ଟୋକିଓ ୦୭।୦୧: ଦକ୍ଷିଣ ଚୀନ ସାଗରରେ ଚୀନର ବଢୁଥିବା ଦାଦାଗିରି ଉପରେ ଲଗାମ ଲଗାଇବା ପାଇଁ ଆମେରିକା ଓ ଜାପାନ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ସମୁଦ୍ରରେ ଚୀନର ପ୍ରତିଟି ଚାଲ୍କୁ ମାତ୍ ଦେବା ଲାଗି ଆମେରିକା ଓ ଜାପାନ, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀ ପରି ଶକ୍ତିଶାଳୀ ଦେଶକୁ ଦକ୍ଷିଣ ଚୀନ ସାଗରରେ ଆମନ୍ତ୍ରିତ କରିଛନ୍ତି। ଅନ୍ୟପଟେ ଚୀନ ଦ୍ରୁତ ଗତିରେ ନିଜ ସେନାର ଆଧୁନିକିକରଣ କରିବାରେ ଜୁଟି ଯାଇଛି। ଯାହା ଜରିଆରେ ସେ ନିଜର ସମୁଦ୍ର କ୍ଷେତ୍ର ଏବଂ କ୍ଷେତ୍ରୀୟ ମହତ୍ଵକାଂକ୍ଷାକୁ ପୂରା କରିବାକୁ ଚାହୁଁଛି।
ବ୍ରିଟେନ୍, ଫ୍ରାନ୍ସ ଓ ଜର୍ମାନୀ ପଠାଉଛନ୍ତି ଯୁଦ୍ଧ ଜାହାଜ
୨୦୨୧ରେ ୟୁରୋପୀୟ ଦେଶ ନିଜର ସାମରିକ ରଣନୀତିରେ ବ୍ୟାପକ ଭାବେ ଭାରତ-ପ୍ରଶାନ୍ତ ମହାସାରଗରୀୟ ଅଞ୍ଚଳକୁ ପ୍ରାଥମିକତା ଦେଉଛନ୍ତି। ଏହି କାରଣରୁ ଆଗାମୀ କିଛି ମାସରେ ବ୍ରିଟେନ୍ ବିମାନବାହକ ଯୁଦ୍ଧପୋତ କ୍ଵିନ ଏଲିଜାବେଥ ଓ ଏହାର ଷ୍ଟ୍ରାଇକ୍ ଗ୍ରୁପକୁ ପୂର୍ବ ଏସିଆରେ ମୁତୟନ କରିବ। ଅପରପକ୍ଷେ ଫ୍ରାନ୍ସ ଜାପାନ ସହିତ ନିଜର ନୌସୈନିକ ଯୁଦ୍ଧଜାହାଜ ପଠାଉଥିବା ବେଳେ ଜର୍ମାନୀ ମଧ୍ୟ ଏକ ଫ୍ରିଗେଟ୍ ପଠାଇବାକୁ ନିଷ୍ପତ୍ତି ନେଇଛି।
{"id":388553,"sizeSlug":"large","linkDestination":"none"}ଜର୍ମାନୀ ସହିତ ସଂପର୍କ ମଜବୁତ କରୁଛି ଜାପାନ
ଚୀନ ଉପରେ ଲଗାମ ଲଗାଇବା ପାଇଁ ଆମେରିକା ଓ ଜାପାନ ୟୁରୋପୀୟ ଦେଶଗୁଡିକ ସହିତ ହାତ ମିଳାଇବାକୁ ଚାହୁଁଛନ୍ତି। ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି ଡିସେମ୍ବର ୧୫ରେ ନିଜର ଜର୍ମାନୀ ସମକକ୍ଷ ଏନଗ୍ରେଟ୍ କ୍ୟାମ୍ପ କର୍ବେନବାୟରଙ୍କ ସହିତ ଏକ ଅନଲାଇନ ବୈଠକରେ କହିଥିଲେ ଯେ ଜାପାନ ୟୁରୋପୀୟ ଦେଶସହିତ ପ୍ରତିରକ୍ଷା ସହଯୋଗକୁ ଆହୁରି ବ୍ୟାପକ ଏବଂ ବିକଶିତ କରିବାକୁ ଚାହୁଁଛି। ଏହାର ଜବାବରେ କ୍ୟାମ୍ପ କର୍ବେନବାୟର କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଯାହା ବି କିଛି ଘଟେ ସେଥିରେ ଜର୍ମାନୀ ଓ ୟରୋପ ମଧ୍ୟ ପ୍ରଭାବିତ ହୁଏ। ଆମେ ଭାରତ-ପ୍ରଶାନ୍ତ ମହାସାଗରରେ ନିୟମ ଆଧାରିତ ନୌପରିବହନର ସୁରକ୍ଷାରେ ସହଯୋଗ କରିବାକୁ ଚାହୁଁଛୁ।
ଦକ୍ଷିଣ ଚୀନ ସାଗରରେ ଏହି ଦେଶ ସହିତ ଚୀନର ତିକ୍ତତା
ଦକ୍ଷିଣ ଚୀନ ସାଗର ଏବଂ ପୂର୍ବ ଚୀନ ସାଗରରେ ଚୀନ ନିଜର ସୈନିକ ଗତିବିଧି ଲଗାତାର ବଢାଇବାରେ ଲାଗିଛି। ଏଥିସହ ଦୁଇ ସାଗରରେ ସ୍ଥିତ ଅନେକ ନିର୍ଜନ ଦ୍ଵୀପରେ ନିଜର ସୈନ୍ୟ ଆଡ୍ଡା ସ୍ଥାପନ କରି ସାରିଛି। ଚୀନର ଏହି ବିସ୍ତାରବାଦୀ ନୀତି କାରଣରୁ ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ, ତାଇଓ୍ଵାନ ଓ ଭିଏତନାମ ସହିତ ତାର ବିବାଦ ରହିଛି।