Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଦୁଇ ଗୋଡ଼ ନଥାଇ ୨୦ ମିଟର ଦୌଡ଼ିଲେ ଆଥ୍‌ଲେଟ୍‌, ଭାଙ୍ଗିଲେ ରେକର୍ଡ ରଚିଲେ ଇତିହାସ

25/09/2021 at 9:45 PM

ନୂଆଦିଲ୍ଲୀ, ୨୫/୦୯: କଥାରେ ଅଛି ଇଚ୍ଛା ଥିଲେ ଯେତେ ବାଧା ବିଘ୍ନ ଆସିଲେ ବି ସଫଳତାର ପ୍ରତିରୋଧ କରିପାରିବ ନାହିଁ । ଏମିତି ଏକ ଘଟଣା ଦେଖିବାକୁ ଆମେରିକାର ଜଣେ ଆଥ୍‌ଲେଟ୍‌ଙ୍କ କ୍ଷେତ୍ରରେ । ଗୋଡ଼ ନଥାଇ ମଧ୍ୟ ଦୌଡ଼ରେ ରଚିଛନ୍ତି ଇତିହାସ ଏବଂ ହୋଇଛନ୍ତି ଗିନିଜ୍‌ ୱାର୍ଲ୍ଡ ରେକର୍ଡର ଅଧିକାରୀ । ହାତର ବ୍ୟବହାର କରି ୨୦ ମିଟର ଦୌଡ଼ରେ ସେ ବିଶ୍ୱର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଏହି ଦୂରତାକୁ ଦିବ୍ୟାଙ୍ଗ ଆଥ୍‌ଲେଟ୍‌ ଜଣକ ୪.୭୮ ସେକେଣ୍ଡ୍‌ରେ ଅତିକ୍ରମ କରିଛନ୍ତି ।

ଆମେରିକାର ୨୩ ବର୍ଷୀୟ ଆଥ୍‌ଲେଟ୍‌ ଜିଓନ୍‌ କ୍ଲାର୍କ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବ୍ୟକ୍ତି । ସେ ଜଣେ ମୋଟିଭେସନାଲ୍‌ ସ୍ପିକର୍‌, ଜଣେ ଲେଖକ ଏବଂ ଏଥି ସହିତ ଜଣେ ବ୍ୟବସାୟୀ ମଧ୍ୟ । କ୍ଲାର୍କଙ୍କର ଜନ୍ମରୁ ଗୋଡ଼ ନଥିଲା । ସେ କାଉଡାଲ୍‌ ରିଗ୍ରେସନ୍‌ ସିଣ୍ଡ୍ରୋମ୍‌ ନାମକ ଏକ ବିରଳ ରୋଗରେ ପୀଡ଼ିତ ଥିଲେ । ଏଥିରେ ତାଙ୍କର ଅଣ୍ଟା ତଳକୁ ଆଉ ବୃଦ୍ଧି ହୋଇନଥିଲା । ତାଙ୍କର ଗୋଡ଼ର ଅସ୍ଥି ଗୁଡ଼ିକ ନଥିଲା ବୋଲି ଆମେରିକାର ଜାତୀୟ ମେଡିସିନ୍‌ ଲାଇବ୍ରେରୀକୁ ଜଣାପଡ଼ିଥିଲା ।

ଉଚ୍ଚ ବିଦ୍ୟାଳୟ ସ୍ତରରୁ ସେ ରେସ୍‌ଲିଂ ଭଳି ଖେଳରେ ଭାଗ ନେଉଥିଲେ । ପରେ ଜିମ୍‌ରେ ଯୋଗ ଦେଇ ଶରୀରକୁ ଫିଟ୍‌ ରଖିଲେ ଏବଂ ହାତରେ ଦୌଡ଼ିବା ପାଇଁ ପ୍ରୟାସ ଆରମ୍ଭ କଲେ । ଯାହା ଫଳରେ ଆଜି ସେ ସାରା ବିଶ୍ୱରେ ଇତିହାସ ରଚିପାରିଛନ୍ତି ବୋଲି ଏକ ୱେବ୍‌ ସାଇଟ୍‌ ପ୍ରକାଶ କରିଛନ୍ତି ।       

   Related Posts