ଆମେରିକା ବି ଭାରତର ଋଣୀ, ଜାଣନ୍ତୁ କେତେ ଋଣ କଲାଣି ଦେଶ

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ ୨୭।୨: ସାରା ବିଶ୍ୱରେ ଆମେରିକା ଏକ ଧାନାଢ୍ୟ ଦେଶ ବୋଲି ସମସ୍ତେ ଜାଣନ୍ତି। ତେବେ ଦେଶର ବ୍ୟୟଭାର ପରିଚାଳନା ଲାଗି ଶେଷରେ ଆମେରିକାକୁ ଭାରତ ଭଳି ଦେଶ ଆଗରେ ହାତ ପତେଇବାକୁ ପଡିଛି। ଏଥିରେ ଆମେରିକାକୁ ଭାରତ ୨୧୬ ବିଲିୟନ ଡଲାର ଉଧାର ଦେଇଛି। ତେବେ କେବଳ ଭାରତ ନୁହେଁ ଚୀନ୍, ଜାପାନ ସମେତ ଅନେକ ଦେଶରୁ ଆମେରିକା ଋଣ କରିଥିବା ସଂସଦରେ ଭର୍ଜିନିଆ ସାଂସଦ ଏଲେକ୍ସ ମୁନ୍‌ କହିଛନ୍ତି। 

୨୦୨୦ ମସିହାରେ ଆମେରିକାର ମୋଟ ଋଣ ରାଶି୨୩ ହଜାର ୪୦୦ ବିଲିୟନ ଡଲାରରେ ପହଞ୍ଚିଥିଲା। ଏଥିରେ ଆମେରିକା ଉପରେ ଚୀନ୍ ଓ ଜାପାନର ଅଧିକ ଋଣ ଥିବା ଜଣାପଡିଛି। ଚୀନ୍‌ ଓ ଜାପାନ ପ୍ରତ୍ୟେକ ଆମେରିକାକୁ ୧ ହାଜର ବିଲିୟନ ଡଲାର ଋଣ ଦେଇଥିବା ଓ ତାହା ଏପର୍ଯ୍ୟନ୍ତ ସରକାର ସୁଝି ପାରୁନଥିବା  ମୁନ୍ ସଂସଦରେ କହିଛନ୍ତି। ଏଥିରେ ଭାରତରୁ ମଧ୍ୟ ଦେଶକୁ ଋଣ କରିବାକୁ ପଡୁଥିବାରୁ ସେ ଦୁଃଖ ବ୍ୟକ୍ତ କରିଛନ୍ତି।

ସଂସଦକୁ ଦେଶର ଋଣ ସଂକ୍ରାନ୍ତରେ ସୂଚନା ଦେଇ ସାଂସଦ ୨୯ ହଜାର ବିଲିୟନ ଡଲାରରେ ଋଣ ପହଞ୍ଚିସାରିଲାଣି ବୋଲି କହିଛନ୍ତି। ଏବେତ ସରକାର ସଚେତନ ହୁଅନ୍ତୁ ବୋଲି ମୁନି କହିଥିବା ବେଳେ ୨୦୦୦ ମସିହା ବେଳେକୁ ଆମେରିକାର ଋଣ ଭାର ୫ହଜାର ୬୦୦ ବିଲିୟନ ଡଲାର ଥିଲା ବୋଲି କହିଛନ୍ତି। ଯାହା ଦେଶରେ ବାରାକ ଓବମାଙ୍କ ସରକାର କାଳରେ ୨ ଗୁଣ ହୋଇଯାଇଥିଲା।

ଦେଶରେ କୋଭିଡ-୧୯ ମହାମାରୀ ଯୋଗୁ ଉପଜିଥିବା ପରିସ୍ଥିତିରେ ଆର୍ଥିକ ସଂକଟରୁ ଆମେରିକାକୁ ବାହାର କରିବା ଲାଗି ଡେମୋକ୍ରାଟିକ ରାଷ୍ଟ୍ରପତି ଜୋ ବିଡେନ ରିଲିଫ ପ୍ୟାକେଜ୍ ଘୋଷଣା କରିବା ବେଳେ ସାଂସଦ ମୁନ୍‌ ଏହାକୁ ସିନେଟ୍‌ରେ ବିରୋଧ କରିଥିଲେ। ରାଷ୍ଟ୍ରପତି ଦେଶଲାଗି ୧ ହଜାର ୯୦୦ ବିଲିୟନ ଡଲାରର ରିଲିଫ ପ୍ୟାକେଜ୍ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.