ଚାଷଜମି କିଣୁଛନ୍ତି ବିଲ୍ ଗେଟସ୍ : ମାଇକ୍ରୋସପ୍ଟ ପ୍ରତିଷ୍ଠାତାଙ୍କ ଚାଷୀ-ଚାଷ ପ୍ରୋତ୍ସାହନ ଯୋଜନା ନେଇ ଚର୍ଚ୍ଚା

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ ୧୬/୦୧ : ମାଇକ୍ରୋସପ୍ଟର ସଂସ୍ଥାପକ ତଥା ବିଶ୍ବର ଚତୁର୍ଥ ଧନୀ ବିଲ୍ ଗେଟସ୍‌ ଏବେ ଚାଷଜମି କିଣିବାରେ ବ୍ୟସ୍ତ । ଆମେରିକାରେ ବର୍ତ୍ତମାନ ସୁଦ୍ଧା ୧୮ଟି ରାଜ୍ୟରେ ପଖାପାଖି ଅଢେଇ ଲକ୍ଷ ହେକ୍ଟର ଚାଷଜମି କିଣିସାରିଲେଣି ବିଲ୍ ଗେଟସ୍ । ଡେଲି ମେଲ୍‌ର ଏକ ରିପୋର୍ଟ ଅନୁଯାୟୀ ବିଲ୍‌ ଗେଟସ୍‌ ଏବେ ଆମେରିକାର ସବୁଠାରୁ ବଡ ଚାଷୀ ।

ସେ କେବଳ ଚାଷଜମିରେ ନିବେଶ କରିନାହାନ୍ତି ବରଂ ଅନ୍ୟାନ୍ୟ ଜମିକଣିବାରେ ମଧ୍ୟ ଲାଗି ପଡିଛନ୍ତି । ବିଲ ଗେଟସ୍‌ଙ୍କର ଆମେରିକାରେ ମୋଟ ୨ ଲକ୍ଷ ୬୮ ହଜାର ୯୮୪ ହେକ୍ଟର ଜମିର ମାଲିକ ହୋଇସାରିଲେଣି ।

୬୫ ବର୍ଷୀୟ ବିଲ ଗେଟସ୍‌ଙ୍କର ଲୁସିୟାନାରେ ୬୯ ହଜାର ହେକ୍ଟର, ଅର୍କସସ୍‌ରେ ୪୮ ହଜାର ହେକ୍ଟର, ଏରିଜୋନାରେ ୨୫ ହଜାର ହେକ୍ଟର ଚାଷଜମି କିଣିସାରିଲେଣି । ତେବେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ଯେ ବିଲ୍‌ ଗେଟସ୍‌ ଏତେ ପରିମାଣର ଚାଷ ଜମି କାହିଁକି କିଣୁଛନ୍ତି । ବିଲ୍ ଗେଟସ୍‌ ଏହି ଜମିଗୁଡିକୁ ସିଧାସଳଖ ପର୍ସନାଲ ଇନଭେଷ୍ଟମେଣ୍ଟ୍ ଏଣ୍ଟିଟି କାରକେଡ୍ କରିଆରେ କିଣିଛନ୍ତି ।

ରିପୋର୍ଟ ଅନୁସାରେ ବିଲ ଗେଟସ୍‌ ୨୦୧୮ ମସିହାରେ ଓ୍ବାଶିଂଟନରେ ପ୍ରାୟ ୧୬ ହଜାର ହେକ୍ଟର ଜମି କିଣିଥିଲେ ଯେଉଁଥିରେ ହେବେନ୍‌ ହିଲ୍ସ ଅଞ୍ଚଳରେ ୧୪ ହଜାର ୫୦୦ ହେକ୍ଟର ଚାଷଜମି ସାମିଲ ଅଛି । ଏହାକୁ ଗେଟସ୍‌ ପ୍ରାୟ ୧୨୫୧ କୋଟି ଟଙ୍କାରେ କିଣିଥିଲେ । ୨୦୦୮ ମସିହାରେ ବିଲ ଆଣ୍ଡ ମେଲିଣ୍ଡା ଫାଉଣ୍ଡେସନ୍‌ ଘୋଷଣା କରିଥିଲା ଯେ, ଆଫ୍ରିକା ଏବଂ ବିଶତବର ଅନ୍ୟ ବିକାଶଶୀଳ ଦେଶମାନଙ୍କର ଛୋଟ ଚାଷୀମାନଙ୍କୁ ଫସଲ କ୍ଷେତ୍ରରେ ଏବଂ ଫସଲ ଆମଦାନୀ ପାଇଁ ୨୨୩୮ କୋଟି ଟଙ୍କାର ସହାୟତା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.