଁମାନେ ଭଙ୍ଗାରୁଜା ଓ ଲୁଟପାଟ୍ରେ ମାତିଥିଲେ ସେମାନଙ୍କ ପ୍ରତି କାହାର ହେଲେ ନଜର ନଥିଲା। ବିକ୍ଷୋଭକାରୀ ଜାଣୁନଥିଲେ କେଉଁମାନଙ୍କର ଲୁଟ ହେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି।