କରୋନା ଟୀକାର ହ୍ୟୁମାନ୍ ଟ୍ରାଏଲ୍ ସଫଳ, ଆମେରିକୀୟ ବାୟୋଟେକ୍ ଫାର୍ମ ଇନୋଭିଓ ରଖିଲା ଦାବି

Published By : Prameya-News7 Bureau | July 02, 2020 IST

ଓ୍ବାଶିଂଟନ୍ ୨।୭: କରୋନା ଭାଇରସ୍ ସଙ୍କଟ ସହ ସଂଘର୍ଷ କରୁଥିବା ବିଶ୍ବକୁ ରକ୍ଷା କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଏହି ବିଶ୍ବବ୍ୟାପୀ ମହାମାରୀ ପାଇଁ ଏକ ଟୀକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଅନେକ ଦେଶର ବୈଜ୍ଞାନିକମାନେ ମଧ୍ୟ ଦାବି କରିଛନ୍ତି ଯେ ସେମାନେ କରୋନା ଭାଇରସ୍ ଟୀକା ପ୍ରସ୍ତୁତ କରିଛନ୍ତି। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଏପର୍ଯ୍ୟନ୍ତ କୌଣସି ଟୀକା ପ୍ରସ୍ତୁତ କରାଯାଇ ନାହିଁ, ଯାହାକୁ କରୋନା ଭାଇରସ୍ ଟୀକା କୁହାଯାଇପାରେ।

ଏହି ସମୟରେ ଆମେରିକାର ବାୟୋଟେକ୍ ଫାର୍ମ ଇନୋଭିଓ ଦାବି କରିଛି ଯେ କରୋନୋ ଭାଇରସ୍ ଟୀକା ପରୀକ୍ଷା ସମୟରେ ଉତ୍ସାହଜନକ ଫଳାଫଳ ଆସିଛି । ୪୦ ଜଣଙ୍କ ଉପରେ କରାଯାଇଥିବା ପରୀକ୍ଷଣ ସମୟରେ INO-4800 ନାମକ ଟୀକା ୯୪% ସଫଳ ହୋଇଛି ବୋଲି ଫାର୍ମ ଦାବି କରିଛି ।

କ୍ଲିନିକାଲ ଟ୍ରାଏଲ ସମୟରେ ଆମେରିକାରେ ୧୮ ରୁ ୫୦ ବର୍ଷ ବୟସର ୪୦ ଜଣଙ୍କୁ ଟୀକା ଦିଆଯାଇଥିଲା । ଏହି ଲୋକଙ୍କୁ ଚାରି ସପ୍ତାହ ମଧ୍ୟରେ ଦୁଇଟି ଟୀକାକରଣ ଦିଆଯାଇଥିଲା । ପରୀକ୍ଷା ଫଳାଫଳରୁ ଜଣାଯାଇଛି ଯେ INO-4800 ଟୀକା ସମସ୍ତ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । କମ୍ପାନୀର କହିବା ଅନୁସାରେ, ଏହି ସମୟ ମଧ୍ୟରେ ଟୀକାକରଣର କୌଣସି ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳି ନଥିଲା ।

ଇନୋଭିଓ କମ୍ପାନୀର ସିନିୟର ଭାଇସ୍ ପ୍ରେସିଡେଣ୍ଟ କେଟ୍ ବ୍ରାଡରିକ୍ଙ୍କ କହିବା ଅନୁସାରେ, ଜାନୁଆରୀ ୧୦ରେ ଚୀନର ଗବେଷକମାନେ କରୋନା ଭାଇରସ୍ ର ଜେନେଟିକ୍ କୋଡ୍ ଜାରି କଲେ ଏବଂ ଏହି ଟିମ୍ ସଫ୍ଟୱେର୍ ସହିତ କ୍ରମକୁ କୋଡ୍ କରି ଫର୍ମୁଲା ପ୍ରସ୍ତୁତ କଲା । ଏହି ଡିଏନ୍ଏ ଟୀକା କରୋନା ଭାଇରସର ସ୍ପାଇକ୍ ପ୍ରୋଟିନ୍ ଚିହ୍ନି ଏବଂ ସମାନ ପ୍ରୋଟିନ୍ ଉତ୍ପନ କରି ଭାଇରସକୁ ବିଭ୍ରାନ୍ତ କରିବ । ଯାହା ପରେ, ଭାଇରସ୍ ସେହି ପ୍ରୋଟିନର ନିକଟତର ହେବା ମାତ୍ରେ ଟୀକା ପ୍ରଭାବରେ ଏହା ନିଷ୍କ୍ରିୟ ହୋଇଯିବ ।

ସ୍ପାଇକ୍ ପ୍ରୋଟିନ୍ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବିକାଶ କରିବ । ଯଦି ଟୀକା ଦ୍ବାରା ସ୍ପାଇକ୍ ପ୍ରୋଟିନ୍ ଉତ୍ପନ୍ନ ହୁଏ, ତେବେ ଶରୀର ଏହାକୁ ଭାଇରସ୍ ଭାବରେ ବିବେଚନା କରିବ ଏବଂ ଅଧିକ ସଂଖ୍ୟକ ଆଣ୍ଟିବଡି ତିଆରି କରିବ । ଏହି ପ୍ରୋଟିନ୍ ଶରୀର ପାଇଁ କୌଣସି କ୍ଷତି କରିବ ନାହିଁ । କରୋନା ଭାଇରସ୍ ନଷ୍ଟ ହୋଇଯିବ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ କରୋନା ଭାଇରସ୍ ଟୀକା ଉପରେ ୧୨୦ରୁ ଅଧିକ ଅଂଶଗ୍ରହଣକାରୀ କାର୍ଯ୍ୟ କରୁଛନ୍ତି । ତଥାପି ଏହି ୧୩ଟି ଟୀକା କ୍ଲିନିକାଲ୍ ଟ୍ରାଏଲ ପର୍ଯ୍ୟାୟରେ ପହଞ୍ଚିଛି । ଏଥିମଧ୍ୟରୁ ସର୍ବାଧିକ ଚୀନ୍ ଟୀକାର ହ୍ୟୁମାନ ଟ୍ରାଏଲ ହେଉଛି । ଚୀନ୍ ରେ ୫, ବ୍ରିଟେନରେ ୨, ଆମେରିକାରେ ୩, ଋଷ, ଅଷ୍ଟ୍ରେଲିଆ ଏବଂ ଜର୍ମାନୀରେ ୧-୧ ଟୀକା କ୍ଲିନିକାଲ୍ ଟ୍ରାଏଲ ପର୍ଯ୍ୟାୟରେ ରହିଛି ।

୩ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ସଫଳ ହେବା ପରେ ଏହା ସମ୍ପୃକ୍ତ ଦେଶର ନିୟାମକ ଆୟୋଗକୁ ଯାଞ୍ଚ ପାଇଁ ଦିଆଯିବ । ଯାହାପରେ ସେହି ଦେଶର ସରକାର ଟୀକା ସହ ଜଡିତ ସମସ୍ତ ଦିଗକୁ ଅନୁଧ୍ୟାନ କରିବେ। ଏହି ସମୟ ମଧ୍ୟରେ ଏହା ଦେଖାଯିବ ଯେ ଏହି ଟୀକା ମଣିଷ ଉପରେ କୌଣସି ଖରାପ ପ୍ରଭାବ ପକାଉଛି କି ? ଏହାପରେ ହିଁ ଏହି ଟୀକା ଉତ୍ପାଦନ ପାଇଁ ଅନୁମୋଦନ ହେବ । ଏହି ପ୍ରକ୍ରିୟା ହାରାହାରି ୩ ରୁ ୪ ମାସ ସମୟ ନେଇଥାଏ । ତେବେ କରୋନା ଭାଇରସ୍ ମହାମାରୀର ପରିମାଣକୁ ଦୃଷ୍ଟିରେ ରଖି ସମସ୍ତ ଦେଶ ଯଥାଶୀଘ୍ର ଏହି ପ୍ରକ୍ରିୟା ଶେଷ କରିବାକୁ ଚାହାଁନ୍ତି । ଯାହାକି ୨ ମାସ ନେଇପାରେ ।

wp:core-embed/wordpress {"url":"http://www.prameyanews7.com/first-plasma-bank-will-open-in-delhi/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/first-plasma-bank-will-open-in-delhi/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.