ଓସାମା ବିନ୍ ଲାଦେନର ପୁଅ ହମଜାର ସୂଚନା ଦେଲେ ଆମେରିକା ଦେବ ୭ କୋଟି ଟଙ୍କା ପୁରସ୍କାର
1/03/2019 at 5:07 PM

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ ଦେଇଛନ୍ତି।ଆତଙ୍କବାଦକୁ ନେଇ ବିଶ୍ବର ବିଭିନ୍ନ ଦେଶରେ ମଧ୍ୟ ବରାବର ସଂଘର୍ଷ ଓ ଯୁଦ୍ଧ ଚାଲିଛି। ଆତଙ୍କବାଦକୁ ଶେଷ କରିବା ଅଭିଯାନ ମଧ୍ୟରେ ଆମେରିକା ଓସାମା ବିନ ଲାଦେନର ପୁଅ ହମଜା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେଇଛି। ହମଜାଙ୍କ ବିଷୟରେ ସୂଚନା ଦେଲେ ୧ ମିଲିୟନ ଡଲାର ବା ୭ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ଆମେରିକା।

ଅନେକ ବର୍ଷ ଧରି ଆମେରିକା ହମଜା ବିନ ଲାଦେନର ଠିକଣା ଖୋଜୁଛି। ଗତ ବର୍ଷ ପାକିସ୍ତାନରେ ହମଜା ଲୁଚି ନିଜ ସଂଗଠନ ଚଳାଇଛି ବୋଲି କୁହାଯାଉଥିଲା। କିନ୍ତୁ କିଛି ଦିନ ପରେ ଜଣା ପଡିଥିଲା ଯେ ହମଜା ଇରାନ ବା ଅଫଗାନିସ୍ତାନରେ ଅଛି। ହମଜା ତା ସଂଗଠନକୁ ପୁଣି ସଜାଡିବା ପୂର୍ବରୁ ଆମେରିକା ତାକୁ ନିପାତ କରିବା ଯୋଜନା କରୁଛି।

ଏଫବିଆଇର ଜଣେ ଗୁପ୍ତ ଏଜେଣ୍ଟଙ୍କ ସୂଚନା ଅନୁସାରେ ହମଜା ତା ବାପା ଓସାମା ମୃତ୍ୟୁର ପ୍ରତିଶୋଧ ନେବାର ଯୋଜନା କରୁଛି। ୨୦୧୧ ମସିହାରେ ଅଲ-କାଇଦାର ମୁଖ୍ୟ ଓସାମା ବିନ ଲାଦେନକୁ ପାକିସ୍ତାନର ଏବଟାବାଦରେ ଆମେରିକୀୟ ସେନା ହତ୍ୟା କରିଥିଲା। ଓସମାର ପୁଅ ହମଜାକୁ ଏବେ ପାଖାପାଖି ୨୮ ବର୍ଷ ବୟସ । କିନ୍ତୁ ସେ ଶେଷ ଥର ପାଇଁ ନିଜ ବାପାକୁ କେବେ ଦେଖିଥିଲା ତାର ମନେ ନାହିଁ। ବାପାର ମୃତ୍ୟୁ ସମୟରେ ହମଜା ୨୨ ବର୍ଷର ଥିଲା।
Related Posts
୬ପଡୋଶୀ ଦେଶଙ୍କ କରୋନା ଟିକା ଆବଶ୍ୟକତା ପୂରଣ କରିବ ଭାରତ, ପାକିସ୍ତାନ ଜଳକା
19 January 2021