Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଏହି ପାକିସ୍ତାନୀକୁ ଧରାଇଦେଲେ ଆମେରିକା ଦେବ ସାଢେ ୭ କୋଟିର ପୁରସ୍କାର, ଜାଣନ୍ତୁ କଣ ତାର ଅପରାଧ

15/10/2021 at 3:18 PM

ନୂଆଦିଲ୍ଲୀ ୧୫/୧୦: ପାକିସ୍ତାନର ମାନବ ତସ୍କରୀ ଆବିଦ ଅଲ୍ଲୀ ଖାନଙ୍କ ଉପରେ ୧ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଛି ଆମେରିକା । ଆବିଦ ଅଲ୍ଲୀ ଆମେରିକାରେ ଅବୈଧ ଭାବେ ମାନବ ଚାଲାଣର ବଡା ରାକେଟ ଚଳାଇ ଆସୁଥିଲା । ପୋଲିସ ସୂଚନା ମୁତାବକ, ଆବିଦ ପଇସା ପାଇଁ ଆମେରିକା ଯିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କଠାରୁ ସବୁପ୍ରକାର ବେଆଇନ କାରବାର କରୁଥିଲା ।

ଏମିତିକି ବିନା କୌଣସି କାଗଜପତ୍ରରେ ଯିବାର ବ୍ୟବସ୍ଥା କରିଦେଉଥିଲା । ଅଭିଯୋଗ ଅଛି କି, ଗତ କିଛି ବର୍ଷ ମଧ୍ୟରେ ସେ ଏମିତି ବେଆଇନ ଭାବେ ଶହ ଶହ ଲୋକଙ୍କୁ ଆମେରିକା ପଠାଇଛି ଆବିଦ୍ । ଆମେରିକା ବୈଦେଶିକ ବିଭାଗ ପ୍ରବକ୍ତା ନେଡ୍ ପ୍ରାଇଡ କହିଛନ୍ତି ଆମେରିକା ମାନବ ଚାଲାଣକାରୀ ଆବିଦ ଅଲ୍ଲୀ ଖାନଙ୍କୁ ନେଟଓ୍ୱାର୍କକୁ ବନ୍ଦ କରିବାକୁ ଯୋଜନା କରାଯାଇଛି ।

ଏମିତିକି ଏହି ମାନବ ତସ୍କରୀ ଓ ତାଙ୍କ ରାକେଟ ବିରୋଧରେ ୨ ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରାଯାଇଛି । ଯେ କେହି ବି ଆବିଦଙ୍କ ବିରୋଧରେ ସୂଚନା ଦେବ, ତାଙ୍କୁ ୧ ମିଲିୟନ ଡଲାରର ଅର୍ଥ ପୁରସ୍କାର ଆକାରରେ ଦିଆଯିବ । ଏହାସହ ରାକେଟ ବିଷୟରେ ସୂଚନା ଦେଲେ ତାଙ୍କୁ ଆଉ ୧ ମିଲିୟନର ପୁରସ୍କାର ପ୍ରଦାନ କରାଯିବ ।

ନେଡ ପ୍ରାଇଡ କହିଛି କି, ଆବିଦ ଅଲ୍ଲୀଙ୍କ ଭଳି ମାନବ ତସ୍କରୀ ସଂଗଠନ ସେମାନଙ୍କ ବହୁତ କ୍ଷତି କରିଛି । ଯେଉଁମାନଙ୍କର ନିହାତି ଦରକାର ଅଛି । ନଚେତ୍ ଯେଉଁମାନେ ଦୁର୍ବଳ ଶ୍ରେଣୀର ଲୋକେ । ଏମିତି କରୁଥିବା ଲୋକେ ସାଧାରଣତଃ ଦକ୍ଷିଣ ଏବଂ ମଧ୍ୟ ଆମେରିକାରେ ଥିବା ବିପଦ ଜନକ ରାସ୍ତାର ସାହାଯ୍ୟ ନେଇ ସେମାନେ ଆମେରିକାରେ ପଶିବାକୁ ସାହାସ କରୁଛନ୍ତି । ଏମାନଙ୍କ ମଧ୍ୟରେ କିଛି ଲୋକ ଚାଲି ଚାଲି ଯାଉଥିବାର ନଜର ବି ଆସିଛନ୍ତି । ଆମେରିକା ବୈଦେଶିକ ପ୍ରବକ୍ତା କହିଛନ୍ତି ଏମିତି ରାସ୍ତାରେ ଯା ଆସ ସମୟରେ ଚୋରୀ ଡକାୟତିର ସାମ୍ନା ମଧ୍ୟ କରୁଛନ୍ତି ।

୨୦୨୧ରେ ଆମେରିକା ଜଷ୍ଟିସ ବିଭାଗ ଆବିଦ ଅଲ୍ଲୀ ଖାନଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗକୁ ରଦ୍ଦ କରିଦେଇଥିଲା । ଏହି ଆଦେଶ ଆମେରିକାର ଟ୍ରେଜେରୀ ବିଭାଗ ତସ୍କରୀ ଏବଂ ତସ୍କରୀ ନେଟଓ୍ୱାର୍କ ବିରୋଧରେ ପ୍ରତିବନ୍ଧ ଲଗାଇବାକୁ ଜାରି କରିଥିଲା । ଏଥିରେ କୁହାଯଇଥିଲା କି , ଏହି ପୁରସ୍କାର ଆମେରିକା ବିଦେଶୀ ବିଭାଗ ଅନ୍ତରାଷ୍ଟ୍ରୀୟ ସଂଗଠିତ ଅପରାଧ ପୁରସ୍କାର କାର୍ଯ୍ୟକ୍ରମ ଜରିଆରେ ପ୍ରକାଶ କରାଯିବ ।

   Related Posts