ଭାରତକୁ ସାମରିକ ଉପକରଣ ଏବଂ ସେବା ବିକ୍ରି ପ୍ରସ୍ତାବକୁ ଆମେରିକାର ମଞ୍ଜୁରି

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ ୪।୧୨: ଆମେରିକା ତାର ସି-୧୩୦-ଜେ ସୁପର ହରକ୍ୟୁଲସ ସୈନ୍ୟ ପରିବହନ ବିମାନ ସ୍କ୍ୱାଡ୍ରନ ସାଙ୍ଗକୁ ସହଯୋଗ ଆକାରରେ ଭାରତକୁ ୯ କୋଟି ଡଲାରର ସୈନ୍ୟ ଉପକରଣ ଓ ସେବା ପ୍ରଦାନ କରିବ। ଏଥିଲାଗି ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ପ୍ରତିରକ୍ଷା ବିଭାଗଙ୍କ ରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (ଡିଏସସିଏ) ଗୁରୁବାର ଏହି ସୂଚନା ଦେଇଛନ୍ତି। ଏହି ପ୍ରସ୍ତାବିତ ବିକ୍ରି ଆମେରିକା-ଭାରତ ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ସହ ଏକ ମୁଖ୍ୟ ପ୍ରତିରକ୍ଷା ସହଯୋଗୀଙ୍କ ସୁରକ୍ଷା ମଜଭୁତ କରିବ ବୋଲି ଏଜେନ୍ସି କହିଛନ୍ତି।

{"id":372585,"width":577,"height":286,"sizeSlug":"large"}

ଡିଏସସିଏ ଆମେରିକା କଂଗ୍ରେସକୁ ଏକ ପ୍ରମୁଖ ବିକ୍ରି ଅଧିସୂଚନା ଜାରି କରି ହୀନ୍ଦ, ପ୍ରଶାନ୍ତ ଓ ଦକ୍ଷିଣ ଏସିୟା କ୍ଷେତ୍ରରେ ରାଜନୈତିକ ସ୍ଥିରତା, ଶାନ୍ତି ଓ ଆର୍ଥିକ ପ୍ରଗତି ଲାଗି ଭାରତ ଏବେ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଥିବା କହିଛି। ଯାହା ଆମେରିକାର ସୁରକ୍ଷାକୁ ମଜଭୁତ କରିବା ସହ ଆମେରିକାର ବିଦେଶ ନୀତି ଓ ଜାତୀୟ ସୁରକ୍ଷାକୁ ସମର୍ଥନ କରିବ ବୋଲି କହିଛି ଏଜେନ୍ସି।  

{"id":372587,"sizeSlug":"large"}

ଏଥିରେ ଭାରତ କରିଥିବା ଅନୁରୋଧରେ ବିମାନରେ ଲାଗି ପାରୁଥିବା ଯନ୍ତ୍ରପାତି ଓ ମରାମତି ସାଙ୍ଗକୁ ଅଗ୍ନିସମନ ଯନ୍ତ୍ରପାତି, ଅତ୍ୟାଧୁନିକ ରାଡାର ଚେତାବନୀ ରିସିଭର ସିପ୍‌ ସେଟ୍ ଓ ଜିପିଏସ୍ ଆଦି ମଧ୍ୟ ସାମିଲ, ଯାହାର ଆନୁମାନିକ ମୂଲ୍ୟ ଅନୁନ୍ୟ ୯ କୋଟି ଡଲାର ହେବ ବୋଲି ଡିଏସସିଏ କହିଛି। ଏଥିରେ ପେଣ୍ଟାଗନ କହିଛି ଯେ ପ୍ରସ୍ତାବିତ ବିକ୍ରିରୁ ପ୍ରଥମେ କ୍ରୟ କରାଯାଇଥିବା ବିମାନ ଭାରତୀୟ ବାୟୁସେନା, ସେନା ଓ ନୈସେନାର ପରିବହନ ଆବଶ୍ୟକତା, ସ୍ଥାନୀୟ ତଥା ଅନ୍ତର୍ଜାତୀୟ ମାନବୀୟ ସହାୟତା ତଥା ଆଞ୍ଚଳିକ ବପିର୍ଯ୍ୟୟ ପ୍ରସମନ ନିମନ୍ତେ ପ୍ରଭାବି ଉପଯୋଗ କରୁଛି କି ନା ତାହା ନିଶ୍ଟିତ କରାଯିବ।

{"id":372591,"sizeSlug":"large"}

ଯଦି ଭାରତ ସି-୧୩୦-ଜେ ପରିବହନ ବିମାନ ମିସନ ଦୃଷ୍ଟିରୁ ପ୍ରସ୍ତୁତ ରହିବା ପରିସ୍ଥିତିରେ ଭାରତକୁ ଅତିରିକ୍ତ ସହାୟତା ପ୍ରାପ୍ତିରେ କୌଣସି ଅସୁବିଧା ରହିବ ନାହିଁ ବୋଲି ପେଣ୍ଟାଗନ କହିଛି। ପେଣ୍ଟାଗନ୍ ଅନୁସାରେ ପ୍ରସ୍ତାବିତ ବିକ୍ରି ଯୋଗୁ ମୌଳିକ ସୈନ୍ୟ ସନ୍ତୁଳନରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏଥିଲାଗି ପ୍ରମୁଖ ଅନୁବନ୍ଧକର୍ତ୍ତା ଜର୍ଜିଆର ଲକହିଡ ମାର୍ଟିନ ରହିବେ। ଗତ ୨୦୧୬ ମସିହାରେ ଭାରତକୁ  ଆମେରିକା ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ଘୋଷଣା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.