ଓ୍ବାଶିଙ୍ଗଟନ୍ ୩୧/୧୦: ଇସଲାମିକ୍ ଷ୍ଟେଟର ମୁଖ୍ୟ ଅବୁ ବକ୍ର ଅଲ- ବାଗଦାଦିକୁ ନିପାତ କରିବା ଅପରେସନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୁକୁର ଅପରେସନ ସମୟରେ ଆହତ ହୋଇଥିଲା । ହେଲେ ଏବେ ସେ ଠିକ୍ ହୋଇ କାମକୁ ଫେରି ଆସିଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ୍ର କମାଣ୍ଡର ଜେନେରାଲ କେନେଥ ମ୍ୟାକେଞ୍ଜି ଗତକାଲି ପେଣ୍ଟାଗନର ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ କହିଥିଲେ ଯେ କୁକୁରଟି ୪ବର୍ଷ ହେବ ସେନାରେ କାମ କରୁଛି। ତେବେ କମାଣ୍ଡର ଏହି କୁକୁରର ନାଁ କହିନଥିଲେ।
{"id":177319}ଜେନେରାଲ କହିଛନ୍ତି ଯେ ବାଗଦାଦିଙ୍କ ଉପରେ ଆକ୍ରମଣ କରିବା ପରେ ସୁଡ଼ଙ୍ଗରେ କୁକୁରଟିକୁ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ସେ ଗୁରୁତର ହୋଇଯାଇଥିଲା। କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସେ ନିଜ କାମକୁ ମଧ୍ୟ ଫେରି ଆସିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କୁକୁରର ଫଟୋ ଦେଖାଇ ଏହାର ପ୍ରଶଂସା କରିଛନ୍ତି।
{"id":177320}କମାଣ୍ଡର ମ୍ୟାକେଞ୍ଜି କହିଛନ୍ତି ଯେ ଏହି ବିଶେଷ ଧରଣର କୁକୁର ବ୍ୟକ୍ତିଙ୍କୁ ଚିହ୍ନିବାରେ ଦକ୍ଷ ଥାଆନ୍ତି। ଏହି କୁକୁରମାନେ ସେନାର ମହତ୍ତ୍ବପୂର୍ଣ୍ଣ ସଦସ୍ୟ। ଗୁରୁତ୍ବପୂର୍ଣ୍ଣ ଅଭିଯାନରେ ଏହି କୁକୁରମାନେ ସେନା ସହିତ କାମ କରିଥାଆନ୍ତି। ଏହି କୁକୁରମାନେ କେବଳ ସେନାରେ କାମ କରିନଥାଆନ୍ତି ବରଂ ସେନାଙ୍କ ରକ୍ଷା ମଧ୍ୟ କରିଥାଆନ୍ତି ଏବଂ ଶତ୍ରୃଙ୍କୁ ଚିହ୍ନି ଲୋକଙ୍କ ଜୀବନ ରକ୍ଷା କରିଥାଆନ୍ତି।
{"id":177321}ଆମେରିକାରେ କୁକୁର ଦଳ ବାଗଦାଦିଙ୍କୁ ମାରିବା ପାଇଁ ଏକତରଫା ବନ୍ଦ ସୁଡ଼ଙ୍ଗ ମଧ୍ୟରେ ଯେତେବେଳେ ତା’ର ପିଛା କରିଥିଲେ ସେତେବେଳେ ଏହି ସାହସୀ କୁକୁର ମଧ୍ୟ ସେହି ଦଳରେ ସାମିଲ ଥିଲା ଏବଂ ବାଗଦାଦିକୁ ଗୋଡ଼ାଇଥିଲା। ବାଗଦାଦିକୁ ଯେତେବେଳେ ବାହାରକୁ ବାହାରିବାର ରାସ୍ତା ମିଳିନଥିଲା ସେତେବେଳେ ସେ ଆତ୍ମଘାତୀ ଜ୍ୟାକେଟ ପିନ୍ଧି ବିସ୍ଫୋରଣ କରି ନିଜକୁ ଉଡ଼ାଇ ଦେଇଥିଲା।