ମାନ୍ଦାବସ୍ଥାର ଦ୍ୱାର ଦେଶରେ ଆମେରିକା, ଏହାକୁ ଟାଳିବା ସହଜ ନୁହେଁ: ଗୋଲ୍ଡମ୍ୟାନ ସାସ୍କ ଚେୟାରମ୍ୟାନ

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ:  ବୈଶ୍ୱିକ ଅର୍ଥବ୍ୟବସ୍ଥାକୁ ନେଇ ଏକ ଭୟଙ୍କର ଭବିଷ୍ୟତବାଣୀ କରିଛନ୍ତି ଗୋଲ୍ଡମ୍ୟାନ ସାସ୍କର ବରିଷ୍ଠ ଚେୟାରମ୍ୟାନ ଲୟଡ ବ୍ଲାକଫେନ। ସେ କହିଛନ୍ତି, ଆମେରିକା ଆର୍ଥିକ ମାନ୍ଦାବସ୍ଥାର ଦ୍ୱାରଦେଶରେ ଠିଆ ହୋଇଛି। ଏହା ବହୁତ ବଡ଼ (Very, Very High Risk) ବିପଦ ଅଟେ।

ଲୟଡ ବ୍ଲାକଫେନ କହିଛନ୍ତି, 'ଯଦି ମୁଁ ଏକ ବଡ଼ କମ୍ପାନୀ ପରିଚଳନା କରୁଥାନ୍ତି, ତେବେ ଏଥିପାଇଁ ପୂରା ପ୍ରସ୍ତୁତ ରହିଥାନ୍ତି। ଯଦି ମୁଁ ଖାଉଟି ହୋଇଥାନ୍ତି , ତେବେ ଏଥିପାଇଁ ପ୍ରସ୍ତୁତ ହୋଇଥାନ୍ତି'।

ମନି କ୍ରୋଣ୍ଟଲର ଖବର ଅନୁସାରେ ଲୟଡ ବ୍ଲେକଫେନ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ମାନ୍ଦାବସ୍ଥା ‘କେକରେ ବେକ୍ ହୋଇ ନଥାଏ’ ଏବଂ ଏହାକୁ ଟାଳିବାର ରାସ୍ତା ମଧ୍ୟ ଅତି ସଂକୀର୍ଣ୍ଣ। ସେ କହିଛନ୍ତି, ଫେଡରାଲ ରିଜର୍ଭ ନିକଟରେ ଦରବୃଦ୍ଧିକୁ କମ କରିବା ପାଇଁ ଶକ୍ତିଶାଳୀ ଉପକରଣ ରହିଛି ଏବଂ ଏହାର ସଠିକ ବ୍ୟବହାର ମଧ୍ୟ କରାଯାଇ ପାରିବ।

ଜୈନ ହୈଜିୟସଙ୍କ ନେତୃତ୍ୱାଧୀନ ଗୋଲ୍ଡମ୍ୟାନର ଅର୍ଥନୈତିକ ଟିମ ଆମେରିକାର ଜିଡିପି ଅଭିବୃଦ୍ଧିକୁ ୨.୬ରୁ ହ୍ରାସ କରି ୨.୪ ରହିବା ନେଇ ପୂର୍ବାନୁମାନ କରିଛି। ୨୦୨୩ର ଆକଳନକୁ ୨.୨ ପ୍ରତିଶତରୁ ହ୍ରାସ କରି ୧.୬ ପ୍ରତିଶତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.