କରୋନା ଭାଇରସ୍ ପାଇଁ ଚୀନ୍‌କୁ ସାହାଯ୍ୟ କରିବ ଆମେରିକା, କିଛି ଦେଶଙ୍କୁ ୧୦କୋଟି ଡଲାର ସହାୟତା

Published By : Prameya-News7 Bureau | February 08, 2020 IST

ଓ୍ବାଶିଂଟନ୍ ୮।୨: କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ଏମିତିରେ କରୋନା ଭାଇରସ୍ ଦ୍ବାରା ପ୍ରଭାବିତ ହୋଇଥିବା ଦେଶଗୁଡିକୁ ଆମେରିକା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛି । କରୋନା ପ୍ରଭାବିତ ଚୀନ୍ ସମେତ ଅନ୍ୟ କିଛି ଦେଶଗୁଡିକୁ ଏଥିରୁ ବର୍ତ୍ତିବା ପାଇଁ ଆମେରିକା ୧୦ କୋଟି ଡଲାର ସହାୟତା ଦେବ ।

ଚୀନ୍ ରେ ପ୍ରତିଦିନ କରୋନା ଭାଇରସ୍ ଯୋଗୁଁ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମିତିରେ ଆମେରିକା ଏହି ସାହାଯ୍ୟ କିଛି ମାତ୍ରାରେ ଚୀନକୁ ସହାୟକ ହେବ । ଏହା ପୂର୍ବରୁ ଆମେରିକା ଏକ ଡାକ୍ତରୀ ଟିମ୍ ଚୀନ୍ ବୁହାନ ସହରକୁ ପଠାଇବା ପାଇଁ ଘୋଷଣା କରିସାରିଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିୟୋ ଶୁକ୍ରବାର ଦିନ ଏହା କହିଛନ୍ତି ଯେ, ଏହି ମହାମାରୀ ସହ ଲଢିବା ପାଇଁ ଏଭଳି ପ୍ରତିବଦ୍ଧତା ଆମେରିକାର ମଜବୁତ ନେତୃତ୍ବକୁ ପ୍ରମାଣିତ କରୁଛି ।

ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଭୂତାଣୁ । ଚୀନ୍ ରେ ମୃତ୍ୟୁ ସଂଖ୍ୟା ୭୧୯ରେ ପହଁଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩୦ ହଜାରକୁ ବୃଦ୍ଧି ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଉହାନରେ ସର୍ବାଧିକ ୧୩ ହଜାରରୁ ଅଧିକ ଅଛନ୍ତି ।  ପ୍ରାୟ ୧୯ ହଜାର ଲୋକଙ୍କର ଚିକିତ୍ସା ଏବେ ଡାକ୍ତରଖାନାରେ ଚାଲିଥିବା ବେଳେ ୬୭ ହଜାରରୁ ଅଧିକ ଲୋକଙ୍କୁ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି ।

ସେପଟେ ଏବେ ବି ୮୦ ଭାରତୀୟ ଛାତ୍ରଛାତ୍ରୀ ଚୀନର ଉହାନରେ ଅଛନ୍ତି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ।  ଏହି ୮୦ ଜଣଙ୍କ ମଧ୍ୟରୁ ୭୦ ଜଣ ଭାରତ ଫେରିବାକୁ ରାଜି ହୋଇନଥିଲେ । ସେହିପରି ୧୦ ଜଣଙ୍କଠାରେ କରୋନା ଭାଇରସ୍ ସଂକ୍ରମଣର ସଂକେତ ଦେଖାଦେଇଥିବାରୁ ସେମାନଙ୍କୁ ବିମାନରେ ଚଢିବାକୁ ଅନୁମତି ଦିଆଯାଇନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.