Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ପାକିସ୍ତାନ ପୁଷ୍ଟପୋଷକତାରେ ଚାଲିଥିବା ଆତଙ୍କବାଦୀ ସଂଗଠନଗୁଡିକକୁ ଫଣ୍ଡିଂ ବନ୍ଦ କଲା ଆମେରିକା

1/01/2021 at 3:46 PM

ନୂଆଦିଲ୍ଲୀ ୦୧/୦୧ : ଆତଙ୍କବାଦୀ ସଂଗଠନଗୁଡିକୁ ଶକ୍ତ ଝଟକା ଲାଗିଛି । ୨୦୧୯ ମସିହାରେ ବିଭିନ୍ନ ଆତଙ୍କବାଦୀ ସଂଗଠନମାନଙ୍କର ପ୍ରାୟ ୬.୩ କୋଟି ଆମେରିକୀୟ ଡଲାର (୪୬୦ କୋଟି) ଟଙ୍କା ବ୍ଲକ୍ କରି ଦେଇଥିଲା । ଏଥିରେ ପାକିସ୍ତାନର ଅନେକ ଆତଙ୍କୀ ସଂଗଠନ ମଧ୍ୟ ସାମିଲ ଥିଲେ । ଆମେରିକା ଅର୍ଥ ମନ୍ତ୍ରାଳୟର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ଆମେରିକା ଅର୍ଥ ମନ୍ତ୍ରାଳୟ ଗୁରୁବାର ଜାରି କରିଥିବା ରିପୋର୍ଟରେ କହିଛି ଯେ, ୨୦୧୯ ମସିହାରେ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନକୁ ପ୍ରାୟ ୩.୪୨ ଲକ୍ଷ ଡଲାର ଫଣ୍ଡିକୁ ରୋକ ଲଗାଇଥିଲା ଆମେରିକା । ସେହିପରି ଜୈଶ-ଏ-ମହମ୍ମଦକୁ ୧୭୨୫ ଡଲାର ଏବଂ ହରକତ୍-ଉଲ-ମୁଜାହିଦ୍ଦିନ-ଅଲ୍ ଇସ୍ଲାମିର ୪୫, ୭୯୮ ଡଲାରର ଫଣ୍ଡିଂକୁ ରୋକ ଲଗାଇଥିଲା ଆମେରିକା । ଏ ସମସ୍ତ ସଂଗଠନ ପାକିସ୍ତାନ ପୁଷ୍ଟପୋଷକତାରେ ଚାଲୁ ରହିଛି ।

ହରକତ୍-ଉଲ-ମୁଜାହିଦ୍ଦିନ-ଅଲ୍ ଇସ୍ଲାମୀ ସଂଗଠନ ପ୍ରାୟତଃ ଜାମ୍ମୁ-କାଶ୍ମୀରରେ ବିଭିନ୍ନ ସମୟରେ ଆତଙ୍କବାଦୀ ଗତିବିଧି ଜାରି ରଖେ । କାଶ୍ମୀରରେ ସକ୍ରିୟ ଥିବା ହିଜବୁଲ ମୁଜ୍ଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ୪୩୨୧ ଡଲାରର ଫଣ୍ଡ୍ ଉପରେ ରୋକ ଲଗାଇଥିଲା ଆମେରିକା । ସେହିପରି ୨୦୧୮ ମସିହାରେ ଏହି ସଂଗଠନର ୨୨୮୭ ଡଲାରର ଫଣ୍ଡିକୁ ରୋକ ଲଗାଇଥିଲା ।

ରିପୋର୍ଟ ଅନୁସାରେ ୨୦୧୯ ମସିହାରେ ମୋଟ ୭୦ଟି ଆତଙ୍କବାଦୀ ସଂଗଠନର ୬.୩ କୋଟି ଡଲାର ଫଣ୍ଡ ଉପରେ ରୋକ ଲଗାଇଛି । ସବୁଠାରୁ ଅଧିକ ଫଣ୍ଡ ପାଉଥିଲା ଓସାମାବିନ ଲାଡେନ୍‌ର ସଂଗଠନ ଅଲକାଏଦା । ୨୦୧୯ ମସିହାରେ ଅଲକାଏଦା ସଂଗଠନର ପ୍ରାୟ ୩୯ ଲକ୍ଷ ଡଲାର ଉପରେ ରୋକ ଲଗାଇଥିଲା ଆମେରିକା । ସେହିଭଳି ୨୦୧୯ ମସିହାରେ ଆମେରିକା ମୋଟ ୪.୬ କୋଟି ଡଲାରର ଫଣ୍ଡ ଉପରେ ରୋକ ଲଗାଇଥିଲା ।

   Related Posts